ETV Bharat / sports

ଡିଙ୍ଗକୋ ସିଂହଙ୍କ ଦେହାନ୍ତ ଭାରତୀୟ ବକ୍ସିଂ ପାଇଁ ଅପୂରଣୀୟ କ୍ଷତି: BFI ସଭାପତି - ଡିଙ୍ଗକୋ ସିଂହଙ୍କ ଦେହାନ୍ତ

ପ୍ରଦ୍ମଶ୍ରୀ ଡିଙ୍ଗକୋ ସିଂହ, ଏସିଆନ ଗେମ୍ସରେ ଭାରତର ସ୍ବର୍ଣ୍ଣ ପଦକ ବିଜୟର 16 ବର୍ଷର ଲମ୍ବା ପ୍ରତୀକ୍ଷାର ଅନ୍ତ 1998 ବ୍ୟାଙ୍ଗକକ୍‌ରେ ଗେମ୍ସରେ କରିଥିଲେ । ଅଧିକ ପଢନ୍ତୁ...

Dingko Singh passing away is an irreplaceable loss for Indian boxing: BFI President
ଡିଙ୍ଗକୋ ସିଂହଙ୍କ ଦେହାନ୍ତରେ ଭାରତୀୟ ବକ୍ସିଂରେ ଅପୂରଣୀୟ କ୍ଷତି: BFI ସଭାପତି
author img

By

Published : Jun 10, 2021, 7:55 PM IST

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବକ୍ସର ନଗଙ୍ଗମ ଡିଙ୍ଗକୋ ସିଂହଙ୍କ ଦେହାନ୍ତ । ଦୀର୍ଘ ଦିନ ଧରି କ୍ୟାନସର ସହ ଲଢେଇରେ ଶେଷରେ ହାରିଗଲେ ଚମ୍ପିଆନ ଭାରତୀୟ ବକ୍ସର ଡିଙ୍ଗକୋ । 2017ରୁ ସେ ଏହି ମାରାତ୍ମକ ରୋଗ ସହ ଲଢେଇ କରୁଥିଲେ ।

ପ୍ରଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଡିଙ୍ଗକୋ ସିଂହ, ଏସିଆନ ଗେମ୍ସରେ ଭାରତର ସ୍ବର୍ଣ୍ଣ ପଦକ ବିଜୟର 16 ବର୍ଷର ଲମ୍ବା ପ୍ରତୀକ୍ଷାର ଅନ୍ତ 1998 ବ୍ୟାଙ୍ଗକକ୍‌ରେ ଗେମ୍ସରେ କରିଥିଲେ ।

ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ(BFI) ଡିଙ୍ଗକୋ ସିଂହଙ୍କ ଦେହାନ୍ତରେ ଗଭୀର ଶୋକବ୍ୟକ୍ତ କରିଛି । ସେ ମେରୀ କମ୍‌ ଓ ସରିତା ଦେବୀଙ୍କ ସମେତ ଅନେକ ଭାରତୀୟ ବକ୍ସରଙ୍କ ପାଇଁ ସେ ପ୍ରେରଣାର ଉତ୍ସ ଥିଲେ ।

"ଡିଙ୍ଗକୋ ସିଂହଙ୍କ ମୃତ୍ୟୁ ଭାରତୀୟ ବକ୍ସିଂ ପାଇଁ ଅପୂରଣୀୟ କ୍ଷତି । ବକ୍ସିଂର ଗୋଟିଏ ପିଢି ପାଇଁ ସେ ତିଲେ ପ୍ରେରଣା ଓ ତାଙ୍କର ପ୍ରେରଣାତ୍ମକ କ୍ୟାରିୟର ଭବିଷ୍ୟତର ପିଢିଙ୍କୁ ମଧ୍ୟ ଅନୁପ୍ରାଣୀତ କରିବ । ଏହି ଦୁଃଖଦ ସମୟରେ ବକ୍ସିଂ ପରିବାର ତାଙ୍କର ପତ୍ନୀ ଓ ପରିବାର ସହ ରହିଛି ଓ ଅମର ଆତ୍ମାର ସଗକତି କାମନା କରୁଛି ।" ଏହା କହିଛନ୍ତି BFI ସଭାପତି ଅଜୟ ସିଂହ ।

ଗତବର୍ଷ ସାରାଦେଶରେ ଲକଡାଉନ ଲାଗୁ ହୋଇଥିବାବେଳେ, ବକ୍ସିଂ ସଂଘ ଡିଙ୍ଗକୋଙ୍କୁ ତାଙ୍କର କ୍ୟାନସର ଚିକିତ୍ସା ପାଇଁ ଏକ ଏୟାର ଆମ୍ବୁଲାନ୍ସ ଯୋଗେଁ ଇମ୍ପାଲରୁ ଦିଲ୍ଲୀକୁ ଏୟାରଲିପ୍ଟ କରାଇବା ପାଇଁ ବ୍ୟବସ୍ଥା କରିଥିଲା । ଗତବର୍ଷ ସେ କୋଭିଡ-19 ପଜିଟିଭ ମଧ୍ୟ ଚିହ୍ନଟ ହୋଇଥିଲେ ।

ପୂର୍ବ ଇମ୍ଫାଲ ଜିଲ୍ଲାର ଏକ ମଫସଲ ଗାଁ ସେକ୍‌ଟାରୁ ଆସି ଡିଙ୍ଗକୋ ବକ୍ସିଂ ରିଙ୍ଗ୍‌ରେ ବିଶ୍ବସ୍ତରୀୟ ମଞ୍ଚରେ ଭାରତର ପ୍ରତିନିଧ୍ବତ୍ବ କରିଥିଲେ । 1997ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ଦମଦାର ପ୍ରଦର୍ଶନ ସହ 1998 ଏସିଆନ ଗେମ୍ସରେ ସ୍ବର୍ଣ୍ଣ ବିଜେତା ରହିବା ସହ, 2000 ସିଡନୀ ଅଲମ୍ପିକ୍ସରେ ମଧ୍ୟ ଦେଶର ପ୍ରତିନିଧିତ୍ବ କରିଥିଲେ ।

ବକ୍ସିଂରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତ ସରକାର 1998ରେ ଅର୍ଜୁନ ଆୱାର୍ଡରେ ସମ୍ମାନିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.