ETV Bharat / sports

ରୋମାଞ୍ଚକର ମୁକାବିଲା, ରୁଷିଆକୁ 4-2ଗୋଲ୍‌ରେ ମାତ୍‌ ଦେଲା ପୁରୁଷ ଦଳ - କଳିଙ୍ଗ ଷ୍ଟାଡିୟମ

ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପ୍ରଥମ ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ 4-2ଗୋଲ୍‌ରେ ରୁଷିଆକୁ ପରାସ୍ତ କରିଛି ।

hockey
author img

By

Published : Nov 2, 2019, 10:43 AM IST

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ଅଲମ୍ପିକ ଟିକେଟ ପାଇଁ ଲଢେଇ । ଭାରତୀୟ ପୁରୁଷ ଦଳ ପ୍ରଥମ ମ୍ୟାଚରେ ରୁଷିଆକୁ ଭେଟିଥିଲା । 22ନଂ ମାନ୍ୟତା ପ୍ରାପ୍ତ ରୁଷିଆ ଟିମ ଭାରତକୁ କଡା ଟକ୍କର ଦେଇଥିଲା । ଏହି ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ 4-2ଗୋଲ୍‌ରେ ରୁଷିଆକୁ ପରାସ୍ତ କରିଛି ।

hockey
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@TheHockeyIndia

ମ୍ୟାଚ ଆରମ୍ଭର 5ମିନିଟ୍‌ରେ ହରମନପ୍ରୀତ ସିଂ ରୁଷିଆ ଗୋଲ୍‌ ପୋଷ୍ଟରେ ଗୋଲ୍‌ କରି ସ୍କୋରକୁ1-0ରେ ପରିଣତ କରିଥିଲେ । ଏହାପରେ ମ୍ୟାଚର 17ମିନିଟ୍‌ରେ ରୁଷିଆ ପ୍ରଥମ ଗୋଲ୍‌ କରି ସ୍କୋରକୁ 1-1ରେ ପରିଣତ କରିଥିଲେ ।

hockey
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@sports_odisha

ଏହାପରେ ମନନ୍ଦୀପ ସିଂ 24ମିନିଟ୍‌ରେ ଭାରତ ପକ୍ଷରୁ ଗୋଲ କରି ସ୍କୋର 2-1କୁ ଆଣିଥିଲେ । ଏହାପରେ 48ମିନିଟ୍‌ରେ ଏସ୍‌ଭି ସୁନୀଲ ଭାରତ ପକ୍ଷରୁ 3ୟ ଗୋଲ ବିପକ୍ଷ ଗୋଲପୋଷ୍ଟରେ ମାରି 3-1କୁ ସ୍କୋର ଆଣିବାରେ ସଫଳ ହୋଇଥିଲେ ।
ଏହାପରେ ଅନ୍ତିମ କ୍ବାଟରରେ 2 ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଭାରତ ପକ୍ଷରୁ ପୁଣି ମନନ୍ଦୀପ ସିଂ 53ମିନିଟ୍‌ରେ ଦଳ ପକ୍ଷରୁ 4ର୍ଥ ଗୋଲ ବିପକ୍ଷ ଦଳକୁ ଦେଇଥିଲେ । ଏହାପରେ 4-1ଗୋଲରେ ଭାରତ ଆଗୁଆ ରହିଥିଲା । ଏହାପରେ ଭାରତକୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା କିନ୍ତୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇ ନଥିଲା ଟିମ । ବିପକ୍ଷ ଦଳ ରୁଷିଆ 60ମିନିଟ୍‌ରେ ଭାରତକୁ 2ୟଗୋଲ ଦେଇ ଫାଇନାଲ ସ୍କୋର 4-2ରେ ପରିଣତ କରିଥିଲା ।

ଭାରତ ପକ୍ଷରୁ ଡବଲ ଗୋଲ୍‌ କରିଥିବା ମନନ୍ଦୀପ ସିଂକୁ ପ୍ଲେୟାର ଅଫ ଦି ମ୍ୟାଚର ପୁରସ୍କାର ସହ ଚେକ୍‌ ମିଳିଥିଲା ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.