ETV Bharat / sports

2022କୁ ଘୁଞ୍ଚିଲା ମହିଳା ୟୁରୋ ଚାମ୍ପିୟନଶିପ

author img

By

Published : Apr 23, 2020, 10:30 PM IST

ୟୁରୋ 2021 ମହିଳା ଚାମ୍ପିୟନଶିପକୁ ଜୁଲାଇ 2022 ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଅଧିକ ପଢ଼ନ୍ତୁ...

Women's Euro 2021 tournament, UEFA, ମହିଳା ୟୁରୋ ଚାମ୍ପିୟନଶିପ, 2022କୁ ଘୁଞ୍ଚିଲା ମହିଳା ୟୁରୋ ଚାମ୍ପିୟନଶିପ, ୟୁଇଏଫଏ
2022କୁ ଘୁଞ୍ଚିଲା ମହିଳା ୟୁରୋ ଚାମ୍ପିୟନଶିପ

ହାଇଦ୍ରାବାଦ: ଇଂଲଣ୍ଡରେ ହେବାକୁ ଥିବା ୟୁଇଏଫଏ (UEFA)ର ୟୁରୋ 2021 ମହିଳା ଚାମ୍ପିୟନଶିପକୁ ଜୁଲାଇ 2022 ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଗୁରୁବାର ୟୁରୋପୀୟ ଫୁଟବଲର ପରିଚାଳନା ସଂସ୍ଥା ଏକ କାର୍ଯ୍ୟନିର୍ବାହୀ ବୈଠକରେ ଏନେଇ ନିଷ୍ପତ୍ତି ନେଇଛି ।

ୟୁଇଏଫଏ ଅଧ୍ୟକ୍ଷ ଆଲେକଜାଣ୍ଡର ସେଫେରିନ କହିଛନ୍ତି ଯେ, ଏହି ଇଭେଣ୍ଟକୁ ଘୁଞ୍ଚାଇବାର ଉଦ୍ଦେଶ୍ୟ ହେଉଛି, ଯେମିତି ଅନ୍ୟ କୌଣସି ଇଭେଣ୍ଟ ସହ ଏହାର ତାରିଖ ନ ମିଶେ । ପୁରୁଷଙ୍କ ଚାମ୍ପିୟନଶିପ ସହ 2021ରେ ଟୋକିଓ ଅଲମ୍ପିକରେ ମଧ୍ୟ ମହିଳାଙ୍କ ଫୁଟବଲ ଖେଳ ରହିଥିବାରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି ।

‘‘ଆମେ ସମସ୍ତ ବିକଳ୍ପକୁ ଧ୍ୟାନର ସହ ପରଖିବା ପରେ, ମହିଳା ଫୁଟବଲର ଉନ୍ନତି କଥା ଚିନ୍ତା କରି ଏହି ନିଷ୍ପତ୍ତି ନେଇଛୁ । ଗୋଟିଏ ବର୍ଷ ଏହି ଚାମ୍ପିୟନଶିପକୁ ଘୁଞ୍ଚାଇ ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଖରାଦିନରେ କେବଳ ସେହି ଗୋଟିଏ ହିଁ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଯାହାଦ୍ବାରା କି ଆମେ ଏହାକୁ ଯେଉଁ ସ୍ପଟଲାଇଟ ଦେବାକୁ ଚାହୁଁଛୁ ତାହା ଦେଇ ପାରିବୁ’’, ବୋଲି ସେଫେରିନ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.