ETV Bharat / sports

Junior Hockey WC: ଉଦଘାଟନୀ ମ୍ୟାଚରେ ବେଲିଜିୟମ ବିଜୟ - କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପ

ରାଜଧାନୀ ଭୁବନେଶ୍ବରରେ ହକି ମହାକୁମ୍ଭ (Junior Hockey WC)ର ଉଦଘାଟନୀ ଉତ୍ସବ ଆରମ୍ଭ । ଉଦଘାଟନୀ ମ୍ୟାଚରେ ୫-୧ ଗୋଲରେ ବେଲିଜିୟମର ବିଜୟ । ଅଧିକ ପଢନ୍ତୁ

Junior Hockey WC: ଉଦଘାଟନୀ ମ୍ୟାଚରେ ବେଲିଜିୟମ ବିଜୟ

author img

By

Published : Nov 24, 2021, 10:55 AM IST

Updated : Nov 24, 2021, 5:01 PM IST

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ହକି ମହାକୁମ୍ଭ(Junior Hockey WC) । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ(Kalinga Stadium)ରେ ଉଦଘାଟନୀ ଉତ୍ସବ ଆରମ୍ଭ ହୋଇଛି । ପ୍ରଥମ ଦିନରେ ମୁହାଁମୁହିଁ ହେବେ ୫ ଦଳ । ଆଜିର କନିଷ୍ଠ ପୁରୁଷ ହକି ବିଶ୍ବକପ(Junior Mens Hockey World Cup)ର ଉଦଘାଟନୀ ମ୍ୟାଚ ବେଲିଜିୟମ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଛି ।

Junior Hockey WC: ଉଦଘାଟନୀ ମ୍ୟାଚରେ ବେଲିଜିୟମ ବିଜୟ

ପ୍ରଥମ ଉଦଘାଟନୀ ମ୍ୟାଚରେ ବେଲଜିୟମ ପ୍ରଥମ ଗୋଲ ସ୍କୋର ଦେଇଛି । ପ୍ରଥମ କ୍ବାଟରର ଶେଷ ମିନିଟରେ ଦକ୍ଷିଣ ଆଫ୍ରିକା ଗୋଟିଏ ଗୋଲ୍ ଦେଇ ସିରିଜକୁ ୧-୧ ରେ ବରାବର ରଖିଥିଲା । ଏହାର କିଛି ସମୟ ପରେ ଦ୍ବିତୀୟ ରାଉଣ୍ଡ ଖେଳାଯାଇଥିଲା । ଦ୍ବିତୀୟ ରାଉଣ୍ଡରେ ବେଲଜିୟମ ଦକ୍ଷିଣ ଆଫ୍ରିକାକୁ ଆଉ ଏକ ଗୋଲ ଦେଇ ୨-୧ ରେ ଆଗୁଆ ରହିଥିଲା । ଶେଷ ରାଉଣ୍ଡ ସୁଦ୍ଧା ବେଲିଜିୟମ ୫-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ହରାଇଛି ।

ଆଜି ମଧ୍ୟ ଅନ୍ୟ ୪ଟି ଦଳ ଭେଟାଭେଟି ହେବେ । ଗ୍ରୁପ-ବି ସନ୍ଧ୍ୟା ୭.୩୦ରେ ଡିଫେଣ୍ଡିଂ ଚମ୍ପିଆନ ଭାରତ, ଫ୍ରାନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ ।

ସେହିପରି କାନାଡା ପୋଲାଣ୍ଡକୁ, ମାଲେସିଆ-ଚାଇନାକୁ ଭେଟିବ । କୋରୋନା କଟକଣା ମଧ୍ୟରେ ଖେଳ ଆୟୋଜନ ହେଉଥିବାରୁ ଷ୍ଟାଡିୟମକୁ ଦର୍ଶକଙ୍କ ଅନୁମତି ଉପରେ ରୋକ ଲଗାଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Nov 24, 2021, 5:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.