ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ଭାରତୀୟ ହକି ଖେଳାଳି ଗୋପାଲ ଭେଙ୍ଗ୍ରା । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ ୧୯୭୮ ଭାରତୀୟ ବିଶ୍ବକପ ଟିମର ସଦସ୍ୟ ଥିଲେ । ଦୀର୍ଘ ଦିନର ଅସୁସ୍ଥତା ପରେ ସୋମବାର ରାଞ୍ଚିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ପୂର୍ବତନ ଭାରତୀୟ ହକି ଟିମ ଖେଳାଳି ଗୋପାଲ ଭେଙ୍ଗ୍ରା, ଆର୍ଜେଣ୍ଟିନାର ବୁଏନୋସରେ ଅନୁଷ୍ଠିତ ୧୯୭୮ ପୁରୁଷ ବିଶ୍ବକପରେ ଆର୍ଜେଣ୍ଟିନା ଓ ପାକିସ୍ତାନ ବିପକ୍ଷରେ ଖେଳିଥିଲେ । ଭାରତୀୟ ସେନାରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ଭାରତୀୟ ହକି ପ୍ରତି ଗୋପାଲ ଭେଙ୍ଗ୍ରାଙ୍କ ଅବଦାନ ପାଇଁ ସେ ସଦା ସ୍ମରଣୀୟ ରହିବ । ଶୋକବ୍ୟକ୍ତ କରିବା ସହ ଏହା କହିଛନ୍ତି, ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମ୍ବାମ । ହକି ଇଣ୍ଡିଆ ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ