ETV Bharat / sports

କୋରୋନା ସଂକ୍ରମଣରେ ଏହି ଅମ୍ପାୟାରଙ୍କ ପରଲୋକ

କୋରୋନା ମହାମାରୀ ଯୋଗୁଁ କ୍ରୀଡ଼ା ଜଗତରୁ ଆସିଲା ଆଉ ଏକ ଦୁଃଖଦ ଖବର । କୋଭିଡ ସଂକ୍ରମିତ ହୋଇ ପୂର୍ବତନ ଅନ୍ତର୍ଜାତୀୟ ହକି ଅମ୍ପାୟାର ରବିନ୍ଦର ସିଂହ ସୋଢ଼ୀଙ୍କ ପରଲୋକ । ଅଧିକ ପଢ଼ନ୍ତୁ...

author img

By

Published : May 12, 2021, 9:56 PM IST

କୋରୋନା ସଂକ୍ରମଣରେ ଏହି ଅମ୍ପାୟାରଙ୍କ ପରଲୋକ
କୋରୋନା ସଂକ୍ରମଣରେ ଏହି ଅମ୍ପାୟାରଙ୍କ ପରଲୋକ

ନୂଆଦିଲ୍ଲୀ: କୋରୋନା ମହାମାରୀ ଯୋଗୁଁ କ୍ରୀଡ଼ା ଜଗତରୁ ଆସିଲା ଆଉ ଏକ ଦୁଃଖଦ ଖବର । କୋଭିଡ ସଂକ୍ରମିତ ହୋଇ ପୂର୍ବତନ ଅନ୍ତର୍ଜାତୀୟ ହକି ଅମ୍ପାୟାର ରବିନ୍ଦର ସିଂହ ସୋଢ଼ୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ବୟସ ହୋଇଥିଲା । ସେ ବହୁ ଅନ୍ତର୍ଜାତୀୟ ଓ ଘରୋଇ ହକି ମ୍ୟାଚରେ ହକି ଅମ୍ପାୟାର ରହି ସାରିଛନ୍ତି । ଏହାକୁ ନେଇ ହକି ଇଣ୍ଡିଆ ଗଭୀର ଶୋକ ପ୍ରକାଶ କରିଛି ।

ହକି ଅମ୍ପାୟାର ରବିନ୍ଦର ସିଂହ ବହୁ ଘରୋଇ ଟୁର୍ଣ୍ଣାମେଣ୍ଟ ଅମ୍ପାୟର ରହିଥିଲେ । ଏହାସହ ସେ ନେହୁରୁ ହକି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଅମ୍ପାୟାର ରହିଥିଲେ । ଏହାପରେ 1988 ମସିହାରେ ସେ ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଗୋଲ୍ଡ କପର ଅମ୍ପାୟାର ପ୍ୟାନେଲରେ ସେ ସାମିଲ ଥିଲେ । ତେବେ ଗତ କିଛି ଦିନ ହେଲା ସେ କୋରୋନା ଭାଇରସରେ ସଂକ୍ରମିତ ହୋଇଥିଲେ । ଏହାପରେ ସ୍ଥାନୀୟ ହସ୍ପିଟାଲରେ ସେ ଚିକିତ୍ସାଧିନ ରହିଥିଲେ ।

ଏହାକୁ ନେଇ ହକି ଇଣ୍ଡିଆ ଶୋକ ପ୍ରକାଶ କରି ଟ୍ବିଟ୍ କରିଛି ଯେ, 'ପୂର୍ବତନ ଅନ୍ତର୍ଜାତୀୟ ହକି ଅମ୍ପାୟାର ରବିନ୍ଦର ସିଂହ ସୋଢ଼ୀଙ୍କ ପରଲୋକ ଖବର ଅତ୍ୟନ୍ତ ଦୁଃଖଦ । ସୋଢ଼ୀଙ୍କ ନିଧନରେ ଗଭୀର ହକି ଇଣ୍ଡିଆ ଗଭୀର ଶୋକ ପ୍ରକାଶ କରିଛନ୍ତି ।'

ମହାମାରୀ କୋରୋନା ଯୋଗୁଁ କ୍ରୀଡ଼ା ଜଗତରେ ମଧ୍ୟ ପ୍ରଭାବ ପଡ଼ିଛି । ବହୁ କ୍ରିକେଟ ଓ ହକି ତାରକାମାନେ କୋରୋନା ମହାମାରୀ ଯୋଗୁଁ ନିଜ ସମ୍ପର୍କୀୟଙ୍କୁ ହରାଇଛନ୍ତି । ମହାମାରୀଙ୍କୁ ସଭିଁଙ୍କୁ ଚିନ୍ତାରେ ପକାଇ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.