ETV Bharat / sports

ବେଲଜିୟମ ଗସ୍ତ ପାଇଁ ଭାରତୀୟ ହକି ଦଳ ଘୋଷିତ, ଦଳରେ ଦୁଇ ଓଡିଆ

ଆଗାମୀ ବେଲଜିୟମ ଗସ୍ତ ପାଇଁ 20 ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହକି ଇଣ୍ଡିଆ । ଦଳରେ ଓଡିଶାର ଦୁଇ ଷ୍ଟାର ହକି ଖେଳାଳି ବିରେନ୍ଦ୍ର ଲାକ୍ରା ଓ ଆମିତ୍ ରୋହିଦାସ ସାମିଲ ହୋଇଛନ୍ତି ।

author img

By

Published : Sep 20, 2019, 5:57 PM IST

ଫଟୋ ସୌଜନ୍ୟ: twitter@TheHockeyIndia

ନୂଆଦିଲ୍ଲୀ: ଚଳିତ ମାସରୁ ଆରମ୍ଭ ହେବାକୁ ଯାଉଥିବା ବେଲଜିୟମ ଗସ୍ତ ପାଇଁ 20 ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରିଛି ହକି ଇଣ୍ଡିଆ । ତେବେ ସେପ୍ଟେମ୍ବର 26ରୁ ଅକ୍ଟୋବର 3 ପର୍ଯ୍ୟନ୍ତ ବେଲଜିୟମ ଗସ୍ତରେ ରହିବ ଭାରତୀୟ ଦଳ । ଏହି ଗସ୍ତରେ ଭାରତ ବେଲଜିୟମ ବିପକ୍ଷରେ 3ଟି ଓ ସ୍ପେନ୍ ବିପକ୍ଷରେ 2ଟି ମ୍ୟାଚ୍ ଖେଳିବାର ଯୋଜନା ରହିଛି । ତେବେ ଦଳରେ ଓଡିଶାର ଦୁଇ ଷ୍ଟାର ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ଓ ଆମିତ୍ ରୋହିଦାସଙ୍କୁ ସାମିଲ କରାଯାଇଛି ।

Hockey India
ଫଟୋ ସୌଜନ୍ୟ: twitter@TheHockeyIndia

ତେବେ ଏହି ଗସ୍ତରେ ଦଳର ଭାର ମିଡଫିଲ୍ଡର ମନପ୍ରିତ୍‌ ସି୍‌ଂଙ୍କ କାନ୍ଧରେ ଦିଆଯାଇଛି । ଅନ୍ୟପଟେ ଦଳକୁ ଫରୱାର୍ଡ ଖେଳାଳି ଲଲିତ ଉପାଧ୍ୟାୟ ଓ ଡ୍ରାଗ-ଫ୍ଲିକର୍ ରୂପିନ୍ଦର ପାଲ୍ ସିଂହ କମବ୍ୟାକ କରିଛନ୍ତି । ଓଡିଶା ପୁରୁଷ ହକି ବିଶ୍ବକପ 2018 ପରେ ଲଳିତ ଦଳରୁ ବାଦ ପଡିଥିଲେ । ସେହିପରି ଅଲମ୍ପିକ ଟେଷ୍ଟ ଇଭେଣ୍ଟରେ ଦଳରୁ ବାଦ ପଡିଥିବା ଭେଟେରାନ ରୁପିନ୍ଦର ସିଂହ ଦଳକୁ ଫେରିଛନ୍ତି । ଗୋଲ କିପର ପିଆର ଶ୍ରୀଜେଶ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ତେବେ ଅନ୍ୟତମ ଗୋଲ କିପର ଭାବେ କ୍ରୀଷ୍ଣା ବି ପାଠକଙ୍କୁ ଦଳରେ ସାମିଲ କରାଯାଇଛି ।

ଭାରତୀୟ ଦଳ-

  • ଡିଫେଣ୍ଡର: ହରମନପ୍ରିତ ସିଂହ, ସୁରେନ୍ଦର କୁମାର, ବିରେନ୍ଦ୍ର ଲାକ୍ରା, ବରୁଣ କୁମାର, ଅମିତ ରୋହିଦାସ, ଗୁରିନ୍ଦର ସିଂହ, ଖାଡଙ୍ଗବମ କୋଥାଜିତ ସିଂହ ଓ ରୁପିନ୍ଦର ସିଂହ
  • ମିଡଫିଲ୍ଡର: ମନପ୍ରିତ ସିଂହ(କ୍ୟାପଟେନ), ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ ଓ ନିଳକଣ୍ଠ ଶର୍ମା
  • ଫରୱାର୍ଡ: ମନ୍‌ଦୀପ ସିଂହ, ଏସ ଭି ସୁନିଲ, ଲଳିତ କୁମାର ଉପାଧ୍ୟୟ, ରମଣଦୀପ ସିଂହ, ସିମ୍ରନଜିତ ସିଂହ ଓ ଆକାଶଦୀପ ସିଂହ
  • ଗୋଲ କିପର: ପି ଆର ଶ୍ରୀଜେଶ, କ୍ରୀଷ୍ଣା ବି ପାଠକ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.