ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳ ବେୟଜିୟମ ଗସ୍ତ ବିଜୟରେ ଶେଷ ହୋଇଛି । 5 ମ୍ୟାଚ ବିଶିଷ୍ଟ ସିରିଜର ସମସ୍ତ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଆଜି ଖେଳାଯାଇଥିବା ଶେଷ ତଥା ଫାଇନାଲ ମ୍ୟାଚରେ 5-1ଗୋଲରେ ଭାରତ ଘରୋଇ ବେଲଜିୟମକୁ ପରାସ୍ତ କରିଛି । ଏଥିସହିତ ସିରିଜରେ ଭାରତ ଅପରାଜେୟ ରହିଛି ।
ଶେଷ ମ୍ୟାଚରେ ସିମ୍ରନଜିତ ସିଂହ ମ୍ୟାଚର 7ମ ମିନିଟରେ ହିଁ ଗୋଲ କରିଥିଲେ । ଲଳିତ କୁମାର ଉପାଧ୍ୟୟ, ବିବେକ ସାଗର ପ୍ରସାଦ, ହରମିନପ୍ରିତ ସିଂହ ଓ ରମନଦୀପ ସିଂହ ଭାରତ ପକ୍ଷରୁ ଗୋଲ କରିଥିଲେ ।
ବିଶ୍ବ ହକି ମାନ୍ୟତାର 5ମ ସ୍ଥାନରେ ଥିବା ଭାରତ, ମାନ୍ୟତାର ନଂ2 ବେଲଜିୟମକୁ ପ୍ରଥମ ମ୍ୟାଚରେ 2-0, 2ୟ ମ୍ୟାଚରେ 6-1, 3ୟ ମ୍ୟାଚରେ 5-1, 4ର୍ଥ ମ୍ୟାଚରେ 2-1 ଓ ଶେଷ ମ୍ୟାଚରେ 5-1 ଗୋଲରେ ହରାଇଛି ।