ETV Bharat / sports

ମେସିଙ୍କ ସହ ତୁଳନାକୁ ଫୁଟବଲ ଟିମ ଇଣ୍ଡିଆ କ୍ୟାପଟେନ ଛେତ୍ରୀଙ୍କ ନାପସନ୍ଦ - ଟିମ ଇଣ୍ଡିଆ କ୍ୟାପଟେନ ସୁନୀଲ ଛେତ୍ରୀ

FIFA ବିଶ୍ବକପ 2022 ରେସ୍‌ରୁ ଫୁଟବଲ ଟିମ ଇଣ୍ଡିଆ ବାଦ ପଡିସାରି ଥିବାବେଳେ, ବ୍ଲୁଟାଇଗର୍ସର AFC ଏସିଆନ କପ ପାଇଁ ଯୋଗ୍ୟତା ଅର୍ଜନ କରିବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

When I meet Messi, I'll tell him I'm a fan, give him a nice handshake: Chhetri
ମେସିଙ୍କ ସହ ତୁଳନାକୁ ଫୁଟବଲ ଟିମ ଇଣ୍ଡିଆ କ୍ୟାପଟେନ ଛେତ୍ରୀଙ୍କ ନାପସନ୍ଦ
author img

By

Published : Jun 12, 2021, 10:58 PM IST

ଦୋହା: ଭାରତୀୟ ଫୁଟବଲ ଟିମ କ୍ୟାପଟେନ ସୁନୀଲ ଛେତ୍ରୀ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ବଡ ଫ୍ୟାନ୍‌ । ଯଦି କେବେ ଆର୍ଜେଣ୍ଟିନା ସୁପରଷ୍ଟାର ମେସିଙ୍କୁ, ଛେତ୍ରୀ ଭେଟିବେ ତାଙ୍କ ସହ ହାତ ମିଳେଇବେ । ଲିଓନେଲ ମେସିଙ୍କ ଅନ୍ତର୍ଜାତୀୟ ଗୋଲ୍‌ ସଂଖ୍ୟାକୁ ଛେତ୍ରୀ ଟପିବା ପରେ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ ଫୁଟବଲ କ୍ୟାପଟେନ । ଏପରିକି ତାଙ୍କୁ 6 ଥର ବାଲୋନ ଡି' ବିଜେତା ମେସିଙ୍କ ସହ ତୁଳନା କରାଯାଉଛି ।

ତେବେ ଛେତ୍ରୀ ଏହି ତୁଳନାକୁ ନାପସନ୍ଦ କରିଛନ୍ତି ଓ କହିଛନ୍ତି ଏଫସି ବାର୍ସେଲୋନା ଫରୱାର୍ଡ ମେସିଙ୍କ ସହ ତାଙ୍କର ତୁଳନା ଉଚିତ ନୁହେଁ । ଛେତ୍ରୀ କହିଛନ୍ତି, "ଚର୍ଚ୍ଚା ଜୋରଦାର ହେଉଛି, ଏପରିକି ମୋର ପରିବାର ହ୍ବାଟସ୍‌ଆପ ଗ୍ରୁପ ମଧ୍ୟ ବାଦ ପଡିନି ମାତ୍ର ସମସ୍ତଙ୍କୁ ସମାନ କଥା କହିଛି । ମେସି ଓ ମୋ ଭିତରେ ତୁଳନା କରିବା ଠିକ ନୁହେଁ । ବିଶ୍ବର ସମସ୍ତଙ୍କ ସହ ମୁଁ ମଧ୍ୟ ତାଙ୍କର ଜଣେ ବଡ ଫ୍ୟାନ୍‌ ।"

36 ବର୍ଷୀୟ ଛେତ୍ରୀ ବର୍ତ୍ତମାନ ଦୋହାରେ ରହିଛନ୍ତି ଓ ଜୁନ 15ରେ ଆଫଗାନିସ୍ତାନ ବିପକ୍ଷ କ୍ବାଲିଫାୟର୍ସ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । FIFA ବିଶ୍ବକପ 2022 ରେସ୍‌ରୁ ଫୁଟବଲ ଟିମ ଇଣ୍ଡିଆ ବାଦ୍‌ ପଡିସାରିଥିବାବେଳେ, ବ୍ଲୁଟାଇଗର୍ସର AFC ଏସିଆନ କପ ପାଇଁ ଯୋଗ୍ୟତା ଅର୍ଜନ କରିବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.