ETV Bharat / sports

ଜୁନିଅର ହକି ବିଶ୍ବକପ ଭୁବନେଶ୍ବରରୁ ଓହରିଲା ଇଂଲଣ୍ଡ

author img

By

Published : Oct 5, 2021, 3:42 PM IST

ଆଗାମୀ ମାସରେ ଭୁବନେଶ୍ବରରେ ହେବାକୁ ଥିବା FIH ପୁରୁଷ ଜୁନିଅର ବିଶ୍ବକପ୍‌ରୁ ଓହରିଲା ଇଂଲଣ୍ଡ । ଅଧିକ ପଢନ୍ତୁ...

England pulls out of men's Junior Hockey WC in Bhubaneswar; notes India's travel rules for UK nationals
ଜୁନିଅର ହକି ବିଶ୍ବକପ ଭୁବନେଶ୍ବରରୁ ଓହରିଲା ଇଂଲଣ୍ଡ

ଲଣ୍ଡନ: ଆଗାମୀ ମାସରେ ଭୁବନେଶ୍ବରରେ ହେବାକୁ ଥିବା FIH ପୁରୁଷ ଜୁନିଅର ବିଶ୍ବକପ୍‌ରୁ ଓହରିଲା ଇଂଲଣ୍ଡ । ବ୍ରିଟେନ ନାଗରିକଙ୍କ ପାଇଁ ଭାରତ ସରକାର ୧୦ ଦିନିକିଆ ବାଧ୍ୟତାମୂଳକ କ୍ବାରେଣ୍ଟିନ ନିୟମ ଓ COVID-19 ସମ୍ବନ୍ଧୀୟ ଏକାଧିକ କାରଣ ପାଇଁ ଟୁର୍ଣ୍ଣାମେଣ୍ଟରୁ ଓହରିଥିବା ଇଂଲଣ୍ଡ ଦର୍ଶାଇଛି ।

ଇଂଲଣ୍ଡ ହକି ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଦୁର୍ଭାଗ୍ୟବଶତଃ ନଭେମ୍ବର ୨୪ରୁ ଡିସେମ୍ବର ୫ ମଧ୍ୟରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟରୁ ଓହରିବା ନିଷ୍ପତ୍ତି ବିଶ୍ବ ହକି ପରିଚାଳନା ବୋର୍ଡ ଓ FIHକୁ ଜଣାଇସାରିଛି ।

ଭାରତ ଫେରୁଥିବା ବ୍ରିଟେନରୁ ନାଗରିକଙ୍କ ପାଇଁ ଭାରତ ସରକାର ନୂଆ ନିୟମ ଲାଗୁ କରିଛନ୍ତି । ଟିକା ନେଇଥିଲେ ମଧ୍ୟ ୧୦ ଦିନ ବାଧ୍ୟତାମୂଳକ କ୍ବାରେଣ୍ଟିନର ରହିବାକୁ ହେବ । ଏଥିସହ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା RT-PCR ଟେଷ୍ଟ ରିପୋର୍ଟ ଦେଖାଇବାକୁ ହେବ । ଏହା ବ୍ୟତୀତ ଆଉ ଦୁଇଟି RT-PCR ଟେଷ୍ଟର ସାମ୍ନା କରିବାକୁ ପଡିବ, ସେଥରୁ ଗୋଟିଏ ବିମାନବନ୍ଦରରେ ପହଞ୍ଚିବା ପରେ ଓ ଦ୍ବିତୀୟଟି ପହଞ୍ଚିବାର ଅଷ୍ଟମ ଦିନରେ ଟେଷ୍ଟ କରିବାକୁ ହେବାନେଇ ନିୟମ ଜାରି କରିଛନ୍ତି ଭାରତ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.