ETV Bharat / sports

ଆରମ୍ଭ ହେଲା FIH ପୁରୁଷ ହକି ସିରିଜ ଫାଇନାଲ, ଦକ୍ଷିଣ ଆଫ୍ରିକାକୁ 2-0ରେ ହରାଇଲା ଆମେରିକା

ଆଜିଠୁ ଆରମ୍ଭ ହୋଇଛି FIH ପୁରୁଷ ହକି ସିରିଜ ଫାଇନାଲ । ହକି ବିଶ୍ବକପ ପରେ ପୁଣି କଳିଙ୍ଗ ଷ୍ଟାଡିୟମକୁ ଫେରିଛି ଆନ୍ତର୍ଜାତିକ ହକି ପ୍ରତିଯୋଗିତା । ଦକ୍ଷିଣ ଆଫ୍ରିକାକୁ 0-2ଗୋଲରେ ହରାଇଛି USA ।

author img

By

Published : Jun 6, 2019, 2:08 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି FIH ପୁରୁଷ ହକି ସିରିଜ ଫାଇନାଲ । ହକି ବିଶ୍ବକପ ପରେ ପୁଣି କଳିଙ୍ଗ ଷ୍ଟାଡିୟମକୁ ଫେରିଛି ଆନ୍ତର୍ଜାତିକ ହକି ପ୍ରତିଯୋଗିତା । ପ୍ରଥମ ଦିନରେ ପୁଲ-B ରେ ଥିବା ଦୁଇ ଟିମ ମଧ୍ୟରେ ମ୍ୟାଚ ଖେଳାଯାଇଛି । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ସଂଯୁକ୍ତ ରାଷ୍ଟ୍ର ଆମେରିକା ମଧ୍ୟରେ ମ୍ୟାଚ ହୋଇଥିଲା । ଏଥିରେ ଦକ୍ଷିଣ ଆଫ୍ରିକାକୁ 0-2ଗୋଲରେ ହରାଇଛି USA ଟିମ । ସକାଳ 8.45ରେ ଖେଳାଯାଇଥିଲା ଏହି ମ୍ୟାଚ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ମ୍ୟାଚର ଚତୁର୍ଥ କ୍ବାଟର ପର୍ଯ୍ୟନ୍ତ କୌଣସି ଦଳ ଗୋଲ କରିପାରିନଥିଲେ । ଆମେରିକାକୁ ଚତୁର୍ଥ କ୍ବାଟର ଆରମ୍ଭରେ ଏକ ପେନାଲଟି କର୍ଣ୍ଣର ମିଳିଥିଲା । 17 ନଂ ଜର୍ସିରେ ଥିବା ଆଞ୍ଜେଲିସ ଖ୍ରୀଷ୍ଟିଆନ ଏହାକୁ ଗୋଲରେ ପରିଣତ କରି, ଦଳ ପାଇଁ ପ୍ରଥମ ସଫଳତା ଆଣିଥିଲେ । ସେହିପରି ଖେଳର ଶେଷ 4 ମିନିଟ ଥାଇ, ଦଳର 18 ନଂ ଜର୍ସିରେ ଥିବା ପଲ ସିଂ ଏକ ଫିଲଡ଼ ଗୋଲ ଦେଇ ଦଳର ବିଜୟକୁ ଏକ ପ୍ରକାର ସୁନିଶ୍ଚିତ କରିଥିଲେ । ଆମେରିକା 2ଟି ଗୋଲ କରି ସହଜ ବିଜୟ ହାସଲ କରିଥିଲା । ତେବେ ଦକ୍ଷିଣ ଆଫ୍ରିକା ସଂଘର୍ଷ ସତ୍ତ୍ବେ କୌଣସି ଗୋଲ ଦେଇ ନ ପାରି ପରାଜୟକୁ ସ୍ବୀକାର କରିଥିଲା ।

ଆଜି ମୋଟ 3ଟି ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ରହିଛି । ଦ୍ବିତୀୟ ମ୍ୟାଚରେ ପୁଲ -Aରେ ଥିବା ପୋଲାଣ୍ଡ, ଉଜବେକିସ୍ତାନକୁ ଭେଟିବ । ଏହି ମ୍ୟାଚ ସନ୍ଧ୍ୟା 5ଟାରେ ଖେଳାଯିବ । 3ୟ ମ୍ୟାଚରେ ଭାରତ ଓ ରୁଷ ମଧ୍ୟରେ ମୁକାବଲା ହେବ । ସନ୍ଧ୍ୟା 7ଟାରେ ଏହି ମ୍ୟାଚ ଆରମ୍ଭର ସମୟ ରହିଛି ।

ତେବେ ଫନି କ୍ଷୟକ୍ଷତି ପରେ କଳିଙ୍ଗ ଷ୍ଟାଡିୟକୁ ପୂନର୍ବାର ସଜାଯାଇଛି । ବିଦେଶୀ ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମର ପୂର୍ବ ସୌନ୍ଦର୍ଯ୍ୟ ଫେରାଇ ଆଣିଥିବା ଯୋଗୁଁ ଓଡିଶା ସରକାର ଓ ଗ୍ରାଉଣ୍ଡ ଷ୍ଟାଫଙ୍କୁ ସାଧୁବାଦ ଜଣାଇଛନ୍ତି । ସକାଳ ମ୍ୟାଚରେ କମ ଦର୍ଶକ ଉପସ୍ଥିତ ରହିଥିଲେ । ତେବେ ସନ୍ଧ୍ୟାରେ ଭାରତର ମ୍ୟାଚ ଥିବାରୁ ଦର୍ଶକ ଗ୍ୟାଲେରୀ ଖଚାଖଚ ଭରିଯିବା ନେଇ ଅନୁମାନ କରାଯାଉଛି । ଓଡିଆ ହକି ଷ୍ଟାର ବିରେନ୍ଦ୍ର ଲାକ୍ରା ଟିମ ଇଣ୍ଡିଆର Vice-Captain ହେବାପରେ ଓଡିଆ ଦର୍ଶକ ବେଶ ଖୁସି ଅଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ଭୁବନେଶ୍ୱର:ହକି ବିଶ୍ୱକପ ପରେ ପୁଣି କଳିଙ୍ଗ ଷ୍ଟାଡିୟମ କୁ ଫେରିଛି ଆନ୍ତର୍ଜାତିକ ହକି ପ୍ରତିଯୋଗିତା।ଚାରି ମହାଦେଶୀୟ ଦଳକୁ ନେଇ 2020 ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ ପାଇଁ ଉଦ୍ଧିଷ୍ଟ ଆୟୋଜିତ ଏହି ମେନ୍ସ ଫାଇନାଲ ସିରିଜ ପ୍ରତିଯୋଗିତା ର ଖେଳ ଆଜି ପୂର୍ବାହ୍ନରେ ଦକ୍ଷିଣ ଆଫ୍ରିକା ଓ ଆମେରିକା ମଧ୍ୟରେ ପ୍ରଥମ ମ୍ୟାଚ ରୁ  ହୋଇଛି।ଯେଉଁଥିରେ ଆମେରିକା 2-0 ଗୋଲ ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ନିଜର ଅଭିଯାନ ଆରମ୍ଭ କରିଛି।
   ବାତ୍ୟା ଫନି ପରେ କୌଣସି ଏକ ବଡ଼ ଧରଣର ପ୍ରତିଯୋଗିତା ହିସାବରେ  ଓଡିଶା ସରକାର ଆୟୋଜନ କରିବାକୁ ସମର୍ଥ ହୋଇଛି।ଲୋକମାନଙ୍କ ମଧ୍ୟରେ ଆମେ ପୁଣି କୌଣସି ବଡ଼ ଆୟୋଜନ କରି ସଫଳତା ସାଉଁଟିବାକୁ ଆଶା ରଖିଥିବା ପ୍ରଶାସକମାନେ କିନ୍ତୁ ପ୍ରଥମ ମ୍ୟାଚ ରୁ ବିଫଳ ହୋଇଥିବା ଲକ୍ଷ କରାଯାଇଛି।ଲୋକମାନଙ୍କୁ ଆକୃଷ୍ଟ କରିବାକୁ ମାଗଣାରେ ଦେଖିବାର ସୁଯୋଗ ଦେବାକୁ ଘୋଷଣା କରିଥିଲେ ସୁଦ୍ଧା ପ୍ରଥମ ମ୍ୟାଚ ରେ ସେଭଳି କିଛି ଦେଖିବାକୁ ମିଳି ନାହିଁ।ତେବେ ଆଜି ଅପରାହ୍ନ 5 ଟାରେ ପୋଲାଣ୍ଡ ଓ ଉଜବେକିସ୍ଥାନ ଏବଂ ରାତ୍ରି ସାତ ଟା ରେ ଭାରତ ଓ ରୁଷିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ ରେ ଦର୍ଶକଙ୍କ ଉପସ୍ଥିତି ରୁ ଆୟୋଜନ ସଫଳତା ବିଷୟରେ କିଛି ଆକଳନ କରାଯାଇ ପାରିବ।
ପୁଲ ବି ର ଆମେରିକା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଥିବା ଏହି ମ୍ୟାଚ ରେ ଖେଳ ର ଚତୁର୍ଥ କ୍ବାଟର ପର୍ଯ୍ୟନ୍ତ କୌଣସି ଦଳ ଗୋଲ କରିବାରେ ସଫଳ ହୋଇ ପାରି ନଥିଲେ।ଯେବେକି ଆମେରିକା ଚତୁର୍ଥ କ୍ବାଟର ଆରମ୍ଭ ରେ ଏକ ପେନାଲଟି କର୍ଣ୍ଣର କୁ 17 ନ ଜର୍ସିରେ ଥିବା ଆଞ୍ଜେଲିସ ଖ୍ରୀଷ୍ଟିଆନ ଗୋଲ ରେ ପରିଣତ କରି ଦଳ ପାଇଁ ପ୍ରଥମ ସଫଳତା ଆଣିଥିଲେ।ସେହିପରି ଖେଳର ଶେଷ 4 ମିନିଟ ଥାଇ ଦଳର 18 ନ ଜର୍ସିରେ ଥିବା ପଲ ସିଂ ଏକ ଫିଲଡ଼ ଗୋଲ ଦେଇ ଦଳର ବିଜୟ କୁ ଏକ ପ୍ରକାର ସୁନିଶ୍ଚିତ କରିଥିଲେ।ଆମେରିକା ଏକ ପ୍ରକାର 2ଟି ଗୋଲ କରି ସହଜ ବିଜୟ ହାସଲ କରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ସଂଘର୍ଷ ସତ୍ୱେ କୌଣସି ଗୋଲ ଦେଇ ନ ପାରି ପରାଜୟ କୁ ସ୍ୱୀକାର କରିଥିଲା।

Laxmikanta das
Bhubaneswar
Visual already sent by mojo

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.