ଭୁବନେଶ୍ବର: ଭାରତ ଓ ବେଲଜିୟମ ମଧ୍ୟରେ 8 ଓ 9 ଫେବୃଆରୀରେ ଖେଳାଯିବ ଏଫ୍ଆଇଏଚ ହକି ପ୍ରୋ ଲିଗ । ଏନେଇ ହକି ଇଣ୍ଡିଆ 24ଜଣ ଖେଳାଳିଙ୍କ ନାମ ଘୋଷଣା କରିଛି । ଏହି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ଦଳର ନେତୃତ୍ବ ନେବେ ମନପ୍ରୀତ ସିଂ। ତେବେ ଘୋଷିତ ଦଳରେ ଓଡିଶାରୁ ଡିଫେଣ୍ଡର ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରା ସ୍ଥାନ ପାଇଛନ୍ତି ।
ମୁଖ୍ୟ କୋଚ ଗ୍ରାହମ ରୀଡ କହିଛନ୍ତି, ଏହି ମ୍ୟାଚ ଦ୍ବାରା ଅଲମ୍ପିକ ପାଇଁ ଟିମ ପ୍ରସ୍ତୁତ ହେବ ଓ ଖେଳାଳିମାନେ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଅଲମ୍ପିକ ପାଇଁ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବେ ।
ଭାରତୀୟ ଦଳ: ପିଆର ଶ୍ରୀଜେସ, କେବି ପାଠକ, ହରମନପ୍ରୀତ ସିଂ(ଉପ ଅଧିନାୟକ), ଗୁରିନ୍ଦର ସିଂ, ଅମିତ ରୋହିଦାସ, ସୁରେନ୍ଦ୍ର କୁମାର, ଜରମନପ୍ରୀତ ସିଂ,ରୁପିନ୍ଦର ସିଂ, ମନପ୍ରୀତ ସିଂ(ଅଧିନାୟକ),ବିବେକ ସାଗର ପ୍ରସାଦ, ଚିଙ୍ଗଲେନସନା ସିଂ, ରାଜ କୁମାର ପାଲ, ଦିଲପ୍ରୀତ ସିଂ, ହାର୍ଦ୍ଦିକ ସିଂ, ରମନଦୀପ ସିଂ, ଲଳିତ ଉପାଧ୍ୟାୟ, ମନଦୀପ ସିଂ, ସମସେର ସିଂ, ଗୁରସାହିବଜୀତ ସିଂ, କୋଥାଜିତ ସିଂ, ବୀରେନ୍ଦ୍ର ଲାକ୍ରା, ନୀଲକଣ୍ଠ ଶର୍ମା, ଗୁରଜନ୍ତ ସିଂ, ଏସ ଭି ସୁନୀଲ