ଭୁବନେଶ୍ବର: 2020 ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଭାରତୀୟ ମହିଳା ଓ ପୁରୁଷ ଦଳ । ଏନେଇ ଉଭୟ ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ଯେ, କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ହକି ଖେଳାଳିଙ୍କ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିବା ଦେଖି ବେଶ ଖୁସି ଲାଗୁଛି । ଉଭୟ ପୁରୁଷ ଓ ମହିଳା ହକି ଦଳଙ୍କୁ ଅଭିନନ୍ଦନ । ଏବେ ଭାରତର ନଜର ଅଲମ୍ପିକରେ ।
ସୂଚନାଥାଉକି, କଳିଙ୍ଗ ଷ୍ଟାଡିୟମରେ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଭାରତୀୟ ମହିଳା ଓ ପୁରୁଷ ଦଳ ଉଭୟ ଟୋକିଓ ଟିକେଟ ହାସଲ କରିଛନ୍ତି ।