ଭୁବନେଶ୍ବର: ଆସନ୍ତକାଲି ଅର୍ଥାତ୍ 14 ଅକ୍ଟୋବର ସୋମବାର ଦିନ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଜାତୀୟ ହକି ପ୍ରଶିକ୍ଷଣ ଶିବିର । ଏନେଇ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳଙ୍କ 22-22ଜଣିଆ ଖେଳାଳିଙ୍କ ନାଁ ଘୋଷଣା ହୋଇସାରିଛି ।
ତେବେ 14ତାରିଖରୁ ଜାତୀୟ ହକି ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ପାଇଁ ବର୍ତ୍ତମାନ ସୁଦ୍ଧା 10ଜଣ ମହିଳା ହକି ଖେଳାଳି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଯାଇଛନ୍ତି । ତେବେ ସମସ୍ତ ଖେଳାଳି ସୋମବାର ଦିନ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟକୋଚ ଗ୍ରାହମ ରିଡଙ୍କୁ ରିପୋର୍ଟ କରିବେ ।
ଆସନ୍ତା ନଭେମ୍ବର 1 ଓ 2 ତାରିଖରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ କଳିଙ୍ଗ ଷ୍ଟାଡିୟମ ଠାରେ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବେ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ