ETV Bharat / sports

ସୁନ୍ଦରଗଡରେ ଆନ୍ତଃବ୍ଲକ ହକି ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

author img

By

Published : Nov 13, 2021, 7:53 PM IST

Updated : Nov 13, 2021, 8:34 PM IST

ଜିଲ୍ଲା ହକି ଆସୋସିଏସନ ଦ୍ବାରା ଜିଲ୍ଲା ସ୍ତରୀୟ ଆନ୍ତଃବ୍ଲକ ହକି ଟୁର୍ଣ୍ଣାମେଣ୍ଟ ଗତକାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ସୁନ୍ଦରଗଡ ଓ ଟାଙ୍ଗରପାଲି ବ୍ଲକ ପାଇଁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି । ଅଧିକ ପଢନ୍ତୁ...

District level hockey tournament inaugurated in sundergarh
ସୁନ୍ଦରଗଡରେ ଆନ୍ତଃବ୍ଲକ ହକି ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ସୁନ୍ଦରଗଡ: ଜିଲ୍ଲା ହକି ଆସୋସିଏସନ ଦ୍ବାରା ଜିଲ୍ଲା ସ୍ତରୀୟ ଆନ୍ତଃବ୍ଲକ ହକି ଟୁର୍ଣ୍ଣାମେଣ୍ଟ ଗତକାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ସୁନ୍ଦରଗଡ ଓ ଟାଙ୍ଗରପାଲି ବ୍ଲକ ପାଇଁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି । ଉପ-ଜିଲ୍ଲାପାଳ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ।

ଜିଲ୍ଲା ହକି ଆସୋସିଏସନ ଜିଲ୍ଲା ସ୍ତରୀୟ ହକି ମ୍ୟାଚ୍‌ ଆୟୋଜନ ପାଇଁ ଦେଇଥିବା ପ୍ରସ୍ତାବକୁ ପ୍ରାଶାସନିକ ଗ୍ରୀନ ସିଗନାଲ ମିଳିବାପରେ ଏହି ମ୍ୟାଚ ଆରମ୍ଭ ହୋଇଛି । ଗ୍ରାମଞ୍ଚଳରେ ଥିବା ଲୁକାୟିତ ଉଦୀୟମାନ ହକି ପ୍ରତିଭାଙ୍କୁ ଚୟନ କରିବା ଓ ସେମାନଙ୍କୁ ହକି ଖେଳ ପାଇଁ ମୁଖ୍ୟ ସ୍ରୋତକୁ ଆଣିବା ଲକ୍ଷ୍ୟ ରହିଛି । ସେମାନଙ୍କୁ ପ୍ରୋତ୍ସାହିତ କରିବା ଓ ଜିଲ୍ଲାର ସ୍ବତନ୍ତ୍ର ହକି ଟିମ ପାଇଁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତା ଆରମ୍ଭ କରିଛି ଜିଲ୍ଲା ହକି ଆସୋସିଏସନ ।

ତିନୋଟି ପର୍ଯ୍ୟାୟରେ ମ୍ୟାଚ୍‌ ଆୟୋଜନ ନେଇ ପ୍ରସ୍ତୁତି ହୋଇଥିବାବେଳେ, ସୂଚାରୁ ରୂପେ ପରିଚାଳନା ଓ ପ୍ରତିଭାବାନ ଖେଳାଳିଙ୍କୁ ଚୟନ ପାଇଁ ଏକ୍ସପର୍ଟ ନିୟୋଜିତ କରାଯାଇଛି । ଜିଲ୍ଲା ପ୍ରାଶାସନ ଏ ନେଇ ସମସ୍ତ ସହଯୋଗ କରୁଥିବା ଉପ-ଜିଲ୍ଲାପାଳ କହିଛନ୍ତି । ଜିଲ୍ଲା ପ୍ରଶାସନର ଗ୍ରୀନ ସିଗନାଲ ପାଇବା ପରେ ଜିଲ୍ଲା ହକି ଆସୋସିଏସନ ଏହାକୁ ଆହୁରି ଲୋକାଭିମୁଖି କରିବା ପାଇଁ ସମସ୍ତ ବ୍ୟବସ୍ଥା କରିଛି ।

ଗତକାଲି (12 ନଭେମ୍ବର)ରୁ ଅନ୍ୟ ବ୍ଲକରେ ବ୍ଲକସ୍ତରୀୟ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଗତକାଲି ସୁନ୍ଦରଗଡ ବନ୍ଦ ଥିବାରୁ ଆଜି ସୁନ୍ଦରଗଡ ସଦର ବ୍ଲକ ଓ ଟାଙ୍ଗରପାଲି ବ୍ଲକର ମ୍ୟାଚକୁ ଭବାନୀପୁର ସ୍ପୋର୍ଟସ କ୍ୟାମ୍ପସ ପରିସରରେ ଆୟୋଜନ କରାଯାଇଥିଲା । ଡିସେମ୍ବର ୫ରେ ଶେଷ ମ୍ୟାଚ୍‌ ଖେଳାଯିବା ନେଇ ସୂଚୀ ରହିଛି ।

ପ୍ରଥମ ପର୍ଯ୍ୟାୟ ଖେଳ ବ୍ଲକ ସ୍ତରରେ ହେବ, ସମସ୍ତ 17ଟି ବ୍ଲକରେ ଏହି ମ୍ୟାଚ୍‌ କରାଯିବ । ବ୍ଲକ ସ୍ତରୀୟ ମ୍ୟାଚ୍‌ ନଭେମ୍ବର 12,13 ଓ 14 ରେ ଖେଳାଯିବ । ବ୍ଲକରୁ ଜୋନ ସ୍ତରକୁ ଯେଉଁ ମାନେ ଉନ୍ନିତ ହେବେ ସେମାନେ ତିନୋଟି ଭେନ୍ୟୁରେ ଖେଳିବେ । ହକି ଆସୋସିଏସନ ବଣାଇଁ, ପାନପୋଷ ଓ ସୁନ୍ଦରଗଡରେ ଜୋନ ସ୍ତରୀୟ ଖଳ ପାଇଁ ପ୍ରସ୍ତୁତି କରିଛି । ଏହି ମ୍ୟାଚ୍‌ଗୁଡିକ ନଭେମ୍ବର 19 ,20 ଓ 21 ରେ ହେବ । ବିଜେତା ଟିମ ଜିଲ୍ଲାସ୍ତରୀୟ ମ୍ୟାଚ ସୁନ୍ଦରଗଡରେ ଖେଳିବେ ।

ଜିଲ୍ଲା ହକି ଆସୋସିଏସନ ସୁନ୍ଦରଗଡ ଭବାନୀପୁର ସ୍ପୋର୍ଟ୍ସ ହଷ୍ଟେଲ କମ୍ପ୍ଲେକ୍ସରେ ଆୟୋଜନ କରିଛି । ଜିଲ୍ଲା ସ୍ତରୀୟ ମ୍ୟାଚ୍‌ ଡିସେମ୍ବର 3, 4 ଓ 5 ରେ ହେବ । ଏ ନେଇ ପୁରସ୍କାର ରାଶି ମଧ୍ୟ ଆସୋସିଏସନ ଘୋଷଣା କରିଛି । ଚମ୍ପିଆନ ଟିମକୁ 25,000, ରନର୍ସଅପ ପାଇଁ 15000, ତୃତୀୟ ସ୍ଥାନ ଟିମ ପାଇଁ – 10,000 ଓ ଚତୁର୍ଥ ସ୍ଥାନ ପାଇଁ 5000 ଟଙ୍କା ଘୋଷଣା ହୋଇଛି। ସମସ୍ତ ମ୍ୟାଚ ଉଭୟ ପୁରୁଷ ଓ ମହିଳା ସିନିୟରଙ୍କ ମଧ୍ୟରେ ଖେଳାଯିବ ।

ଭବାନୀପୁର ସ୍ପୋର୍ଟସ କ୍ୟାମ୍ପସ ପରିସରରେ ଆଜି ଯେଉଁ ଦୁଇଟି ବ୍ଲକର ଖେଳାଳି ମାନେ ଖେଳିଥିଲେ ସେମାନଙ୍କ ମଧ୍ୟରୁ ଜୋନସ୍ତରକୁ ଖେଳିବା ପାଇଁ ଟାଙ୍ଗରପାଲି ବ୍ଲକର ସୁନାଜୋର ଦଳ ଉନ୍ନୀତ ହୋଇଥିବା ଜିଲ୍ଲା ହକି ଆସୋସିଏସନର କାର୍ଯ୍ୟକାରୀ ଉପ ସଭାପତି କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Nov 13, 2021, 8:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.