ETV Bharat / sports

ଗାଁ ଖେଳାଳୀଙ୍କୁ ପ୍ରଶିକ୍ଷଣ ଦେଲେ ସ୍ପେନ କୋଚ - ଗ୍ରାମାଞ୍ଚଳ ଫୁଟବଲ

ସୁକିନ୍ଦା ଜାମୁପଶି ଗାଁରେ ଆୟୋଜିତ ହୋଇଛି ଗ୍ରାମାଞ୍ଚଳ ପୁଂଟବଲ ପ୍ରଶିକ୍ଷଣ ଶିବିର । ଗ୍ରାମାଞ୍ଚଳରେ ଅଧିକ ଫୁଟବଲ ଖେଳାଳୀ ସୃଷ୍ଟି କରିବା ଏବଂ ଫୁଟବଲ ଖେଳ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ଏହି ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ରହିଥିଲା । କଳିଙ୍ଗନଗର, ସୁକିନ୍ଦା, ବ୍ରାହ୍ମଣୀପାଳ ଅଞ୍ଚଳର ୬ଶହରୁ ଅଧିକ ଖେଳାଳି ଏଥିରେ ଅଂଶଗ୍ରହଣ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଯାଜପୁର
author img

By

Published : Aug 30, 2019, 7:30 PM IST

ଯାଜପୁର: ସୁକିନ୍ଦା ଜାମୁପଶି ଗାଁରେ ଆୟୋଜିତ ହୋଇଛି ଗ୍ରାମାଞ୍ଚଳ ଫୁଟବଲ ପ୍ରଶିକ୍ଷଣ ଶିବିର । 3ଦିନ ଧରି ଚାଲିଥିଲା ଏହି ପ୍ରଶିକ୍ଷଣ ଶିବିର । ଉଦଯାପନି ଉତ୍ସବରେ ସୁକିନ୍ଦା ବିଧାୟକ ପ୍ରିତିରଂଜନ ଘଡାଇ ଏବଂ କଳିଙ୍ଗନଗର ଟାଟା ଷ୍ଟିଲର ମହାପ୍ରବନ୍ଧକ ଆର ଆର ଶତପଥୀ ଯୋଗ ଦେଇଥିଲେ । ଗ୍ରାମାଞ୍ଚଳରେ ଅଧିକ ପୁଂଟବଲ ଖେଳାଳୀ ସୃଷ୍ଟି କରିବା ଏବଂ ଫୁଟବଲ ଖେଳ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ଏହି ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ରହିଥିଲା । କଳିଙ୍ଗନଗର,ସୁକିନ୍ଦା, ବ୍ରାହ୍ମଣୀପାଳ ଅଞ୍ଚଳର ୬ଶହରୁ ଅଧିକ ଖେଳାଳି ଏଥିରେ ଅଂଶଗ୍ରହଣ କରିଥିଲେ । ୮ରୁ ୧୮ ବର୍ଷର ଫୁଟବଲ ଖେଳାଳିଙ୍କୁ ଏହି ପ୍ରଶିକ୍ଷଣ ଶିବିରରେ ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ତେବେ ସ୍ପେନର ଫୁଟବଲ ଖେଳାଳି ତଥା କୋଚ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ଏହାକୁ ସ୍ବତନ୍ତ୍ର କରିଥିଲେ । କାର୍ଲୋସ ଜାମସେଦପୁର ଫୁଟବଲ କ୍ଲବର କୋଚ ରହିଛନ୍ତି । ସବୁଠୁ ଗୁରୁତ୍ତ୍ବପୂର୍ଣ୍ଣ କଥା ହେଉଛି ଗ୍ରାମାଞ୍ଚଳର କୁନି ଖେଳାଳିଙ୍କୁ କାର୍ଲୋସ ସ୍ବତନ୍ତ୍ର ପ୍ରଶିକ୍ଷଣ ଦେଇଥିଲେ । ଏହି ଅନ୍ତର୍ଜାତୀୟ ମାନର ଫୁଟବଲ ପ୍ରଶିକ୍ଷଣ ଶିବିରରେ, ଶାରୀରିକ ଶିକ୍ଷାର ମଧ୍ୟ ପ୍ରଦାନ କରାଯାଇଥିଲା ।

ଆଦିବାସୀ ବହୁଳ ଅଞ୍ଚଳ ଭାବେ ପରିଚିତ ଏହି ଅଞ୍ଚଳରେ ଅନେକ ଫୁଟବଲ ପ୍ରତିଭା ରହିଛନ୍ତି । ସେଥିପାଇଁ ୨୩ ଜଣ ଜୁନିୟର ଫୁଟବଲ କୋଚଙ୍କୁ ଚୟନ କରାଯାଇଛି । ଉପଯୁକ୍ତ ପ୍ରଶିକ୍ଷଣ ଓ ଉଚ୍ଚମାନର ଭିତ୍ତିଭୁମି ସମ୍ଭବ ହୋଇପାରିଲେ ଅନେକ ପ୍ରତିଭାବାନ ଫୁଟବଲ ଖେଳାଳି ସୃଷ୍ଟି ହୋଇପାରିବେ ।

ଜାମଶେଦପୁର ଫୁଟବଲ କ୍ଳବ ଏବଂ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥାର ମିଳିତ ଉଦ୍ୟମରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Slug : Village_football_festival
format : Pkg
Reporter : Gyanaranjan ojha
Place : JAJPUR
Date : 30.08.2019
Anchor –ଗ୍ରାମାଂଚଳରେ ଅଧିକ ପୁଂଟବଲ ଖେଳାଳୀ ସୃଷ୍ଟି କରିବା ଏବଂ ପୁଂଟବଲ ଖେଳ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଯାଜପୁର ସୁକିନ୍ଦା ଜାମୁପଶି ଗାଁରେ ଆୟୋଜିତ ହୋଇଥିଲା ଗ୍ରାମାଂଚଳ ପୁଂଟବଲ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଯେଉଁଥିରେ କଳିଙ୍ଗନଗର,ସୁକିନ୍ଦା,ବ୍ରାହ୍ମଣୀପାଳ ଅଂଚଳର ୬ଶହରୁ ଉର୍ଦ୍ଧ କୁନି କୁନି ଖେଳାଳୀ ଅଂଶଗ୍ରହଣ କରିଥିଲେ । ଏହି ଖେଳାଳୀଙ୍କୁ ସ୍ପେନରୁ ଆସିଥିବା କୋଚ କାର୍ଲୋସ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଖେଳାଳୀ ମାନଙ୍କ ମଧ୍ୟରୁ ୨୩ ଜଣ ଜୁନିୟର ପୁଂଟବଲ କୋଚ ଭାବେ ମଧ୍ୟ ଚୟନ କରାଯାଇଥିଲା ।

Body:
ଭିଓ୧-ସୁକିନ୍ଦା ଜାମୁପଶି ଗାଁ ପଡିଆରେ ଏକାଠି ହୋଇଥିଲେ ୬୦୦ରୁ ଉର୍ଦ୍ଧ ପୁଂଟବଲ ଖେଳାଳୀ । ଅବସର ଥିଲା ଅନ୍ତର୍ଜାତୀୟ ମାନର ପୁଂଟବଲ ପ୍ରଶିକ୍ଷଣ ଶିବିରର । କଳିଙ୍ଗନଗର,ସୁକିନ୍ଦା,ଦାନଗଦୀ ଓ ବ୍ରାହ୍ମଣୀପାଳ ଅଂଚଳର ୮ରୁ ୧୮ ବର୍ଷର ପୁଂଟବଲ ଖେଳାଳୀଙ୍କୁ ଦେଖିବାକୁ ମିଳିଥିଲା ଏହି ପ୍ରଶିକ୍ଷଣ ଶିବିରରେ । ଯେଉଁଥିରେ ସମସ୍ତଙ୍କୁ ଶାରିରିକ ଶିକ୍ଷା ସହିତ ପୁଂଟବଲ ଖେଳ ସଂପର୍କରେ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଥିଲା । ଜାମସେଦପୁର ପୁଂଟବଲ କ୍ଲବ ର କୋଚ ଥିବା ସ୍ପେନର କାର୍ଲୋସ ଖେଳାଳୀ ମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେଇଥିଲେ । ୩ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପଶିକ୍ଷଣ ଶିବିର ଓ ଜୁନିୟର କୋଚ ଚୟନ ଶିବିରରେ ମୋଟ ୨୩ ଜଣଙ୍କୁ ଜୁନିୟର କୋଚ ଭାବେ ପ୍ରମାଣ ପତ୍ର ମିଳିଥିଲା ।
ବାଇଟ୍:କାର୍ଲୋସ,ପୁଂଟବଲ କୋଚସ୍ପେନ
:ଶୋଭା ନାୟକ,ଖେଳାଳୀ
ଭିଓ୨-ଆଦିବାସୀ ବହୁଳ ଅଂଚଳ ଭାବେ ପରିଚିତ ଏହି ସୁକିନ୍ଦା ଅଂଚଳରେ ଅନେକ ପୁଂଟବଲ ପ୍ରତିଭା ରହିଛନ୍ତି । ସେମାନଙ୍କ ପ୍ରତିଭାର ବିକାଶ ଏବଂ ପୁଂଟବଲ ଖେଳ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ପାଇଁ ଜାମସେଦପୁର ପୁଂଟବଲ କ୍ଳବ ଏବଂ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥାର ମିଳିତ ଉଦ୍ୟମରେ ଏଭଳି ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଉଦଯାପନି ଉତ୍ସବରେ ସୁକିନ୍ଦା ବିଧାୟକ ପ୍ରିତିରଂଜନ ଘଡାଇ ଏବଂ କଳିଙ୍ଗନଗର ଟାଟା ଷ୍ଟିଲର ମହାପ୍ରବନ୍ଧକ ଆର ଆର ଶତପଥି ଯୋଗ ଦେଇ ଏଭଳି ଶିବିର ଦ୍ୱାରା ଅନେକ ପୁଂଟବଲ ପ୍ରତିଭା ବାହାରିପାରିବେ ବୋଲି ମତ ଦେଇଥିଲେ ।
ବାଇଟ୍:ପ୍ରିତିରଂଜନ ଘଡାଇ,ସୁକିନ୍ଦା ବିଧାୟକ
;ଆର ଆର ଶତପଥି,ମହାପ୍ରବନ୍ଧକ,କଳିଙ୍ଗନଗର ଟାଟା ଷ୍ଟିଲ

Conclusion:
ପାଂଭିଓ-ଏହି ଶିବିରରେ ଯୋଗ ଦେଇଥିବା ସମସ୍ତ ଖେଳାଳୀଙ୍କୁ ଆନୁସଂଗିକ ଉପକରଣ ଓ ଜୁନିଅନ କୋଚ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.