ନୂଆଦିଲ୍ଲୀ: ହକି ଇଣ୍ଡିଆ ପକ୍ଷରୁ ସମସ୍ତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ ଆଡଭାଇଜରୀ ଜାରି ହୋଇଛି । ସମସ୍ତଙ୍କୁ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାପାଇଁ ନିର୍ଦ୍ଦେଶ ରହିଛି । ଏଥିସହିତ ସ୍ବାସ୍ଥ୍ୟ ସମ୍ବଳିତ ସମସ୍ତ ଉପଯୋଗୀ ସୂଚନା ଜାଣିବାକୁ କୁହାଯାଇଛି ।
ଏହି ଆପରେ ସୁରକ୍ଷିତ କିମ୍ବା ଅଳ୍ପ ବିପଦପୂର୍ଣ୍ଣ ସ୍ଥିତି ରହିଛି ଜାଣିହେବ । ଯଦି ଆପରେ ଅଧିକ ବିପଦପୂର୍ଣ୍ଣ ସ୍ଥିତି ଥିଲେ, ଅଫିସ ଆସିବାକୁ ବାରଣ କରାଯାଇଛି । ଏଥିସହିତ 14 ଦିନ କ୍ବାରେଣ୍ଟିନରେ ରହିବାକୁ ପରାମର୍ଶ ଦିଆଯାଇଛି ।
ଭାରତରେ କୋରୋନା ଭାଇରସ ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ 95ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, 3,320 ନୂଆ ସଂକ୍ରମିତ କେସ ସାମ୍ନାକୁ ଆସିଛି ।