ETV Bharat / sports

Junior Hockey WC: କଳିଙ୍ଗରେ ଓଡିଆ ପୁଅ ଅଭିଶେକଙ୍କ କମାଲ୍‌, ଟିମ ଇଣ୍ଡିଆର ବୃହତ ବିଜୟ

author img

By

Published : Nov 25, 2021, 9:24 PM IST

Updated : Nov 25, 2021, 10:18 PM IST

ଜୁନିଅର ହକି ବିଶ୍ବକପରେ ଟିମ ଇଣ୍ଡିଆର ଦମଦାର ବିଜୟ । କାନାଡକୁ 13-1 ଗୋଲ୍‌ରେ ହରାଇଲା ଆୟୋଜକ ଭାରତ । ଅଧିକ ପଢନ୍ତୁ...

Junior Hockey World Cup: defending champions india Register Thumping victoey over canada
Junior Hockey WC: କଳିଙ୍ଗରେ ଓଡିଆ ପୁଅ ଅଭିଶେକଙ୍କ କମାଲ୍‌, ଟିମ ଇଣ୍ଡିଆର ବୃହତ ବିଜୟ

ଭୁବନେଶ୍ବର: ଜୁନିଅର ହକି ବିଶ୍ବକପରେ ଟିମ ଇଣ୍ଡିଆର ଦମଦାର ବିଜୟ । ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଜମୁଛି ଜୁନିଅର ହକି ବିଶ୍ବକପ । ଡିଫେଣ୍ଡିଂ ଚମ୍ପିଆନ ତଥା ଆୟୋଜତ ଭାରତ ଟୁର୍ନାମେଣ୍ଟର ପ୍ରଥମ ବିଜୟର ସ୍ବାଦ ଚାଖିଛି ।

ପ୍ରଥମ ମ୍ୟାଚ୍‌ରେ ଫ୍ରାନ୍ସ ବିପକ୍ଷରେ ଅଳ୍ପକେ ପରାଜୟ ପରେ ଦ୍ବିତୀୟ ମ୍ୟାଚ୍‌ରେ ଦମଦାର କମବ୍ୟାକ୍‌ ସହ କାନାଡକୁ 13-1 ଗୋଲ୍‌ରେ ହରାଇଛି ଟିମ ଇଣ୍ଡିଆ । ଭାରତ ପକ୍ଷରୁ ଉତ୍ତମ ସିଂହ, ବିବେକ ସାଗର ପ୍ରସାଦ, ସଞ୍ଜୟ, ମନିନ୍ଦର ସିଂହ, ସର୍ଦାନନ୍ଦ ତିୱାରୀ, ହ୍ରୁଣ୍ଡାଲ ଅରଜିତ ସିଂହ ଓ ଅଭିଶେକ ଲାକ୍ରା ଗୋଲ୍‌ ସ୍କୋର କରିଥିଲେ । କାନାଡା ପକ୍ଷରୁ ଏକମାତ୍ର ଗୋଲ୍‌ କ୍ରିସ୍‌ ତାରଡିଫ୍‌ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Junior Hockey WC: ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ୍ କରିବାରେ ସ୍ପେନର ନୂଆ ରେକର୍ଡ

ପ୍ରଥମ ମ୍ୟାଚ୍‌ରେ ପରାଜୟ ପରେ ଆକ୍ରମଣାତ୍ମକ ରଣନୀତ ଆପଣାଇ ଖେଳିଥିଲା ଭାରତ । ମ୍ୟାଚ୍‌ର ପ୍ରଥମ ୩ ମିନିଟରେ ଉତ୍ତମ ସିଂହ ଭାରତ ପାଇଁ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ । ପରେ କ୍ୟାପଟେନ ବିବେକ ସାଗର ପ୍ରସାଦ ପ୍ରଥମ କ୍ବାର୍ଟର ମଧ୍ୟରେ ଚମତ୍କାର ଗୋଲ ସହ ସ୍କୋରକୁ ଡବଲ୍‌ କରିଥିଲେ । ପରେ ଭାଇସ-କ୍ୟାପଟେନ ସଞ୍ଜୟ ଦ୍ବିତୀୟ କ୍ବାର୍ଟରରେ ପେନାଲିଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଭାରତର ଲିଡ୍‌କୁ ଅଧିକ କରିଥିଲେ । ତେବେ ମନିନ୍ଦର ସିଂହ କାନାଡା ଡିଫେନ୍ସ ପାଇଁ ସର୍ବାଧିକ ଚ୍ୟାଲେଞ୍ଜ ହେବା ସହ ଦେବାସହ ଦ୍ବିତୀୟ କ୍ବାର୍ଟରେ ପାୱରଫୁଲ ଗୋଲ୍‌ କରିଥିଲେ । ତେବେ ଏହାପରେ ପ୍ରଥମ ଗୋଲ୍‌ ପେନାଲିଟି କର୍ଣ୍ଣର ଯୋଗେଁ କରିଥିଲା କାନାଡା ।

ମାତ୍ର ସଞ୍ଜୟ ଓ ସର୍ଦାନନ୍ଦ ତିୱାରୀ ଭାରତର ଗୋଲ୍‌ ସ୍କୋରକୁ ବଢାଇଥିଲେ । ମ୍ୟାଚ୍‌ର ଶେଷ ୫ ମିନିଟରେ ଓଡିଆ ପୁଅ ଅଭିଶେକ ଲାକ୍ରା ଦମଦାର ଗୋଲ୍‌ କରିଥିଲେ ଓ ଚତୁର୍ଥ କ୍ବାର୍ଟର ଶେଷ ସୁଦ୍ଧା ସ୍କୋର ୧୩-୧ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 25, 2021, 10:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.