ETV Bharat / sports

ହକି ମହାକୁମ୍ଭ ପୂର୍ବରୁ ରଙ୍ଗୀନ ରାଜଧାନୀ, ରାତି ପାହିଲେ ଦୁଲୁକିବ କଳିଙ୍ଗ

ରାତି ପାହିଲେ ଦୁଲୁକିବ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ । ମଇଦାନକୁ ଓହ୍ଲାଇବେ ବଛାବଛା ୧୬ ଦେଶର ହକି ତାରକା । ଅଧିକ ପଢନ୍ତୁ

author img

By

Published : Nov 23, 2021, 11:19 AM IST

Updated : Nov 23, 2021, 12:45 PM IST

ହକି ମହାକୁମ୍ଭ ପାଇଁ ସଜେଇ ହେଉଛି କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ବର: ଜୁନିଅର ପୁରୁଷ ହକି ବିଶ୍ୱକପ୍ ହକି ପାଇଁ ସଜେଇ ହେଉଛି କଳିଙ୍ଗ ଷ୍ଟାଡିୟମ । ଭୁବନେଶ୍ବରରେ ସବୁ ଦଳ ପହଞ୍ଚି ସାରି ଥିବାବେଳେ ମ୍ୟାଚ୍ ପାଇଁ ଅଭ୍ୟାସ ଜାରି ରଖିଥିବା ଦେଖିବାକୁ ମିଳିଛି ।

ହକି ମହାକୁମ୍ଭ ପୂର୍ବରୁ ରଙ୍ଗୀନ ରାଜଧାନୀ, ରାତି ପାହିଲେ ଦୁଲୁକିବ କଳିଙ୍ଗ

ଆଉ କିଛି ଘଣ୍ଟାର ଅପେକ୍ଷା । ଆସନ୍ତାକାଲି ଆରମ୍ଭ ହେବ ହକି ମହାକୁମ୍ଭ । ଏଥିପାଇଁ ବିଭିନ୍ନ ଦେଶର ଖେଳାଳି ଆସି ପହଞ୍ଚି ସାରିଛନ୍ତି ରାଜଧାନୀ ଭୁବନେଶ୍ବରରେ । ଏଥର କୋଭିଡ କାରଣରୁ ଷ୍ଚାଡିୟମକୁ ଦର୍ଶକଙ୍କୁ ଅନୁମତି ନଥିବାରୁ ନିରାଶ ଫ୍ୟାନ୍ସ । ତେବେ ଷ୍ଟାଡିୟମରେ 16 ଟି ପ୍ରତିଯୋଗୀ ଦଳରେ ଜାତୀୟ ପତାକା ପ୍ରଦର୍ଶନ କରାଯାଇଛି । ଅନ୍ୟପଟେ ରାଜଧାନୀ ବି ସଜେଇ ହୋଇଛି । ବଡ ବଡ ସ୍ଥାନରେ ସ୍ମାର୍ଟ ପ୍ରଦର୍ଶନୀ ଫଳକ ଲାଗିଛି । ସେହିପରି ରାଜଧାନୀରେ ରାଜରାସ୍ତାକୁ ମଧ୍ୟ ନୂଆ ରୂପ ଦିଆଯାଇଛି । କାନ୍ଥ ବାଡ ସବୁକିଛି ରଙ୍ଗୀନ ହୋଇଯାଇଛି । କେବଳ ଷ୍ଟାଡିୟମରେ ପ୍ରିୟ ଖେଳାଳିଙ୍କ ଅପେକ୍ଷାରେ ଅଛନ୍ତି ଫ୍ୟାନ୍ସ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Nov 23, 2021, 12:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.