ETV Bharat / sports

ବିବିଧତାରେ ଏକତା ମୂଳ ଶକ୍ତି ବନ୍ଧନର ରହସ୍ୟ: ଅଦିତି ଚୌହାନ

author img

By

Published : Jun 29, 2020, 4:47 AM IST

ବିବିଧତାରେ ଏକତା ଆମର ମୂଳ ଶକ୍ତି, ଆମର ବନ୍ଧନର ରହସ୍ୟ । ଏହା କହିଛନ୍ତି ଭାରତୀୟ ମହିଳା ଫୁଟବଲ ଟିମର ଗୋଲକିପର ଅଦିତି ଚୌହାନ ।

Unity in diversity our core strength, secret of our bonding: goalie Aditi Chauhan
ବିବିଧତାରେ ଏକତା ମୂଳ ଶକ୍ତି ବନ୍ଧନର ରହସ୍ୟ: ଅଦିତି ଚୌହାନ

ନୂଆଦିଲ୍ଲୀ: ବିବିଧତାରେ ଏକତା ଆମର ମୂଳ ଶକ୍ତି, ଆମର ବନ୍ଧନର ରହସ୍ୟ । ଏହା କହିଛନ୍ତି ଭାରତୀୟ ମହିଳା ଫୁଟବଲ ଟିମର ଗୋଲକିପର ଅଦିତି ଚୌହାନ । ଖେଳାଳିଙ୍କ ମଧ୍ୟରୁ ନିବିଡତା ଓ ଉତ୍ତମ ବୁଝାମଣା ସକରାତ୍ମକ ପ୍ରଦର୍ଶନରେ ପ୍ରଭାବ ଆଣିଥାଏ ବୋଲି ଅଦିତି କହିଛନ୍ତି ।

ଜାତୀୟ ଟିମକୁ ଆସିବାବେଳେ, ଅଧିକାଂଶ ଖେଳାଳି ମଣୀପୁରରୁ ରହିଥିଲେ । ତେବେ ବର୍ତ୍ତମାନ ଦେଶର ପ୍ରାୟ ସମସ୍ତ ଭାଗର ଖେଳାଳି ଟିମରେ ସାମିଲ ହୋଇଛନ୍ତି । ଫଳରେ ବିବିଧତାରେ ଏକତା ମନ୍ତ୍ରରେ ଟିମ ଶକ୍ତିଶାଳୀ ହୋଇଛି ।

ଦକ୍ଷ, ଅଭିଜ୍ଞ ଓ ଯୁବ ଖେଳାଳିଙ୍କ ସନ୍ତୁଳିତ ଟିମ ରହିଛି । ଅଲ ଇଣ୍ଡିଆ ଫୁଟବଲ ଫେଡେରେସନର ଟେଲିଭିଜନ(AIFF TV) ସହ ଆଲୋଚନା ବେଳେ ଏମିତି କିଛି କହିଛନ୍ତି ଗୋଲକିପର ଅଦିତି । 27ବର୍ଷିୟା ଅଦିତି ସିନିୟର ମହିଳା ଫୁଟବଲ ଟିମର ପ୍ରମୁଖ ସଦସ୍ୟ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.