ଭୁବନେଶ୍ବର: ଏସିଆନ ଚାମ୍ପିଅନ୍ସ ଟ୍ରଫି(Asian Champions Trophy) ପାଇଁ ଭାରତୀୟ ପୁରୁଷ ହକି ଟିମ ଶୁକ୍ରବାର ଢାକା ଅଭିମୁଖେ ଯାତ୍ରା କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ ଭାବେ ଖେଳିବ ଟିମ ଇଣ୍ଡିଆ । ଡିସେମ୍ବର ୧୪ରୁ ଏହି ମେଗା ହକି ଟୁର୍ଣ୍ଣାମେଣ୍ଟ ଖେଳଯିବା ନେଇ ସୂଚୀ ରହିଛି ।
ଟୋକିଓ ଅଲମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ ବିଜୟ ପ୍ରଦର୍ଶନ ପରେ ଏହା ଭାରତୀୟ ଟିମର ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହେବ । ୪୧ ବର୍ଷର ଅଲମ୍ପିକ୍ ପଦକ ମରୁଡି ଶେଷ କରିବା ସହ ଟୋକିଓରେ ଇତିହାସ ରଚିଥିଲା ହକି ଟିମ ଇଣ୍ଡିଆ ।
-
The #MenInBlue leave for their first international outing after their euphoric performance at the #TokyoOlympics 🥉
— Hockey India (@TheHockeyIndia) December 10, 2021 " class="align-text-top noRightClick twitterSection" data="
Read what Captain Manpreet Singh has to say 👉 https://t.co/rjNX2qfLUm#IndiaKaGame #HeroACT2021 pic.twitter.com/h9dvz2ysDz
">The #MenInBlue leave for their first international outing after their euphoric performance at the #TokyoOlympics 🥉
— Hockey India (@TheHockeyIndia) December 10, 2021
Read what Captain Manpreet Singh has to say 👉 https://t.co/rjNX2qfLUm#IndiaKaGame #HeroACT2021 pic.twitter.com/h9dvz2ysDzThe #MenInBlue leave for their first international outing after their euphoric performance at the #TokyoOlympics 🥉
— Hockey India (@TheHockeyIndia) December 10, 2021
Read what Captain Manpreet Singh has to say 👉 https://t.co/rjNX2qfLUm#IndiaKaGame #HeroACT2021 pic.twitter.com/h9dvz2ysDz
ହକି ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ମନପ୍ରୀତ ସିଂହ କହିଛନ୍ତି, "ଭୁବନେଶ୍ବରରେ ଟିମ ଟ୍ରେନିଂ କ୍ୟାମ୍ପ୍ରେ ଭଲ ପ୍ରସ୍ତୁତି କରିଛି । ଟୋକିଓ ଅଲମ୍ପିକ୍ରେ ଭଲ ପ୍ରଦର୍ଶନ ପରେ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ବଢିଛି ।"
ଏହାମଧ୍ୟ ପଢନ୍ତୁ: U-19 Asia Cup: ୨୦ ଜଣିଆ ଟିମ୍ ଇଣ୍ଡିଆ ସ୍କ୍ବାଡ୍ ଘୋଷଣା
ଡିଫେଣ୍ଡିଂ ଚାମ୍ପିଅନ ଭାରତ କୋରିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ । ଜାପାନ, ମାଲେସିଆ, ପାକିସ୍ତାନ ଓ ଆୟୋଜକ ବାଂଲାଦେଶ ଭାରତ ସହ ଗୋଟିଏ ଗ୍ରୁପ୍ରେ ରହିଛନ୍ତି । ଡିସେମ୍ବର ୧୪ରେ ଭାରତ ପ୍ରଥମ ମ୍ୟାଚ୍ କୋରିଆ ବିପକ୍ଷରେ ଖେଳିବ । ପରେ ବାଂଲାଦେଶ ସହିତ ଡିସେମ୍ବର ୧୫ରେ ଖେଳିବ । ତୃତୀୟ ମ୍ୟାଚ୍ ଚିର ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ସହ ଡିସେମ୍ବର ୧୭ରେ ରହିଛି । ସେହିପରି ଡିସେମ୍ବର ୧୮ରେ ମାଲେସିଆ ବିପକ୍ଷରେ ଓ ଜାପାନକୁ ଡିସେମ୍ବର ୧୯ରେ ଭେଟିବ ଭାରତ ।
ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମ୍ୟାଚ୍ ଡିସେମ୍ବର ୨୧ରେ ଓ ଫାଇନାଲ ମୁକାବିଲା ଡିସେମ୍ବର ୨୨ରେ ଖେଳାଯିବାନେଇ ସୂଚୀ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ