ETV Bharat / sports

‘ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ହେବ ଆମ କ୍ଷମତା ପରୀକ୍ଷା’ - ଭାରତୀୟ ହକି ଟିମ

ଆସନ୍ତା ବର୍ଷ ହେବାକୁ ଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ହକି ଦଳ ଟୋକିଓ ଅଲମ୍ପିକ ପାଇଁ କେତେ ପ୍ରସ୍ତୁତ ତାହା ଜଣା ପଡ଼ିବ ବୋଲି କହିଛନ୍ତି ଦଳର ମିଡ ଫିଲ୍ଡର ସୁମିତ ବାଲମିକି । ଅଧିକ ପଢ଼ନ୍ତୁ...

Asian Champions Trophy, Indian Hockey Team, the level Indian hockey team at, Indian midfielder Sumit Walmiki on Indian teams olympic preparation, ଏସିଆନ ଚାମ୍ପିୟନ୍ସ ଟ୍ରଫି, ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ହକି ଟିମର କ୍ଷମତା ପରୀକ୍ଷା, ଭାରତୀୟ ହକି ଟିମ, ଟୋକିଓ ଅଲମ୍ପିକ
‘ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ହେବ ଆମ କ୍ଷମତା ପରୀକ୍ଷା’
author img

By

Published : Nov 9, 2020, 6:25 PM IST

ବେଙ୍ଗାଲୁରୁ: ଭାରତୀୟ ପୁରୁଷ ହକି ଦଳର ମିଡଫିଲ୍ଡର ସୁମିତ ବାଲମିକି କହିଛନ୍ତି ଯେ କୋରୋନା ମହାମାରୀ ପରେ ପ୍ରଥମ କରି ହେବାକୁ ଥିବା ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଜଣା ପଡ଼ିବ ଯେ ତାଙ୍କ ଦଳରେ କ୍ଷମତା କେତେ ଓ ସେମାନଙ୍କ ସ୍ଥାନ କେଉଁଠି ।

ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଟିମ ଢାକା ଠାରେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ନେଇ ସ୍ଥିରିକୃତ ହୋଇଛି ।

‘‘ଆମେ ଭାଗ୍ୟବାନ ଯେ ଆମେ ଅଭ୍ୟାସ ଆରମ୍ଭ କରିଛୁ ଓ ଆମକୁ ଏସଏଆଇ ଓ ହକି ଇଣ୍ଡିଆ ଜୈବ ସୁରକ୍ଷିତ ପରିବେଶ ଯୋଗାଇ ଦେଇଛନ୍ତି ଆମ ଦକ୍ଷତାର ବିକାଶ ପାଇଁ । ଆସନ୍ତା ସବର୍ଷ ହେବାକୁ ଥିବା ଏସିଆନ ଚାମ୍ପିୟନସିପରେ ଆମେ କେଉଁ ସ୍ତରରେ ଅଛୁ ଓ ଆଗକୁ ଅଲମ୍ପିକ ପାଇଁ ଆମକୁ ଆଉ କଣ ଉନ୍ନତି କରିବାକୁ ହେବ ତାହା ସ୍ପଷ୍ଟ ହୋଇଯିବ,’’ ବୋଲି କହିଛନ୍ତି ଭାରତୀୟ ମିଡଫିଲ୍ଡର ସୁମିତ ।

ଗତ ବର୍ଷ ଆହତ କାରଣରୁ କିଛଲି ଗୁରୁତ୍ବପୂର୍ଣ୍ଣ ମ୍ୟାଚରୁ ବାଦ ପଡ଼ିଥିବା ସୁମିତ ପୁଣି ଥରେ ଭାରତୀୟ ଜର୍ସୀ ପିନ୍ଧି ପ୍ରତିଦ୍ବନ୍ଦ୍ବିତା ପାଇଁ ପ୍ରସ୍ତୁତ ହେଉଛନ୍ତି ।

‘‘ଭାରତୀୟ ଟିମରେ ସ୍ଥାନ ପାଇବାକୁ ହେଲେ ଆମ ଠାରୁ ଯାହା ଆସା କରାଯାଉଛି ତାକୁ ପୂରଣ କରିବା ସହ ନିଜସହ ପ୍ରଥମେ ପ୍ରତିଦ୍ବନ୍ଦିତା କରିବାକୁ ହୁଏ । ତେବେ ବର୍ତ୍ତମାନ ମୁଁ ଅଭ୍ୟାସରେ ନିଜରେ 100 ପ୍ରତିଶତ ଦେଉଛି ଓ ଆଶା କରୁଛି ଯେ ଆସନ୍ତା ବର୍ଷ ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଖେଳି ନିଜ ଟିମକୁ ବିଜୟୀ କରାଇବାରେ ସହାୟକ ହେବି,’’ କହିଛନ୍ତି ସୁମିତ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.