ETV Bharat / sports

କୋରୋନା ଭୟ: ହକି ପ୍ରୋ ଲିଗ୍‌ ଲଢେଇ ସ୍ଥଗିତ - Hockey Pro League on hold

ଶନିବାର ଅନ୍ତର୍ଜାତୀୟ ହକି ପରିଷଦ ଚଳିତ FIH ହକି ପ୍ରୋ ଲିଗକୁ ଆସନ୍ତା ଏପ୍ରିଲ 15 ତାରିଖ ଯାଏଁ ସ୍ଥଗିତ ରଖିଛି । ଅଧିକ ପଢନ୍ତୁ...

hockey-pro-league-on-hold-till-april-15-due-to-covid-19
କୋରୋନା ଭୟ ପାଇଁ ସ୍ଥଗିତ ରହିଲା ହକି ପ୍ରୋ ଲିଗ୍‌ ଲଢେଇ
author img

By

Published : Mar 15, 2020, 12:02 AM IST

ହାଇଦ୍ରାବାଦ: କ୍ରିକେଟ, ଫୁଟବଲ ଟେନିସ ପରେ ଏବେ ହକି ଉପରେ ପଡିଲା କୋରୋନା ଭାଇରସର ପ୍ରଭାବ । ଶନିବାର ଅନ୍ତର୍ଜାତୀୟ ହକି ପରିଷଦ ଚଳିତ FIH ହକି ପ୍ରୋ ଲିଗକୁ ଆସନ୍ତା ଏପ୍ରିଲ 15 ତାରିଖ ଯାଏ ସ୍ଥଗିତ ରଖିଛି ।

ସମସ୍ତ ନିଷ୍ପତ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶନାମକୁ ଦୃଷ୍ଟିରେ ରଖି ନିଆଯାଇଛି ବୋଲି ଏଫଆଇଏଚ କହିଛି । ପ୍ରକାଶ ପାଇଥିବା ପ୍ରେସ ବିଜ୍ଞପ୍ତିରେ ଲେଖାଯାଇଛି, ’ସମସ୍ତ ଖେଳାଳି ତଥା ଅଫିଆଲ୍ସଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ହକି ପ୍ରୋ ଲିଗକୁ ଆସନ୍ତା ଏପ୍ରିଲ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଉଛି ।

ସୂଚନାଥାଉ କି, ଚଳିତ ସଂସ୍କରଣରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଭାରତୀୟ ଦଳ ଆସନ୍ତା ଏପ୍ରିଲ 25-26 ରେ ଜର୍ମାନୀ ସହ ମ୍ୟାଚ ଖେଳିବାର ଯୋଜନା ରହିଥିଲା । ଯାହା କି ବର୍ଲିନରେ ଖେଳାଯାଇଥାନ୍ତା । ସେହପରି ଆସନ୍ତା ମେ 23 ଓ 24 ତାରିଖରେ ଦଳ ତାର ଘରୋଇ ଷ୍ଟାଡିୟମ (ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ)ରେ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଥିଲା । ଯାହା ଦଳ ନ୍ୟୁଜିଲାଣ୍ଡ ବପକ୍ଷରେ ଖେଳିଥାନ୍ତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.