ଭୁବନେଶ୍ବର: ମଙ୍ଗଳବାର ଅଲମ୍ପିକ ହକି ଟିମ ଇଣ୍ଡିଆକୁ ଭୁବନେଶ୍ବରରେ ସ୍ବାଗତ କରିବ ଓଡିଶା । ସୁସ୍ବାଦୁ ଖାଦ୍ୟ ସହିତ ସମ୍ବର୍ଦ୍ଧନା ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ତେବେ ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବାଲୁକା କଳା ମାଧ୍ୟମରେ ହକି ଟିମ ଇଣ୍ଡିଆକୁ ସ୍ବାଗତ ଜଣାଇଛନ୍ତି । "ଆମେ ହକିକୁ ଭଲପାଉ, ଓ ସମସ୍ତ ହକି ଖେଳାଳିଙ୍କ ପାଇଁ ଓଡିଶା ଗର୍ବିତ," ବାଲୁକାଚିତ୍ରରେ ଏହା ଲେଖିଛନ୍ତି ସୁଦର୍ଶନ ।
-
My SandArt at Bhubaneswar airport in Odisha with message “Welcome #IndianHockey teams
— Sudarsan Pattnaik (@sudarsansand) August 16, 2021 " class="align-text-top noRightClick twitterSection" data="
Congratulations
Odisha is proud of you. pic.twitter.com/XHAU9GQLX1
">My SandArt at Bhubaneswar airport in Odisha with message “Welcome #IndianHockey teams
— Sudarsan Pattnaik (@sudarsansand) August 16, 2021
Congratulations
Odisha is proud of you. pic.twitter.com/XHAU9GQLX1My SandArt at Bhubaneswar airport in Odisha with message “Welcome #IndianHockey teams
— Sudarsan Pattnaik (@sudarsansand) August 16, 2021
Congratulations
Odisha is proud of you. pic.twitter.com/XHAU9GQLX1
ଓଡିଶା ସ୍ପୋର୍ଟ୍ସ ପକ୍ଷରୁ ଏହି ଫଟୋକୁ ସେୟାର କରାଯିବା ସହ ଆସନ୍ତାକାଲି ଟୋକିଓ ଅଲମ୍ପିକ ହକି ଟିମ ଇଣ୍ଡିଆ ଓଡିଶା ଆସୁଥିବା ସ୍ପଷ୍ଟ କରାଯାଇଛି ।
ଆସନ୍ତାକାଲି ସକାଳ 11.00ଟାରେ ଭୁବନେଶ୍ବର ବିମାନବନ୍ଦରରେ ୨ଟି ଯାକ ହକି ଟିମ ପହଞ୍ଚିବାର ସୂଚନା ରହିଛି । ସେମାନଙ୍କୁ ସ୍ବାଗତ କରିବା ପାଇଁ ଜୋରଦାର ବ୍ୟବସ୍ଥା କରାଯାଇଛି ।
୪୧ ବର୍ଷ ପରେ ଅଲମ୍ପିକ ହକି ପ୍ରତିଯୋଗିତାରେ ଟୋକିଓରେ ଭାରତୀୟ ପୁରୁଷ ହକି ଟିମ ବ୍ରୋଞ୍ଜ ଜିତି ଇତିହାସ ରହିଛି । ସେହିପରି ସେମିଫାଇନାଲ୍ରେ ମହିଳା ହକି ଟିମର ଲଢ଼ୁଆ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଟିମକୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିଥିଲେ । ଓଡିଶା ସରକାର ଉଭୟ ଟିମର ପ୍ରାୟୋଜକ ଥିବାରୁ ଓଡିଶା ମାଟିରେ ଖେଳାଳିଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ ଜୋରଦାର ପ୍ରସ୍ତୁତି ହେଉଛି ।
ଉଭୟ ମହିଳା ଓ ପୁରୁଷ ହକି ଟିମ ସ୍ୟାଣ୍ଡି ଟାଓ୍ବାରରେ ରହିବା ନେଇ ବ୍ୟବସ୍ଥା ହୋଇଛି । ସେଠାରେ ସେମାନଙ୍କ ପାଇଁ ୪୦ଟି ରୁମ୍ ବୁକ୍ କରାଯାଇଛି । ସମସ୍ତ କୋଭିଡ କଟକଣା ମଧ୍ୟରେ ସେମାନଙ୍କୁ ସ୍ବାଗତ କରିବା ପାଇଁ ହେଟେଲ୍ ପକ୍ଷରୁ ବହୁତ ସୁନ୍ଦର ବ୍ୟବସ୍ଥା ସବୁ କରାଯାଇଛି । ପୂର୍ବରୁ ପ୍ରାକ୍ଟିସ ସମୟରେ ଖେଳାଳିମାନେ ସେହି ହୋଟେଲରେ ରହିଥିଲେ । ଫଳରେ ସେଠାରେ ମନ ପସନ୍ଦର ଖାଦ୍ୟ ଖେଳାଳିଙ୍କୁ ଅପେକ୍ଷା କରିଥିବା କହିଛନ୍ତି ସ୍ୟାଣ୍ଡି ଟାୱାର ର ସେଫ୍ । ହୋଟେଲ୍ ର ସମସ୍ତ କର୍ମଚାରୀ ଯେଉଁମାନେ ଖେଳାଳିଙ୍କ ସେବାରେ ରହିବେ ସମସ୍ତଙ୍କ RT-PCR ଟେଷ୍ଟ ସହ ସେମାନେ ଡବଲ ଡୋଜ୍ ଟିକା ନେଇଛନ୍ତି । ଖେଳାଳିମାନେ ରହିବାକୁ ଥିବା ରୁମ୍ ଗୁଡିକୁ ସାନିଟାଇଜ୍ କରାଯାଇ ସୁନ୍ଦର ଭାବେ ସଜାଯାଇଛି । ଡାଇନିଂ ଟେବୁଲ୍ ମଧ୍ୟ ଖୁବ୍ ସୁନ୍ଦର ଭାବେ ସଜାଯାଇଛି ।
ମନ୍ ପସନ୍ଦର ଖାଦ୍ୟରେ ଭେଜ୍ରେ ଷ୍ଟାଟର ଭାବେ ସୁଫିଆନ୍ ପନିର ଟିକ୍କା, କ୍ରିସପି କର୍ କବାନ୍, ନନ୍ ଭେଜ୍ ରେ ଚିକେନ୍, ଚିଙ୍ଗୁଡି ଓ ମାଛର ବିଭିନ୍ନ ଷ୍ଟାଟର ରହିଛି । ସୁପ୍ ରେ ମଧ୍ୟ ଭେରାଇଟି ସୁପ୍ ରହିଛି ବିଭିନ୍ନ ପ୍ରକାର ନନ୍ ଭେଜ୍ ବିରିୟାନୀ ସେମାନଙ୍କୁ ପରଷାଯିବ । ମିଠାରେ ସେମାନଙ୍କୁ ଛେନା ପୋଡ, ରସଗୋଲା, ଗୁଲାବ ଜାମୁନ ପରଷାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ