ETV Bharat / sports

ପୂର୍ବତଟ ରେଳବାଇର ବରିଷ୍ଠ କ୍ରୀଡ଼ା ଅଧିକାରୀ ହେଲେ ଅମିତ ରୋହିଦାସ

author img

By

Published : Sep 2, 2021, 8:59 PM IST

ପୂର୍ବତଟ ରେଳପଥର ବରିଷ୍ଠ କ୍ରୀଡ଼ା ଅଧିକାରୀ ଭାବେ ଯୋଗ ଦେଲେ ଓଡ଼ିଆ ଅଲମ୍ପିଆନ ହକି ଖେଳାଳି ଅମିତ ରୋହିଦାସ। ଅଧିକ ପଢ଼ନ୍ତୁ...

ପୂର୍ବତଟ ରେଳବାଇର ବରିଷ୍ଠ କ୍ରୀଡ଼ା ଅଧିକାରୀ ହେଲେ ଅମିତ ରୋହିଦାସ
ପୂର୍ବତଟ ରେଳବାଇର ବରିଷ୍ଠ କ୍ରୀଡ଼ା ଅଧିକାରୀ ହେଲେ ଅମିତ ରୋହିଦାସ

ଭୁବନେଶ୍ବର: ପୂର୍ବତଟ ରେଳପଥର ବରିଷ୍ଠ କ୍ରୀଡ଼ା ଅଧିକାରୀ ଭାବେ ଯୋଗ ଦେଲେ ଓଡ଼ିଆ ଅଲମ୍ପିଆନ ହକି ଖେଳାଳି ଅମିତ ରୋହିଦାସ। ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ପରାସ୍ତ କରି କାଂସ୍ୟ ପଦକ ଜିତିଛି ଭାରତୀୟ ଜାତୀୟ ପୁରୁଷ ହକି ଦଳ । ଏହି ଅଭିଯାନରେ ଭାରତୀୟ ଦଳର ଡିଫେଣ୍ଡର ଅମିତ ରୋହିଦାସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ତାଙ୍କୁ ବରିଷ୍ଠ କ୍ରୀଡ଼ା ଅଧିକାରୀ ଭାବରେ ପୂର୍ବତଟ ରେଳପଥରେ ନିଯୁକ୍ତି ଦିଆଯାଇଛି ।

ଏହାପୂର୍ବରୁ ଅମିତ ରୋହିଦାସ ପଶ୍ଚିମ ରେଳପଥ ମୁମ୍ବାଇରେ ଅଫିସର ଅନ ସ୍ପେଶାଲ ଡ୍ୟୁଟିର (sports)ପଦବୀରେ କାର୍ଯ୍ୟ କରୁଥିଲେ । ଭାରତୀୟ ହକି ଦଳ 40 ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି । ଶେଷଥର ପାଇଁ 1980 ମସ୍କୋ ଅଲିମ୍ପିକ୍ସରେ ପଦକ ହାସଲ କରିଥିବା ଭାରତୀୟ ହକି ଦଳ ।

ଅମିତ ରୋହିତଦାସଙ୍କ ଏହି ନୂତନ ଦାୟିତ୍ବ ପାଇଁ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ପୂର୍ବତଟ ରେଳପଥ କ୍ରୀଡ଼ା ସଂଗଠନର ସଭାପତି, ସାଧାରଣ ସମ୍ପାଦକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି | ପୂର୍ବତଟ ରେଳବାଇରେ ଅମିତ ରୋହିଦାସଙ୍କ ଯୋଗଦାନ ନିଶ୍ଚିତ ଭାବରେ ସମସ୍ତ କ୍ରୀଡା ବିଭାଗରେ ଖେଳାଳୀଙ୍କୁ ଉତ୍ସାହିତ କରିବ ବୋଲି ମହାପ୍ରବନ୍ଧକଙ୍କ ସହ ଅନ୍ୟ ଅଧିକାରୀମାନେ ଆଶାୟୀ ଅଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.