ETV Bharat / sports

ବିଶ୍ବାସ ଥିଲା, ବିଜୟ ଐତିହାସିକ: ଦିଲୀପ ତିର୍କୀ - dilip tirkey

ଟୋକିଓ ଅଲମ୍ପିକ୍ସରେ ଭାରତର ଦମଦାର ପ୍ରଦର୍ଶନ । 5-4 ଗୋଲ୍‌ରେ ଜର୍ମାନୀକୁ ହରାଇ ବ୍ରୋଞ୍ଚ ହାତେଇଛି ଭାରତୀୟ ପୁରୁଷ ହକି ଟିମ୍ । ଅଧିକ ପଢନ୍ତୁ...

_Former Hockey player dilip tirkey on india's Olympics bronze medal win
ଟୋକିଓ ଅଲମ୍ପିକ୍ସରେ ଭାରତର ଦମଦାର ପ୍ରଦର୍ଶନ
author img

By

Published : Aug 5, 2021, 1:42 PM IST

ଭୁବନେଶ୍ବର: ଟୋକିଓ ଅଲମ୍ପିକ୍ସରେ ଭାରତର ଦମଦାର ପ୍ରଦର୍ଶନ । 5-4 ଗୋଲ୍‌ରେ ଜର୍ମାନୀକୁ ହରାଇ ବ୍ରୋଞ୍ଚ ହାତେଇଛି ଭାରତୀୟ ପୁରୁଷ ହକି ଟିମ୍ । ଚମତ୍କାର ପ୍ରଦର୍ଶନ ସହ ଦୀର୍ଘ 4 ଦଶନ୍ଧି ପରେ ବ୍ରୋଞ୍ଚ ହାତେଇଛି ଟିମ୍ ଇଣ୍ଡିଆ । ଖେଳ ଆରମ୍ଭର ମାତ୍ର 2 ମିନିଟରେ ପ୍ରଥମ ଗୋଲ କରିଥିଲା ଜର୍ମାନୀ । ଏହାପରେ 17ତମ ମିନିଟରେ ସିମ୍ରନଜିତ ସିଂ ଗୋଲ କରି ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲେ । ଏହା ପରେ 24 ଓ 25ତମ ମିନିଟରେ ବ୍ୟାକ୍ ଟୁ ବ୍ୟାକ୍ ଗୋଲ କରିଥିଲା ଜର୍ମାନୀ । କିନ୍ତୁ 3-1ରେ ପଛୁଆ ଥିବା ଭାରତ କମବ୍ୟାକ କରିଥିଲା ।

ଟୋକିଓ ଅଲମ୍ପିକ୍ସରେ ଭାରତର ଦମଦାର ପ୍ରଦର୍ଶନ

27ତମ ମିନିଟରେ ହାର୍ଦ୍ଦିକ ସିଂହ ଓ 29ତମ ମିନିଟରେ ହରମନପ୍ରୀତ ସିଂହ ପେନାଲିଟି କର୍ଣ୍ଣରରୁ ଗୋଲ କରିଥିଲେ । ହାଫ୍ ଟାଇମ ବେଳକୁ ଉଭୟ ଟିମ୍ 3-3ରେ ମ୍ୟାଚ ବରାବର ରହିଥିଲା । 31 ମିନିଟରେ ପେନାଲିଟି ଷ୍ଟ୍ରୋକ୍‌ରୁ ଗୋଲ୍‌ କରିଥିଲେ ରୁପିନ୍ଦର ପାଲ୍ ସିଂହ । ଏହାସହ ଭାରତ 4-3ରେ ଆଗୁଆ ହୋଇଯାଇଥିଲା । 34ତମ ମିନିଟରେ ସିମ୍ରନଜିତ ମ୍ୟାଚର ଦ୍ବିତୀୟ ଗୋଲ କରି ଭାରତକୁ 5-3 ଗୋଲରେ ଆଗୁଆ କରିଥିଲେ । 48 ମିନିଟରେ ଜର୍ମାନୀ ଆଉ ଏକ ଗୋଲ କରି ମ୍ୟାଚକୁ 5-4କୁ ଆଣିଥିଲେ ମଧ୍ୟ ପରାଜୟ ଏଡାଇ ପାରିନଥିଲା । ବର୍ଷ 1980ରେ ଶେଷ ଥର ପାଇଁ ଭାରତ ହକିରେ ବିଜୟୀ ହୋଇଥିଲା ।

ଏହି ବିଜୟ ଦମଦାର ଓ ଐତିହାସିକ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ହକି ଖେଳାଳି ଦିଲୀପ ତିର୍କୀ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.