ETV Bharat / sports

'ହକି ପ୍ରୋ-ଲିଗରେ ହେବ ଟୋକିଓ ଅଲମ୍ପିକ୍ସ ପ୍ରସ୍ତୁତି'

author img

By

Published : Jul 11, 2020, 6:55 PM IST

2020 ପ୍ରୋ ଲିଗ ସିଜିନ ଟୋକିଓ ଅଲମ୍ପିକ୍ସ ପୂର୍ବରୁ ଖେଳାଯିବ । ଶ୍ରେଷ୍ଠ ଟିମ ବିପକ୍ଷରେ ମ୍ୟାଚ ଖେଳିବାର ସୁଯୋଗ ଥିବାରୁ ଏହି ଟୁର୍ଣ୍ଣାମେଣ୍ଟରେ ଟୋକିଓ ଅଲମ୍ପିକ୍ସ ପ୍ରସ୍ତୁତି ପାଇଁ ଉପଯୋଗୀ ହେବ କହିଛନ୍ତି ହକି ଟିମ ଇଣ୍ଡିଆ କୋଚ ଗ୍ରାହେମ ରେଡ ।

FIH Pro League will give us tough compitition ahead of Tokyo Olympic Games, says Graham Reid
'ହକି ପ୍ରୋ-ଲିଗରେ ହେବ ଟୋକିଓ ଅଲମ୍ପିକ୍ସ ପ୍ରସ୍ତୁତି'

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ ପ୍ରସ୍ତୁତି ନେଇ ହକି ଟିମ ଇଣ୍ଡିଆ କୋଚ ଗ୍ରାହେମ ରେଡଙ୍କ ସକରାତ୍ମକ ମତ । 2020 ପ୍ରୋ ଲିଗ ସିଜିନର ଆରମ୍ଭ ନେଇ ଅନ୍ତର୍ଜାତୀୟ ହକି ଫେଡେରେସନ (FIH) ପକ୍ଷରୁ ଘୋଷଣା ହୋଇଛି । ଫଳରେ ଏହି ଟୁର୍ଣ୍ଣାମେଣ୍ଟ ଅଲମ୍ପିକ୍ସ ପ୍ରସ୍ତୁତି ପାଇଁ ବଡ ସୁଯୋଗ ହେବ ବୋଲି କୋଚ ରେଡ କହିଛନ୍ତି ।

ହକି ପ୍ରୋ ଲିଗରେ ବିଶ୍ବର ସମସ୍ତ ଶ୍ରେଷ୍ଠ ଟିମ ବିପକ୍ଷରେ ଖେଳିବାର ସୁଯୋଗ ମିଳିବ । ଯାହା ଅଲମ୍ପିକ ପ୍ରସ୍ତୁତି ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି ।

ଆଗାମୀ ବର୍ଷ ଏପ୍ରିଲ 10 ଓ 11ରେ ଭାରତୀୟ ଦଳ ଆର୍ଜେଣ୍ଟିନା ବିପକ୍ଷରେ 2020 ସିଜିନ ଆରମ୍ଭ କରିବ । ଏହା ହକି ପ୍ରୋ ଲିଗର ପରିବର୍ତ୍ତିତ ମ୍ୟାଚ ସୂଚୀ । ପରେ ଗ୍ରେଟ ବ୍ରିଟେନକୁ ବିଦେଶରେ ମଇ 8 ଓ 9ରେ ଭେଟିବ ଭାରତ । ମଇ 12 ଓ 13ରେ ସ୍ପେନ ଯାତ୍ରା କରିବ । ଏହାପରେ ମଇ 18 ଓ 19 ତାରିଖରେ ଜର୍ମାନୀ, ମଇ 29ରେ ଓ 30ରେ ନ୍ୟୁଜିଲାଣ୍ଡ ସହ ମୁକାବିଲା ହେବ ।

ଚଳିତ ବର୍ଷ ଆରମ୍ଭରେ ଭାରତୀୟ ହକି ଟିମ ନେଦରଲାଣ୍ଡକୁ 5-2, 3-3(3-1) ଓ ବେଲଜିୟମ ବିପକ୍ଷରେ 2-1 ଗୋଲର ବିଜୟୀ ହୋଇଥିଲା । ପରେ ବିଶ୍ବ ଚମ୍ପିଆନ ବେଲଜିୟମ ଠାରୁ 4-3 ଗୋଲରେ ପରାସ୍ତ ହୋଇଥିଲା ଭାରତ । କୋରୋନା ଭାଇରସ ଲକାଡାଉନ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ 2-2(3-1) ଗୋଲରେ ବିଜୟୀ ହୋଇଥିଲା ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.