ETV Bharat / sports

ଚିନ୍ତା ବଢ଼ାଉଛି କୋରୋନା, ଭାରତ-ବ୍ରିଟେନ ମଧ୍ୟରେ ହକି ପ୍ରୋ ଲିଗ ମ୍ୟାଚ ସ୍ଥଗିତ

ଏଫଆଇଚ ହକି ପ୍ରୋ ଲିଗ ଉପରେ କୋରୋନାର କଳା ବାଦଲ ଦେଖା ଦେଇଛି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ଓ ଗ୍ରେଟ ବ୍ରିଟେନ ମଧ୍ୟରେ ହେବାକୁ ଥିବା ଏଫଆଇଏଚ ହକି ପ୍ରୋ' ଲିଗ ମ୍ୟାଚ ସ୍ଥଗିତ କରି ଦିଆଯାଇଛି । ଅଧିକ ପଢ଼ନ୍ତୁ...

author img

By

Published : Apr 21, 2021, 10:05 PM IST

ଚିନ୍ତା ବଢ଼ାଉଛି କୋରୋନା, ଭାରତ-ବ୍ରିଟେନ ମଧ୍ୟରେ ହକି ପ୍ରୋ ଲିଗ ମ୍ୟାଚ ସ୍ଥଗିତ
ଚିନ୍ତା ବଢ଼ାଉଛି କୋରୋନା, ଭାରତ-ବ୍ରିଟେନ ମଧ୍ୟରେ ହକି ପ୍ରୋ ଲିଗ ମ୍ୟାଚ ସ୍ଥଗିତ

ନୂଆଦିଲ୍ଲୀ: ଏଫଆଇଚ ହକି ପ୍ରୋ ଲିଗ ଉପରେ କୋରୋନାର କଳା ବାଦଲ ଦେଖା ଦେଇଛି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ଓ ଗ୍ରେଟ ବ୍ରିଟେନ ମଧ୍ୟରେ ହେବାକୁ ଥିବା ଏଫଆଇଏଚ ହକି ପ୍ରୋ' ଲିଗ ମ୍ୟାଚ ସ୍ଥଗିତ କରି ଦିଆଯାଇଛି । ଏହାକୁ ନେଇ ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ଏକ ବୟାନ ଜାରି କରି ସୂଚନା ଦିଆଯାଇଛି ।

ଭାରତରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ସରକାର ଭାରତରୁ ବିମାନ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି । ଫଳରେ ଭାରତୀୟ ହକି ଦଳ ବ୍ରିଟେନ ଗସ୍ତ କରିବା ସମ୍ଭବ ହୋଇ ପାରିବ ନାହିଁ ।

ଅନ୍ତର୍ଜାତୀୟ ହକିତ ମହାସଂଘ ପକ୍ଷରୁ କୁହାଯାଇଛି ଯେ, "ଅନ୍ତର୍ଜାତୀୟ ହକି ମହାସଂଘ, ହକି ଇଣ୍ଡିଆ ଓ ଗ୍ରେଟ ବ୍ରିଟେନ ହକି ମ୍ୟାଚ ଆୟୋଜନ ଉପରେ ନଜର ରଖିଛନ୍ତି । ଏହି ମ୍ୟାଚକୁ ସ୍ଥଗିତ କରିବା ପରେ ଅନ୍ୟ କୌଣସି ତାରିଖ ଧାର୍ଯ୍ୟ ହେବା ନେଇ ଯୋଜନା ଚାଲିଛି ।"

ଭାରତୀୟ ହକି ଦଳ ମେ 15 ଓ 16 ତାରିଖରେ ଏଫଆଇଏଚ ହକି ପ୍ରୋ ଲିଗରେ ସ୍ପେନ ସହ ମ୍ୟାଚ ଖେଳିବ । ଏହାପରେ 22 ଓ 23 ତାରିଖରେ ଜର୍ମାନୀ ସହ ମ୍ୟାଚ ଖେଳିବ ଦଳ । ଏଫଆଇଏଚ ହକି ପ୍ରୋ' ଲିଗରେ ଆର୍ଜେଣ୍ଟିନାକୁ ମାତ ଦେଇ ଫେରିଛି ଭାରତୀୟ ଦଳ । ତେବେ ମେ ମାସରେ ସ୍ପେନ ଓ ଜର୍ମାନୀ ଗସ୍ତ କରିବ ଭାରତୀୟ ହକି ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.