ETV Bharat / sports

ହକି ସିରିଜ ଫାଇନାଲ: ସୁରକ୍ଷା କଡାକଡି, ମ୍ୟାଚ ଦେଖିବାକୁ ଲାକ୍ରାଙ୍କ ଅପିଲ - arrangement

'ଫନି' ପରେ ଓଡ଼ିଶାରେ ଅନୁଷ୍ଠିତ ହେଉଥିବା FIH ପୁରୁଷ ସିରିଜ ଫାଇନାଲ ପ୍ରତିଯୋଗିତାକୁ ଲୋକମାନେ ବହୁ ସଂଖ୍ୟାରେ ଆସି ଉପଭୋଗ କରିବା ସହିତ ଭାରତୀୟ ଟିମକୁ ଉତ୍ସାହିତ କରିବାକୁ ଅପିଲ କରିଛନ୍ତି ଭାରତୀୟ ଦଳର ଉପ ଅଧିନାୟକ ତଥା ଓଡ଼ିଆ ଖେଳାଳି ବିରେନ୍ଦ୍ର ଲାକ୍ରା । ଅନ୍ୟ ପଟେ କଡା ସୁରକ୍ଷା ବଳୟରେ ରହିଛି ସମ୍ପୂର୍ଣ୍ଣ ଷ୍ଟାଡିୟମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 4, 2019, 9:37 PM IST

ଭୁବନେଶ୍ବର: ଆଉ ଗୋଟିଏ ଦିନ ପରେ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ହକି ସିରିଜ ଫାଇନାଲ । ସପଟେ 'ଫନି' ପରେ ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତାକୁ ଲୋକମାନେ ବହୁ ସଂଖ୍ୟାରେ ଆସି ଉପଭୋଗ କରିବା ସହିତ ଭାରତୀୟ ଟିମକୁ ଉତ୍ସାହିତ କରିବାକୁ ଅପିଲ କରିଛନ୍ତି ଭାରତୀୟ ଦଳର ଉପ ଅଧିନାୟକ ତଥା ଓଡ଼ିଆ ଖେଳାଳି ବିରେନ୍ଦ୍ର ଲାକ୍ରା । ଅନ୍ୟ ପଟେ କଡା ସୁରକ୍ଷା ବଳୟରେ ରହିଛି ସମ୍ପୂର୍ଣ୍ଣ ଷ୍ଟାଡିୟମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆସନ୍ତା 6 ତାରିଖରୁ ଭାରତ ସମେତ 8ଟି ଟିମ୍‌ ଆମେରିକା, ଋଷ, ଦକ୍ଷିଣ ଆଫ୍ରିକା, ପୋଲାଣ୍ଡ, ଉଜବେକିସ୍ତାନ ଏବଂ ଜାପାନ ମଧ୍ୟରେ ପୁରୁଷ ହକି ସିରିଜ ଫାଇନାଲ ଅନୁଷ୍ଠିତ ହେବାକୁ ଯାଉଛି । ଯାହାକି ଆସନ୍ତା ବର୍ଷ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିବାର ଏକ ସୁଯୋଗ । ଯେଉଁ ଦୁଇଟି ଟିମ ଫାଇନାଲକୁ ଉନ୍ନୀତ ହେବେ ସେମାନେ ଏହି ଯୋଗ୍ୟତା ଅର୍ଜନ କରିବେ ।

ପୁଣି ଥରେ ବିଶ୍ବର ନାମିଦାମି ହକି ଟିମ୍‌ ଓଡିଶାରେ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମର ସୁରକ୍ଷା କଡାକଡି କରିଛି କମିସନରେଟ ପୋଲିସ । ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ସିସିଟିଭ ଉପରେ ଅଧିକ ଫୋକସ ଦିଆଯାଇଛି । 60ଟି ସିସିଟିଭି ଲଗାଯାଇଥିବା ବେଳେ ପୁରା ହକି ଗ୍ରାଉଣ୍ଡ ସିସିଟିଭ ସର୍ଭିଲାନସରେ ରହିବ । ଷ୍ଟାଡିୟମ ବାହାରେ ଓ ଭିତରେ ନିୟୋଜିତ ରହିବେ 16 ପ୍ଲାଟୁନ ଫୋର୍ସ । 75 ଜଣ ଅଫିସର ନେତୃତ୍ବରେ ସୁରକ୍ଷା ବ୍ୟବସ୍ଥା ଉପରେ ଫୋକସ ରହିବ ।

ପ୍ରଥମରେ ଖେଳାଳିଙ୍କ ସୁରକ୍ଷା ନେଇ ପିଏସଓ ସହ ଏସକର୍ଟ ଗାଡି ଓ ହୋଟେଲ ନିକଟରେ ଫୋର୍ସ ମୁତୟନ କରାଯିବ । ଏତଦବ୍ୟତୀତ ଖେଳାଳି ଅଭ୍ୟାସ ପାଇଁ ଯିବା ଆସିବା ସମୟରେ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ସମସ୍ତ ସୁରକ୍ଷା ବ୍ୟବସ୍ତା ଉପରେ ଟିକ୍‌ନିକ୍‌ ନଜର ରଖିବା ପାଇଁ ପୋଲିସ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ମ୍ୟାଚ ପୂର୍ବରୁ ପାର୍କି ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିସନର ସତ୍ୟଜିତ୍‌ ମହାନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଆୟୋଜନ ହେବାକୁଥିବା ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସର ଟିକେଟ ବିକ୍ରିରୁ ଉପାର୍ଜିତ ହେବାକୁଥିବା ଅର୍ଥ ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯିବ ବୋଲି ହକି ଇଣ୍ଡିଆ ତରଫରୁ କୁହାଯାଇଛି । ମହାବାତ୍ୟା ଫନି ଦ୍ୱାରା ରାଜ୍ୟରେ ବିପୁଳ କ୍ଷୟକ୍ଷତି ହୋଇଛି । ପୁନରୁଦ୍ଧାର କାର୍ଯ୍ୟ ଓ ବାତ୍ୟା ପ୍ରଭାବିତ ଲୋକଙ୍କ ସାହାଯ୍ୟ ପାଇଁ ଏହି ଅର୍ଥ ବ୍ୟୟ କରାଯିବ ।

ଭୁବନେଶ୍ବରରୁ ତାପସ କୁମାର ପରିଡା ଓ ଲଷ୍ମୀକାନ୍ତ ଦାସ, ଇଟିଭି ଭାରତ

ହକି ସିରଜ ନେଇ ସୁରକ୍ଷା କଡାକଡି,
ସିସିଟିଭି ନଜରରେ ରହିବ ହକି ଗ୍ରାଉଣ୍ଡ

ଆସନ୍ତା ୬ ତାରିଖରୁ ଆରମ୍ଭ ହେଉଛି ହକି ସିରଜ । କଳିଙ୍ଗ ଷ୍ଟାଡିୟମରେ ଟୋକିଓ ଅଲମ୍ପିକ ଯୋଗ୍ଯତା ପାଇଁ ଖେଳିବେ ୮ଟି ଆନ୍ତର୍ଜାତିୟ ଟିମ। ଘରୋଇ ଟିମ ସହ ମୁହଁମୁହିଁ ବିଦେଶ ଟିମର ଖେଳାଳି। ଏନେଇ କଳିଙ୍ଗ ଷ୍ଟାଡିୟମର ସୁରକ୍ଷା କଡାକଡି କରିଛି କମିସନରେଟ ପୋଲିସ। ଏଥିପାଇଁ ବିଶେଷ କରି ସିସିଟିଭ ଉପରେ ଅଧିକ ଫୋକସ ଦିଆଯାଇଛି । ୬୦ଟି ସିସିଟିଭ ଲଗାଯାଇଥିବା ବେଳେ ପୁରା ହକି ଗ୍ରାଉଣ୍ଡ ସିସିଟିଭ ସର୍ଭିଲାନସରେ ରହିବେ। ତତ ସହିତ ଦର୍ଷକ ପାଭଲିୟନରେ ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ ବାହାରେ ଓ ଭିତରେ  ନିୟୋଜିତ ରହିବେ ୧୬ ପ୍ଲାଟୁନ ଫୋର୍ସ। ୭୫ ଜଣ ଅଫିସର ନେତୃତ୍ବରେ ସୁରକ୍ଷା ବ୍ଯବସ୍ଥା ଉପରେ ଫୋକସ କରିବେ। ପ୍ରଥମରେ ଖେଳାଳିଙ୍କ ସୁରକ୍ଷା ନେଇ ପିଏସଓ ସହ ଏସକର୍ଟ ଗାଡି ଓ ହୋଟେଲ ନିକଟରେ ଫୋର୍ସ ମୁତୟନ। ତା ସହିତ ପ୍ରାକ୍ଟିସ ପାଇଁ ଯିବା ଆସିବା ସମୟରେ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି। ଏଥିସହ ଷ୍ଟାଡିୟମର ସୁରକ୍ଷା ଉପରେ ମଧ୍ଯ ଗୁରୁତ୍ବ ଦିଆଯିବା ସହ ପୋଲିସ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଏଥି ସହ ପାର୍କି ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ଯ ସ୍ବତନ୍ତ୍ର ଧ୍ଯାନ ଦିଆଯାଇ ଟ୍ରାଫିକ କର୍ମଚାରି ଓ ପୋଲିସ ଅଫିସରଙ୍କ ଜରିଆରେ ନିୟନ୍ତ୍ରଣ ହେବ। ଏଥିପାଇଁ ମ୍ଯାଚ ପୁର୍ବଦିନ ଟ୍ରାଫିକ ଆରେଂଜମେଣ୍ଟ ଓ ପାର୍କି ଉପରେ ନିଷ୍ପତି ନିଆଯିବ।

ବାଇଟ-ସତ୍ଯଜିତ ମହାନ୍ତି, ପୋଲିସ କମିସନର 

ଭିଜୁଆଲ ମୋଜୋ ରେ ବାଇଟ ବିକାଶ ପଠେଇବ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.