ETV Bharat / sports

Junior Hockey WC: କ୍ବାର୍ଟର-ଫାଇନାଲରେ ଭାରତ ସାମ୍ନାରେ ବେଲଜିୟମ ଚ୍ୟାଲେଞ୍ଜ

author img

By

Published : Nov 30, 2021, 10:21 PM IST

ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା FIH ପୁରୁଷ ହକି ବିଶ୍ବକପ୍‌ (Junior Hockey World Cup) ୨୦୨୧ର ଅସଲ ଲଢେଇ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି । ୧୬ଟି ଟିମ୍‌ରୁ ପୁଲ୍‌ ପର୍ଯ୍ୟାୟରେ ୮ଟି ଟିମ ବାଦ୍‌ ପଡିସାରିଛନ୍ତି ଓ କ୍ବାର୍ଟର-ଫାଇନାଲକୁ ୮ଟି ଟିମ ଉନ୍ନୀତ ହୋଇଛନ୍ତି । ଅଧିକ ପଢନ୍ତୁ

FIH Mens Junior WC: Team India geared up for Belgium challenge in quarter-final
Junior Hockey WC: କ୍ବାର୍ଟର-ଫାଇନାଲରେ ଭାରତ ସାମ୍ନାରେ ବେଲଜିୟମ ଚ୍ୟାଲେଞ୍ଜ

ଭୁବନେଶ୍ବର: ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା FIH ପୁରୁଷ ହକି ବିଶ୍ବକପ୍‌(Junior Hockey World Cup) ୨୦୨୧ର ଅସଲ ଲଢେଇ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି । ୧୬ଟି ଟିମ୍‌ରୁ ପୁଲ୍‌ ପର୍ଯ୍ୟାୟରେ ୮ଟି ଟିମ ବାଦ୍‌ ପଡିସାରିଛନ୍ତି ଓ କ୍ବାର୍ଟର-ଫାଇନାଲକୁ ୮ଟି ଟିମ ଉନ୍ନୀତ ହୋଇଛନ୍ତି । ପ୍ରଥମ ମ୍ୟାଚ୍‌ରେ ଫ୍ରାନ୍ସ ଠାରୁ ପରାଜୟ ସତ୍ତ୍ବେ ଡିଫେଣ୍ଡିଂ ଚମ୍ପିଆ ଟିମ ଇଣ୍ଡିଆ ଗ୍ରୁପ୍‌ ବି'ର ଶେଷ ମ୍ୟାଚ୍‌ରେ ପୋଲାଣ୍ଡ ବିପକ୍ଷରେ ୮-୨ରେ ବିଜୟ ସହ ଦମଦାର କରିଛି ଓ କ୍ବାର୍ଟର ଟିକେଟ ହାତେଇଛି । ତେବେ କ୍ବାର୍ଟରରେ ଭାରତକୁ ବେଲଜିୟମ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ହେବ ।

ନକଆଉଟ୍‌ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟିମର ମୁଖ୍ୟ କୋଚ୍‌ ଗ୍ରାହାମ ରେଡ୍‌ କହିଛନ୍ତି, "ବୁଧବାର ବେଲଜିୟମ (Belgium) ବିପକ୍ଷରେ ଅସଲ ଲଢେଇ ହେବ । ଏଯାବତ ଟିମ ଖେଳିଥିବା ପ୍ରତ୍ୟେକ ମ୍ୟାଚ୍‌ରୁ ଶିକ୍ଷା ଲାଭ କରିଛି ଓ ତ୍ରୁଟିକୁ ସୁଧାରି ଅଧିକ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିଛି । ଶେଷ ଦୁଇଟି ମ୍ୟାଚ୍‌ରେ ଆଶାନୁରୂପ ପ୍ରଦର୍ଶନ ରହିଛି ମାତ୍ର ଅସଲ ପରୀକ୍ଷା ଆସନ୍ତାକାଲି ବେଲଜିୟମ ବିପକ୍ଷରେ ହେବ ।"

କ୍ବାର୍ଟର-ଫାଇନାଲ ମୁକାବିଲାରେ ଭାରତୀୟ ଟିମର ରଣନୀତି ନେଇ କୋଚ୍‌ ରେଡ୍‌ କହିଛନ୍ତି, "ଡିଫେନ୍ସ ଜୋର ଲଗାଇବା ରଣନୀତ ରହିବ ଏଥିସହ ଭଲ ଆରମ୍ଭ ଲକ୍ଷ୍ୟ ରହିବ । ପେନାଲିଟି କର୍ଣ୍ଣର ବୁଧବାର ମ୍ୟାଚ୍‌ର ଫଳାଫଳ ନିର୍ଣ୍ଣୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇପାରେ । ଫଳରେ ପେନାଲିଟି କର୍ଣ୍ଣର ଉପରେ ଅଭ୍ୟାସସମୟରେ ବିଶେଷ ଧ୍ୟାନ ଦିଆଯାଇଛି ।"

ବେଲଜିୟମ ଏଯାବତ ଟୁର୍ନାମେଣ୍ଟରେ ଅପରାଜେୟ ରହିଛି । ଗ୍ରୁପ ପର୍ଯ୍ୟାୟରେ ଦୁଇଟି ବିଜୟ ଓ ଗୋଟିଏ ମ୍ୟାଚ୍‌ ଡ୍ର ରଖିଛି ଟିମ ।

ଏହାମଧ୍ୟ ପଢନ୍ତୁ: Junior Hockey WC: କ୍ବାର୍ଟର ଲାଇନ ଚୂଡାନ୍ତ, ବୁଧବାରଠୁ ନକଆଉଟ୍‌ ପର୍ଯ୍ୟାୟ

କ୍ବାର୍ଟର ମୁକାବିଲା ନେଇ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ବେଲଜିୟମ କୋଚ୍‌ କହିଛନ୍ତି, "ଆମର ଖେଳିବାର କୌଶଳ ପ୍ରାୟତଃ ଭାରତ ପରି । କାଉଣ୍ଟର ଆଟାକ୍‌ କରିବାକୁ ଭାରତ ପସନ୍ଦ କରେ ଓ ଗତି ଓ କୌଶଳରେ ଚକମା ଦେବାରେ ସଫଳ ମଧ୍ୟ ହୁଏ । ସେଥିପାଇଁ ଡିଫେନ୍ସ ଉପରେ ବିଶେଷ ଧ୍ୟାନ ରହିବ ଓ ବଲ୍‌କୁ ନିୟନ୍ତ୍ରଣରେ ରଖିବା ରଣନୀତ ରହିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.