ନୂଆଦିଲ୍ଲୀ: ମେ 13ରେ ଅନୁଷ୍ଠିତ ହେବ ହକି ଇଣ୍ଡିଆର ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ 2021 ଟୋକିଓ ଅଲମ୍ପିକ୍ସ ନେଇ ହକି ପୁରୁଷ ଓ ମହିଳା ଟିମ ଇଣ୍ଡିଆର ପ୍ରସ୍ତୁତି ନେଇ ସମୀକ୍ଷା ହେବ ।
ବୈଠକରେ ହକି ଇଣ୍ଡିଆର ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ ସଭାପତିତ୍ବ କରିବେ । ଭାରତୀୟ ଅଲମ୍ପିକ ଆସୋସିଏସନର ସଫାପତି ନରିନ୍ଦର ଧ୍ରୁବ ବାତ୍ରା ମଧ୍ୟ ଉପସ୍ଥିତ ରହିବେ ।
ମହାମାରୀ କୋରୋନା ଭାଇରସ ସଂମକ୍ରଣ ଭୟ ଯୋଗୁଁ ଟୋକିଓ ଅଲମ୍ପିକ୍ସକୁ ଆସନ୍ତା ବର୍ଷ ଜୁଲାଇ ମାସକୁ ଘୁଞ୍ଚାଇ ଦିଆଯାଇଛି । ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ଅଲମ୍ପିକ୍ସ ଗେମ ଓ ଅଗଷ୍ଟ 24ରୁ 2021 ସେପ୍ଟେମ୍ବର 5 ପର୍ଯ୍ୟନ୍ତ ପାରାଅଲମ୍ପିକ୍ସ ଅନୁଷ୍ଠିତ ହେବ । ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।