ଭୁବନେଶ୍ବର: ହକି ସେମିଫାଇନାଲ ମ୍ୟାଚ୍ ନେଇ ପ୍ରିତିକ୍ରିୟା ରଖିଲେ ଭାରତ ହକି ଟିମର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀ(Dilip Tirkey) । ସନ୍ଧ୍ୟାରେ ଖେଳାଯିବାକୁ ଥିବା ଜୁନିଅର ହକି ବିଶ୍ବକପର ପ୍ରଥମ ସେମିଫାଇନାଲରେ ଭାରତ ଏବଂ ଜର୍ମାନୀ ମୁହାଁମୁହିଁ ହେବେ । ଏହି ମ୍ୟାଚ୍କୁ ନେଇ ଦିଲୀପ ତିର୍କୀ କହିଛନ୍ତି ମ୍ୟାଚ୍ ଅତ୍ୟନ୍ତ ସଙ୍ଘର୍ଷପୂର୍ଣ୍ଣ ହେବ ।
ଭାରତ ଏବଂ ଜର୍ମାନୀ ମଧ୍ୟରେ ପୂର୍ବରୁ ମ୍ୟାଚ ଖେଳାଯାଇଛି । ଜର୍ମାନୀର ପୂର୍ବ ମ୍ୟାଚ୍ ଗୁଡିକର ପ୍ରଦର୍ଶନ ଭଲ ରହିଛି। ଭାରତ ଆଜିର ମ୍ୟାଚ୍ରେ ଭଲ ପ୍ରଦର୍ଶନ ସହ ଫାଇନାଲ ଟିକେଟ ହାସଲ କରୁ ବୋଲି କହିଛନ୍ତି ଦିଲୀପ ତିର୍କୀ ।
ଭାରତୀୟ ବିଶ୍ବକପ ଟିମରେ ଥିବା 3 ଜଣ ଓଡ଼ିଆଙ୍କ ପ୍ରଦର୍ଶନ ଭଲ ସହ ସେମିଫାଇନାଲରେ ଭାରତର ବିଜୟ ଚାହାନ୍ତି ବୋଲି କହିଛନ୍ତି ଦିଲୀପ ତିର୍କୀ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ