ETV Bharat / sports

ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା - ବୀରେନ୍ଦ୍ର ଲାକ୍ରାଙ୍କ ଅବସର

ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ଟିମ୍‌ ଇଣ୍ଡିଆର ଷ୍ଟାର ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା । ଅଧିକ ପଢ଼ନ୍ତୁ...

ହକିରୁ ଅବସର ଘୋଷଣା କଲେ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା

author img

By

Published : Sep 30, 2021, 3:28 PM IST

Updated : Sep 30, 2021, 7:47 PM IST

ଭୁବନେଶ୍ବର: ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ଟିମ୍‌ ଇଣ୍ଡିଆର ଷ୍ଟାର ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା । ଏହାକୁ ନେଇ ଗୁରୁବାର ହକି ଇଣ୍ଡିଆକୁ ଜଣାଇଛନ୍ତି । ଏହାପରେ ହକି ଇଣ୍ଡିଆ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି । ଟୋକିଓରେ ଇତିହାସ ରଚି ଫେରିଥିବା ହକି ଟିମ୍‌ ଇଣ୍ଡିଆର ସଦସ୍ୟ ଥିଲେ ଓଡ଼ିଆ ଡିଫେଣ୍ଡର ସୁନ୍ଦରଗଡ଼ର ପୁଅ ବୀରେନ୍ଦ୍ର ଲାକ୍ରା ।

ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା

୨୦୧୨ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡେବ୍ୟୁ କରିଥିଲେ ବୀରେନ୍ଦ୍ର । ସେ ଭାରତ ପକ୍ଷରୁ ୨୦୧ ଥର ପଡ଼ିଆକୁ ଓହ୍ଲାଇଛନ୍ତି । ସେହି ବର୍ଷ ହିଁ ହକି ଚମ୍ପିଆନସିପ୍‌ର ସେମି ଫାଇନାଲ୍‌ରେ ଦମଦାର ଖେଳ ପ୍ରଦର୍ଶନ କରିଥିଲେ ବୀରେନ୍ଦ୍ର । ଏହାସହ ସେ ଅଲମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମଧ୍ୟ ଫ୍ରାନ୍ସ ବିପକ୍ଷରେ ଲଢ଼ୁଆ ଖେଳ ପ୍ରଦର୍ଶନ କରିଥିଲେ । ଟୋକିଓ ଅଲମ୍ପିକ୍ସ ପରେପରେ ଅବସର ଘୋଷଣା କରିବେ ବୋଲି ଯୋଜନା ରଖିଥିଲେ ବୀରେନ୍ଦ୍ର । ଏହାକୁ ନେଇ ସେ ନିଜେ ସୂଚନା ଦେଇଛନ୍ତି ।

ଏହାପରେ ୨୦୧୪ ଏସିଆନ ଗେମ୍ସରେ ଭାରତୀୟ ଦଳ ରୌପ୍ୟ ପଦକ ହାସଲ କରିଥିଲା । ଏହି ଦଳର ସଦସ୍ୟ ଥିଲେ ବୀରେନ୍ଦ୍ର । ୨୦୧୫ କମନୱେଲ୍‌ଥ ଗେମ୍‌ସରେ ଭାରତୀୟ ଦଳ ଯେତେବେଳେ କାଂସ୍ୟ ଜିତିଥିଲା, ସେ ଦଳର ସଦସ୍ୟ ଥିଲେ ବୀରେନ୍ଦ୍ର । ୨୦୧୫ରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା, ଯାହା ଫଳରେ ସେ ୮ ମାସ ଧରି ଦଳରୁ ବାଦ୍‌ ପଡ଼ିଥିଲେ । ୨୦୧୭ରେ ସେ ପୁନଃ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Sep 30, 2021, 7:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.