ଭୁବନେଶ୍ବର: ଆଜି(ବୁଧବାର) ଆରମ୍ଭ ହୋଇଛି ଜୁନିୟର ପୁରୁଷ ହକି ବିଶ୍ୱକପ(Junior Mens Hockey WC) । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ(kalinga stadium)ରେ ହକିର ମହାକୁମ୍ଭ ଆରମ୍ଭ ହୋଇଛି । ମ୍ୟାଚର ପ୍ରଥମ ଦିନରେ ୨ଟି ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି ।
ପ୍ରଥମ ଉଦଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ବେଲଜିୟମ ୫-୧ ଗୋଲରେ ପରାସ୍ତ କରି ଥିବାବେଳେ ଦ୍ୱିତୀୟ ମ୍ୟାଚରେ ୫-୨ଗୋଲରେ ପାକିସ୍ତାନକୁ ହରାଇଛି ଜର୍ମାନୀ । ଜର୍ମାନୀର ଡକ୍ସଚର ରୋବର୍ଟ 2ଟି ଗୋଲ ସ୍କୋର କରି ମ୍ୟାନ ଅଫ ଦ ମ୍ୟାଚ(Man Of The Match) ବିବେଚିତ ହୋଇଛନ୍ତି । ପରବର୍ତ୍ତୀ ମ୍ୟାଚ ବା ଆଜିର ତୃତୀୟ ମ୍ୟାଚ ପୋଲାଣ୍ଡ ଏବଂ କାନାଡ଼ା ମଧ୍ୟରେ ଖେଳାଯିବ ।
ଏହା ମଧ୍ୟ ପଢନ୍ତୁ:- Junior Hockey WC: ଉଦଘାଟନୀ ମ୍ୟାଚରେ ବେଲିଜିୟମ ବିଜୟ
ସନ୍ଧ୍ୟା ୭ ଟା ୩୦ରେ ଭାରତ, ଫ୍ରାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ । ଭାରତର ଭଲ ପ୍ରଦର୍ଶନ ପାଇଁ ସମସ୍ତେ ଆଶା ରଖିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ