ନୂଆଦିଲ୍ଲୀ: ଅଲମ୍ପିକ୍ସ ଖେଳିବାକୁ ଥିବା ଭାରତୀୟ ପୁରୁଷ ଓ ମହିଳା ହକି ଟିମ ଖେଳାଳି ନେଲେ କୋରୋନା ଟିକାର ପ୍ରଥମ ଡୋଜ୍ । ବର୍ତ୍ତମାନ ଖେଳାଳିମାନେ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ(SAI) ସେଣ୍ଟର ବେଙ୍ଗାଲୁରୁରେ ଅଭ୍ୟାସ ଚଳାଇଛନ୍ତି ।
ଟୋକିଓ ଅଲମ୍ପିକ୍ସ ଜୁଲାଇ 23ରୁ ଆରମ୍ଭ ହେବାନେଇ ସୂଚୀ ରହିଛି । ଏହା ପୂର୍ବରୁ ଅଲମ୍ପିକ୍ସ ଅଂଶଗ୍ରହଣକାରୀ ଆଥଲେଟଙ୍କୁ ପ୍ରାଥମିକତା ଆଧାରରେ ଟିକା ମିଳିବା ନେଇ ଚର୍ଚ୍ଚା ଲାଗି ରହିଥିଲା ।
ତେବେ ଗୁରୁବାର ବେଙ୍ଗାଲୁରୁରେ ଖେଳାଳିମାନେ କୋରୋନା ଟିକାର ପ୍ରଥମ ଡୋଜ୍ ନେଇଥିବା ସାଇ ବେଙ୍ଗାଲୁରୁର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଗତ ସପ୍ତାହରେ ଅନ୍ୟ ଆଥଲେଟ୍ ଓ ଜାତୀୟ କୋଚ୍ରେ ଥିବା ସହଯୋଗୀ କୋଚ ମଧ୍ୟ ପ୍ରଥମ ଡୋଜ୍ ଟିକା ନେଇଥିଲେ ।
ତେବେ ଭାରତୀୟ ଅଲମ୍ପିକ ଆସୋସିଏସନ(IOA) କିମ୍ବା କ୍ରୀଡା ମନ୍ତ୍ରଣାଳୟ ଟିକାକରଣର ତାରିଖ ଓ ସମୟ ନେଇ ଔପଚାରିକ ଘୋଷଣା କରିନାହାଁନ୍ତି ।
ଗତ ସପ୍ତାହରେ ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲ୍ଙ୍କ ସମେତ 7ଜଣ ହକି ଖେଳାଳି ବେଙ୍ଗାଲୁରୁ ନ୍ୟାସନାଲ କ୍ୟାମ୍ପ୍ରେ ପହଞ୍ଚିବା ପରେ ପରେ, କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିଲେ । ସମସ୍ତ ଖେଳାଳି ବିନା ଲକ୍ଷଣଯୁକ୍ତ ଥିଲେ ଓ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି ।
ଅନ୍ୟପଟେ ପୁରୁଷ ରୋଇଂ ଓ ପୁନେର ଆର୍ମୀ ସ୍ପୋର୍ଟ୍ସ ଅନୁଷ୍ଠାନର ମହିଳା ଖେଳାଳିଙ୍କ ସହ ରିକର୍ଭ ତୀରନ୍ଦାଜ ଟିମ ନିକଟରେ କୋଭିଡ-10 ଟିକାର ଦ୍ବିତୀୟ ଡୋଜ୍ ନେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ