ETV Bharat / sports

Junior Hockey WC: ଆଜି ଜର୍ମାନୀ-ଆର୍ଜେଣ୍ଟିନା ଟାଇଟଲ ଟକ୍କର

author img

By

Published : Dec 5, 2021, 8:06 AM IST

ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା FIH ଜୁନିୟର ହକି ବିଶ୍ବକପରେ (Junior World Cup hockey) ଆଜି (ରବିବାର) ଫାଇନାଲ ମ୍ୟାଚ ଖେଳାଯିବ। ଟ୍ରଫି ଲଢେଇରେ ଜର୍ମାନୀ ଓ ଆର୍ଜେଣ୍ଟିନା ମୁହାଁମୁହିଁ ହେବେ (Germany to meet Argentina in final) । ଅଧିକ ପଢନ୍ତୁ

ଆଜି ଜର୍ମାନୀ-ଆର୍ଜେଣ୍ଟିନା ଟାଇଟଲ ଟକ୍କର
ଆଜି ଜର୍ମାନୀ-ଆର୍ଜେଣ୍ଟିନା ଟାଇଟଲ ଟକ୍କର

ଭୁବନେଶ୍ବର: ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା FIH ଜୁନିୟର ହକି ବିଶ୍ବ କପରେ (Junior World Cup hockey) ଆଜି(ରବିବାର) ଫାଇନାଲ ମ୍ୟାଚ ଖେଳାଯିବ। ଟ୍ରଫି ଲଢେଇରେ ଜର୍ମାନୀ ଓ ଆର୍ଜେଣ୍ଟିନା ମୁହାଁମୁହିଁ ହେବେ (Germany to meet Argentina in final) । ଜର୍ମାନୀ ୬ ଥର ବିଶ୍ବ ଚମ୍ପିଅନ ହୋଇଥିବା ବେଳେ ଆର୍ଜେଣ୍ଟିନା ଥରେ ଚମ୍ପିଅନ ହୋଇଛି । ଆଜିର ମୁକାବିଲାରେ ଜର୍ମାନୀ ସପ୍ତମ ଥର ଚମ୍ପିଆନ ହେଉଛି ନା ଆର୍ଜେଣ୍ଟିନା ବାଜି ମାରୁଛି ତାହା ମ୍ୟାଚ ପରେ ସ୍ପଷ୍ଟ ହେବ ।

୨୦୧୩ରେ ଜର୍ମାନୀ ଶେଷ ଥର ପାଇଁ ଚମ୍ପିଅନ ହୋଇଥିଲା । ଶୁକ୍ରବାର ସେମିଫାଇନାଲରେ ୪-୨ ଗୋଲରେ ଭାରତକୁ ହରାଇଥିଲା । ସେମି ସମରରେ ଆରମ୍ଭରୁ ଶେଷ ଯାଏଁ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା । କ୍ବାର୍ଟର ଫାଇନାଲରେ ୨-୨ରେ ସ୍ପେନକୁ ହରାଇଥିଲା । ଏଯାଏଁ ୫ଟି ମ୍ୟାଚ ଖେଳିଥିବା ଜର୍ମାନୀ ଟିମ ଅପରାଜେୟ ରହିଛି । ପୂର୍ବ ପୁଲ ପର୍ଯ୍ୟାୟରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ । ୩-୨ରେ ବିଜୟୀ ହୋଇଥିଲା ଜର୍ମାନୀ । ଆଜି ଫାଇନାଲ ଫାଇଟ ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଆର୍ଜେଣ୍ଟିନା ବିପକ୍ଷରେ ନୂଆ ରଣନୀତି ସହ ପଡିଆକୁ ଓହ୍ଲାଇବ ଦଳ ।

ପୁଲ ଡି'ରେ ଜର୍ମାନୀ ଠୁ ଗୋଟିଏ ମ୍ୟାଚରେ ପରାସ୍ତ ହୋଇଥିଲା ଆର୍ଜେଣ୍ଟିନା । ଆଜି ଫାଇନାଲରେ ଜର୍ମାନୀକୁ ଭେଟିବ ଆର୍ଜେଣ୍ଟିନା । ପୁଲ ଡି'ର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ଦଳ । ପୁଲ ପର୍ଯ୍ୟାୟରେ ହାରିବା ପରେ ଦଳର ଭଲ ପ୍ରଦର୍ଶନ ରହିଛି । ସେମିରେ ଫ୍ରାନ୍ସ ସହ କଡା ଟକ୍କର ହୋଇଥିଲା । ସୁଟ ଆଉଟରେ ସେମିରେ ବାଜି ମାରିଥିଲେ ଆର୍ଜେଣ୍ଟିନା । ଶେଷ ଥର ଆର୍ଜେଣ୍ଟିନା ୨୦୦୫ରେ ବିଜୟୀ ହୋଇଥିଲା । ଆଉ ଆଜି ୧୬ ବର୍ଷ ପରେ ଫାଇନାଲରେ ପ୍ରବେଶ କରିଛି ।

ଆହୁରି ପଢନ୍ତୁ...Junior World Cup hockey: ଫ୍ରାନ୍ସ ବିପକ୍ଷରେ ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ ଖେଳିବ ଭାରତ

ଚଳିତ ଟୁର୍ଣ୍ଣାମେଣ୍ଟରେ ଜର୍ମାନୀ ଏକମାତ୍ର ଦଳ ଭାବେ ଅପରାଜେୟ ରହିଛି । ସମୁଦାୟ ପ୍ରଦର୍ଶନକୁ ଦେଖିଲେ ଜର୍ମାନୀର ପଲ୍ଲା ଭାରି ରହିଛି । ଟାଇଟାଲ ଟକ୍କର ପ୍ରତିନ୍ଦ୍ବତିତାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ରାତି ୭ଟା ୩୦ରୁ ଏହି ମ୍ୟାଚ ଅନୁଷ୍ଠିତ ହେବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.