ଭୁବନେଶ୍ବର: ପ୍ରୋସୋସିଓ ମହିଳା ଫୁଟବଲ ମ୍ୟାଚରେ ରାଜନୀତି ଦଳ ବିଜୟ ହୋଇଛି । କ୍ରୀଡା କ୍ଷେତ୍ରରେ ମହିଳାଙ୍କ ଅବଦାନକୁ ନେଇ ଏହି ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ ।
ସ୍ପୋର୍ଟ୍ସ ଆଣ୍ଡ ଗେମ ଫେଡେରେସନ ଓ ଏଏଫଏସର ମିଳିତ ଆନୁକୁଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ମହିଳା ଫୁଟବଲ ପ୍ରତିଯୋଗିତା ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ 8ଟି ଦଳ ମଧ୍ୟରେ ରାଜନେତା, ଉଦ୍ୟୋଗୀ, ଗଣମାଧ୍ୟମ, କିନ୍ନର, ସୁପର ଓମେନ ଓ କର୍ପୋରେଟ ଦଳ ଭାଗନେଇଥିଲେ ।
![ଫୁଟବଲ ମ୍ୟାଚ](https://etvbharatimages.akamaized.net/etvbharat/prod-images/od-bbs-avb-football-od10039_15032021082504_1503f_1615776904_816.jpg)
ଶେଷରେ କିନ୍ନର ଦଳକୁ ହରାଇ ରାଜନେତା ଦଳ ବିଜୟୀ ହୋଇଥିଲେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ