ETV Bharat / sports

ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲା ହକି ଇଣ୍ଡିଆ

author img

By

Published : Oct 16, 2019, 1:53 PM IST

Updated : Oct 16, 2019, 2:20 PM IST

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 74ତମ ଜନ୍ମଦିନରେ ଟ୍ବିଟର ଯୋଗେ ଶୁଭେଚ୍ଛା ଜଣାଇଛି ହକି ଇଣ୍ଡିଆ ।

ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା

ହାଇଦ୍ରାବାଦ: ଭାରତୀୟ ହକି ଓ ଓଡିଶାର ସମ୍ପର୍କ ସୁଦୃଢ ରହିଛି । ଭାରତୀୟ ହକି ଦଳର ପ୍ରୟୋଜକ ଭାର ଓଡିଶା ସରକାର ସମ୍ଭାଳୁଥିବା ବେଳେ ବିଗତ କିଛି ଦିନରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିମୟରେ ବହୁ ଗୁରୁତ୍ବପୂର୍ଣ୍ଣ ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । ଏହି ପରିପେକ୍ଷୀରେ ହକି ଇଣ୍ଡିଆ ତା’ର କର୍ତ୍ତବ୍ୟ କରିଛି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 74 ତମ ଜନ୍ମଦିନରେ ଟ୍ବିଟର ଯୋଗେ ଶୁଭେଚ୍ଛା ଜଣାଇଛି ହକି ଇଣ୍ଡିଆ।

ତେବେ ଆଜି 74 ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ । ‘ଫନି’ କ୍ଷୟକ୍ଷତି ପାଇଁ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନିଜର ଜନ୍ମଦିନ ପାଳୁନଥିଲେ ବି ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ଜାତୀୟ ତଥା ରାଜ୍ୟସ୍ତରୀୟ ନେତୃବୃନ୍ଦ ଟ୍ବିଟ୍‌ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି।

ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା
ଫଟୋ ସୌଜନ୍ୟ- ଟ୍ବିଟର @hockeyindia

ଏହି ଧାରାରେ ହକି ଇଣ୍ଡିଆ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଲେଖିଛି, ‘କ୍ରୀଡାର ବିକାଶ ଦିଗରେ ସବୁବେଳେ ଚିନ୍ତିତ ଥିବା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରୁଛୁ। ’

ଉଲ୍ଲେଖଥାଉ, FIH ହକି ସିରିଜ ଓ ହକି ବିଶ୍ବକପ ପରି ବଡ ବଡ ଟୁର୍ଣ୍ଣାମେଣ୍ଟ ଓଡିଶା ସରକାରଙ୍କ ଦ୍ବାରା ସଫଳ ଆୟୋଜନ ହୋଇପାରିଛି । ଆଗାକୁ ଆସନ୍ତା ନଭେମ୍ବର 1 ଓ 2ରେ ଅଲମ୍ପିକ କ୍ବାଲିଫାୟର ମ୍ୟାଚ କଳିଙ୍କ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି।

Intro:Body:

BLANK FOR LINK 

Conclusion:
Last Updated : Oct 16, 2019, 2:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.