ETV Bharat / sports

Asian Champions Trophy: ସେମିରେ ହାରିଲା ଭାରତ, ପାକିସ୍ତାନ ସହ ବ୍ରୋଞ୍ଜ ଲଢେଇ

author img

By

Published : Dec 21, 2021, 8:49 PM IST

ଚଳିତ ଏସିଆନ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ନାମେଣ୍ଟର ଦ୍ବିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ତଥା ଅଲମ୍ପିକ୍‌ ବ୍ରୋଞ୍ଜ ପଦକ ବିଜୟୀ ହକି ଟିମ ଇଣ୍ଡିଆ ପରାସ୍ତ । ଅଧିକ ପଢନ୍ତୁ

Asian Champions Trophy Hockey: India lose 3-5 to Japan in semis, to play Pakistan in bronze medal match
Asian Champions Trophy: ସେମିରେ ହାରିଲା ଭାରତ, ପାକିସ୍ତାନ ସହ ବ୍ରୋଞ୍ଜ ଲଢେଇ

ଢାକା(ବାଂଲାଦେଶ): ଚଳିତ ଏସିଆନ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ନାମେଣ୍ଟର ଦ୍ବିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ତଥା ଅଲମ୍ପିକ୍‌ ବ୍ରୋଞ୍ଜ ପଦକ ବିଜୟୀ ହକି ଟିମ ଇଣ୍ଡିଆ ପରାସ୍ତ । ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୩-୫ ଗୋଲ୍‌ରେ ଜାପାନ ଠାରୁ ପରାସ୍ତ ହୋଇଛି ଭାରତ ।

ଏହି ମ୍ୟାଚ୍‌ ପୂର୍ବରୁ ଭାରତ ବିଜେତା ଦାବିଦାର ରହିଥିଲା । କାରଣ ପୂର୍ବରୁ ଚଳିତ ଟୁର୍ନାମେଣ୍ଟରେ ଜାପାନକୁ ଶେଷ ରାଉଣ୍ଡ ରବିନ ମ୍ୟାଚ୍‌ରେ ୬-୦ ବ୍ୟବଧାନରେ ଏକତରଫା ହରାଇଥିଲା ଭାରତ । ମାତ୍ର ଜାପାନ ଖେଳାଳି ଏହି ପରାଜୟର ବଦଲା ସେମିଫାଇନାଲରେ ନେବାସହ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।

ମଙ୍ଗଳବାର ସଂପୂର୍ଣ୍ଣ ଭିନ୍ନ ଟିମ ଭାବେ ନଜର ଆସିଥିଲା ଜାପାନ । ମ୍ୟାଚ୍‌ ଆରମ୍ଭରୁ ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଟିମ ଇଣ୍ଡିଆ ଉପରେ ଲଢୁଆ ଡିଫେନ୍ସ ଓ ଆକ୍ରମଣାତ୍ମକ ରଣନୀତିରେ ଆକ୍ରମଣ କରିଥିଲା । ମ୍ୟାଚ୍‌ର ପ୍ରଥମ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣର ଜରିଆରେ ସୋଟା ୟାମଦା ଗୋଲ୍‌ କରିଥିଲେ । ଏହାପରେ ଦ୍ବିତୀୟ ମିନିଟ୍‌ରେ ମଧ୍ୟ ରାଇକି ଫୁଜିସିମା ଫିଲ୍ଡ ଚମତ୍କାର ଗୋଲ୍‌ କରିଥିଲେ । ୟୋସିକି କ୍ରିଷିତା ୧୪ତମ ଓ କୋସେଇ କାୱାବେ ୩୫ତମ ମିନିଟ୍‌ରେ ଗୋଲ୍‌ କରିଥିଲେ । ପରେ ୪୧ତମ ମିନିଟ୍‌ରେ ପଞ୍ଚମ ଗୋଲ୍‌ କରିଥିଲେ ରୟୋମା ଓକା ।

ଏହାମଧ୍ୟ ପଢନ୍ତୁ: Asian Champions Trophy Hockey: ପାକିସ୍ତାନକୁ 3-1ରେ ହରାଇଲା ଭାରତ

ଭାରତ ପକ୍ଷରୁ ହାର୍ଦ୍ଦିକ ସିଂହ ୧୭ତମ ଓ ୧ତମ ମିନିଟ୍‌ ଓ ୫୮ତମ ମିନିଟ୍‌ରେ ଦୁଇଟି ଗୋଲ୍‌ କରିଥିଲେ । ଭାଇସ-କ୍ୟାପଟେନ ହରମନପ୍ରୀତ ୪୩ତମ ମିନିଟ୍‌ରେ ଗୋଲ୍‌ କରିଥିଲେ ସୁଦ୍ଧା ବିଜୟୀ ହୋଇପାରିନଥିଲା ଭାରତ ।

ଏହାପୂର୍ବରୁ ଭାରତ ଜାପାନ ୧୮ଥର ମୁହାଁମୁହିଁ ହୋଇଥିଲେ ଓ ୧୬ଥମ ଭାରତ ବିଜୟୀ ହୋଇଥିଲା । କେବଳ ଗୋଟିଏ ଥର ଜାପାନ ଜିତିବାରେ ସକ୍ଷମ ହୋଇଥିଲା ଓ ଅନ୍ୟଟି ଡ୍ର ରହିଥିଲା ।

ସେମିଫାଇନାଲ ବିଜୟ ସହ ଜାପାନ ଦକ୍ଷିଣ କୋରିଆ ସହ ଫାଇନାଲ ଖେଳିବ । ଅନ୍ୟପଟେ ବୁଧବାର ପାକିସ୍ତାନ ସହ ବ୍ରୋଞ୍ଜ ପଦକ ମ୍ୟାଚ୍‌ ଖେଳିବ ଟିମ ଇଣ୍ଡିଆ । ରାଉଣ୍ଡ ରବିନ ଫର୍ମାଟରେ ଟେବୁଲ ଟେବୁଲ ହେବାସତ୍ତ୍ବେ ଏହି ଟୁର୍ନାମେଣ୍ଟ ଟିମ ଇଣ୍ଡିଆ ପାଇଁ ଆଣ୍ଟି-କ୍ଳାଇମାକ୍ସ ଭାବେ ଶେଷ ହୋଇଛି ।

ପୂର୍ବରୁ ପ୍ରଥମ ସେମିଫାଇନାଲରେ ଦକ୍ଷିଣ କୋରିଆ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୬-୫ ଗୋଲ୍‌ରେ ପାକିସ୍ତାନକୁ ହରାଇ ଫାଇନାଲ ଟିକେଟ ହାତେଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.