ETV Bharat / sports

ମନପ୍ରୀତଙ୍କୁ ମନେପଡୁଛି ଘର କଥା - ଏଫଆଇଏଚ ପ୍ଲେୟର ଅଫ ଦ ଇୟର

ଭାରତୀୟ ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଘରଠାରୁ ଦୂରରେ ରହି ନିଜ ମା ଓ ଭାଇଙ୍କୁ ମନେ ପକାଇଛନ୍ତି । ଏପରି ସ୍ଥିତିରେ ଘର କଥା ବେଶ ମନେ ପଡେ କହିଛନ୍ତି ମନପ୍ରୀତ । ଅଧିକ ପଢ଼ନ୍ତୁ...

FIH player of the year, indian hockey team captain, Manpreet Singh missing home, covid-19 pandemic, ମନପ୍ରୀତଙ୍କୁ ମନେପଡୁଛି ଘର କଥା, ଏଫଆଇଏଚ ପ୍ଲେୟର ଅଫ ଦ ଇୟର, ମନପ୍ରୀତ ସିଂହ
ମନପ୍ରୀତଙ୍କୁ ମନେପଡୁଛି ଘର କଥା
author img

By

Published : Apr 28, 2020, 5:48 PM IST

ଚଣ୍ଡିଗଡ: କୋରୋନା ମହାମାରୀ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି ପ୍ରଥମ ଏଫଆଇଏଚ ପ୍ଲେୟର ଅଫ ଦ ଇୟର ମନପ୍ରୀତ ସିଂହଙ୍କ ଦୁନିଆ । ଏଫଆଇଏଚ ହକି ପ୍ରୋ ଲିଗରେ ନିଜ ଟିମର ନେତୃତ୍ବ ନେଇ ବେଲଜିୟମ, ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ଭଳି ଟିମକୁ ପରାସ୍ତ କରିଥିବା ମନପ୍ରୀତ ଏବେ ଅସହାୟ ଭାବେ ନିଜ ଟିମ ସହ ସ୍ପୋର୍ଟ୍ସ ଅଥୋରିଟି ଅଫ ଇଣ୍ଡିଆର ବେଙ୍ଗାଲୁରୁ ସ୍ଥିତ ସେଣ୍ଟରରେ ଫସି ରହିଛନ୍ତି ।

ଏହି ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା । ଏହା ସମସ୍ତଙ୍କୁ ମାନସିକ ସ୍ତରରେ ପ୍ରଭାବିତ କରୁଛି ବୋଲି ମନପ୍ରୀତ କହିଛନ୍ତି । ବର୍ତ୍ତମାନ ଯେତେବେଳେ ଟୋକିଓ ଅଲମ୍ପିକ ଘୁଞ୍ଚାଇ ଦିଆଯାଇଛି ମନପ୍ରୀତ ଓ ତାଙ୍କ ଟିମକୁ ଧର୍ଯ୍ୟ ଧରି ଦୃଢ଼ ମନୋବଳ ସହ ଏହି ମାନସିକ ଯୁଦ୍ଧକୁ ହରାଇବାକୁ ହେବ ।

‘‘ଏପରି ପରିସ୍ଥିତି ଖୁବ ଚ୍ୟାଲେଞ୍ଜିଙ୍ଗ ହୋଇଥାଏ । ଜଣେ ଯେତେବେଳେ ଟିମ ପାଇଁ ଖେଳୁ ନଥାଏ ସେତେବେଳେ ବି ତାଙ୍କୁ ଏପରି ପରିସ୍ଥିତି ସାମ୍ନା କରିବାକୁ ପଡେ ନାହିଁ । କାରଣ ସେତେବେଳ ମଧ୍ୟ ସେ ରାଜ୍ୟର ଟିମ ଗୁଡିକ ପାଇଁ ଖେଳିବାର ସୁଯୋଗ ଥାଏ,’’ ବୋଲି କହିଛନ୍ତି ଭାରତୀୟ ହକି ଦଳର ଅଧିନାୟକ । ତେବେ ଦଳରେ ଏକ ସକାରାତ୍ମକ ମନୋଭାବ ବଜାୟ ରଖିଥିବାରୁ କୋଚିଂ ଷ୍ଟାଫଙ୍କୁ ଧନ୍ୟବାଦ ଦେଇଛନ୍ତି ମନପ୍ରୀତ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଆମେ ଲକଡାଉନକୁ ଏକ ଲମ୍ବା ବ୍ରେକ ଭାବିଛୁ । ଆମର ଓ ଅନ୍ୟ ଦଳ ମାନଙ୍କର ଫୁଟେଜ ଦେଖି ଆମେ ଖେଳ ସହ ଯୋଡି ହୋଇ ରହିଛୁ । ଶାରରୀକ ଭାବେ ନହେଲେ ବି ମାନସିକ ଭାବେ ଆମେ ଖେଳ ସହ ଯୋଡି ହୋଇଛୁ ।’’

2011ରେ ଡେବ୍ୟୁ କରିଥିବା ମନପ୍ରୀତଙ୍କ ପାଇଁ 9 ବର୍ଷରେ ଏହା ସବୁଠାରୁ ଲମ୍ବା ବ୍ରେକ । ଖେଳକୁ ମିସ କରୁଥିବା ମନପ୍ରୀତଙ୍କୁ ଘର କଥା ବି ବେଶ ମନେ ପଡିଛି । 27 ବର୍ଷୀୟ ମନପ୍ରୀତ ପଞ୍ଜାବର ଜଲନ୍ଧର ଠାରେ ମିଥାପୁର ଗାଁରେ ରହୁଥିବା ନିଜ ମାଙ୍କୁ ମନେ ପକାଇଛନ୍ତି ।

ସେ କହିଛନ୍ତି ଯେ, ‘‘ମତେ ଘର କଥା ମନେ ପଡୁଛି । ଏପରି ସ୍ଥିତିରେ ଘରେ ରହିଥିଲେ ଖୁବ ଭଲ ଲାଗେ । ମୋ ମା ଓ ଭାଇ ମାନେ ଜଲନ୍ଧରରେ ରହୁଛନ୍ତି । କିନ୍ତୁ ମୁଁ ସବୁବେଳେ ତାଙ୍କ ସହ କଥାବାର୍ତ୍ତା କରୁଛି । ତେବେ ଜୀବନରେ ଅନେକ ଗୁରୁତ୍ବପୂର୍ଣ୍ଣ ଜିନିଷ ଅଛି । ଆମ ପାଖରେ ଯାହା ଅଛି ତାକୁ ନେଇ ଆମେ ଉପକୃତ ହେବା, ଯାହା ନେଇ ତାକୁ ନାହିଁ ଦୁଃଖ କରିବା ନାହିଁ ।’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.