ETV Bharat / sports

ଅଲମ୍ପିକ ଖେଳି ନପାରେ ପାକିସ୍ତାନ ହକି ଦଳ - hockey

ବିଶ୍ବକପ ହକି ପରେ ଏବେ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ ଗେମ୍ସରେ ପାକିସ୍ତାନ ହକି ଦଳର ଅଂଶଗ୍ରହଣ ନେଇ ଅନିଶ୍ଚିତତା ଦେଖାଦେଇଛି । ଏହା ପଛର କାରଣ ରହିଛି ଆଗାମି ମାସରେ ହେବାକୁ ଥିବା FIH ହକି ଫାଇନାଲ୍ସରେ ପାକିସ୍ତାନ ଅଂଶ ଗ୍ରହଣ କରୁନାହିଁ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 17, 2019, 4:40 PM IST

ନୂଆଦିଲ୍ଲୀ: ବିଶ୍ବ ହକିରେ ଜଲୱା ଦେଖାଇଥିବା ପାକିସ୍ତାନ ହକି ଦଳ ବର୍ତ୍ତମାନ ଘଡିସନ୍ଧି ମୁହୂର୍ତ୍ତ ଆସନ୍ନ । ବିଶ୍ବକପ ହକି ପରେ ଏବେ ଆସନ୍ତା ବର୍ଷ ଅଲମ୍ପିକ ଗେମ୍ସରେ ଦଳର ଅଂଶଗ୍ରହଣ ନେଇ ଅନିଶ୍ଚିତତା ଦେଖାଦେଇଛି । ଏହା ପଛର କାରଣ ରହିଛି ଆଗାମି ମାସରେ ହେବାକୁ ଥିବା FIH ହକି ଫାଇନାଲ୍ସରେ ପାକିସ୍ତାନ ଅଂଶ ଗ୍ରହଣ କରୁନାହିଁ ।

ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଆସନ୍ତା ମାସରେ FIH ହକି ଫାଇନାଲ୍ସ ଆୟୋଜନ କରୁଛି । ଏହି ଟୁର୍ଣ୍ଣାମେଣ୍ଟ ଅଲମ୍ପିକ ପ୍ରି-କ୍ୱାଲିଫାଇଂ ଟୁର୍ଣ୍ଣାମେଣ୍ଟ ଅଟେ । ପାକିସ୍ତାନ ଭାଗ ନେଉ ନଥିବା ହେତୁ ଅଲମ୍ପିକ ଯୋଗ୍ୟାତା ହାସଲ କରିବା ସମ୍ଭବ ନୁହେଁ । ତେବେ ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନ ହକି ମହାସଂଘ (ପିଏଚ୍‌ଏଫ୍‌) ସାଧାରଣ ସମ୍ପାଦକ ଆସିଫ ବାଜଓ୍ବା । ସେ କହିଛନ୍ତି, ଫେବୃୟାରୀ-ଏପ୍ରିଲରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପ୍ରୋ-ହକି ଲିଗ୍‌ ପାଇଁ ପାକିସ୍ତାନ ଏହାର ଦଳ ନ ପଠାଇବାରୁ ଏଫ୍‌ଆଇଏଚ୍‌ ଏହି ନିଷ୍ପତ୍ତି ନେଇଛି ।

ବାଜଓ୍ବା ପୁଣି କହିଛନ୍ତି, ଏଫ୍‌ଆଇଏଚ୍‌କୁ ସେ ଚିଠି ଲେଖିବେ । ନିଷ୍ପତ୍ତିର ପୁନର୍ବିଚାର ସହ ପାକିସ୍ତାନକୁ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଖେଳିବା ସୁଯୋଗ ପାଇଁ ଅନୁରୋଧ କରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

gfgf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.