ETV Bharat / sports

ଶ୍ରେଷ୍ଠ 5: ପ୍ରଦର୍ଶନ ଭିତ୍ତିରେ ଭାରତର ସଫଳ ଫୁଟବଲ କ୍ଳବ - ଫୁଟବଲ କ୍ଳବ ମୋହୁନ ବେଗାନ

ଭାରତରେ କ୍ଳବ ଫୁଟବଲର ପରମ୍ପରା ବେଶ ପୁରୁଣା । ଏହି ପରମ୍ପରା ଭାରତରେ ଇଂରେଜମାନଙ୍କ ଶାସନକାଳରୁ ରହିଛି । ବିଶେଷ କରି କୋଲକାତାରେ ଭାରତୀୟ ଫୁଟବଲର ପ୍ରଥମ ଗୋଲପୋଷ୍ଟର ମୂଳଦୁଆ ପଡିଥିଲା । 1872ରେ କୋଲକାତା ଫୁଟବଲ କ୍ଳବ ରୂପେ ଭାରତରେ ଫୁଟବଲର ଅଧ୍ୟାୟ ଆରମ୍ଭ ହୁଏ ଓ ପରେ ଏହା ଦେଶ ତମାମ ଗ୍ରହଣୀୟତା ଲାଭ କରେ । ଅଧକ ପଢନ୍ତୁ...

Top 5: India's most successful football clubs
ଶ୍ରେଷ୍ଠ 5: ପ୍ରଦର୍ଶନ ଭିତ୍ତିରେ ଭାରତର ସଫଳ ଫୁଟବଲ କ୍ଳବ
author img

By

Published : May 3, 2020, 2:27 PM IST

Updated : May 3, 2020, 6:31 PM IST

ହାଇଦ୍ରାବାଦ: ଭାରତରେ କ୍ଳବ ଫୁଟବଲର ପରମ୍ପରା ବେଶ ପୁରୁଣା । ଏହି ପରମ୍ପରା ଭାରତରେ ଇଂରେଜମାନଙ୍କ ଶାସନକାଳରୁ ରହିଛି । ବିଶେଷ କରି କୋଲକାତାରେ ଭାରତୀୟ ଫୁଟବଲର ପ୍ରଥମ ଗୋଲପୋଷ୍ଟର ମୂଳଦୁଆ ପଡିଥିଲା । 1872ରେ କୋଲକାତା ଫୁଟବଲ କ୍ଳବ ରୂପେ ଭାରତରେ ଫୁଟବଲର ଅଧ୍ୟାୟ ଆରମ୍ଭ ହୁଏ ଓ ପରେ ଏହା ଦେଶ ତମାମ ଗ୍ରହଣୀୟତା ଲାଭ କରେ ।

ପ୍ରଥମେ ପ୍ରଥମେ ଏହା ବ୍ରିଟିସ ରେଜିମେଣ୍ଟାଲ ଫୋର୍ସ ଓ ଭାରତୀୟ ଫୁଟବଲ ଫ୍ୟାନ୍ସଙ୍କ ମଧ୍ୟରେ ଖେଳାଯାଉଥିଲା । ଏହାପରେ ବର୍ଷ 1893ରେ ଫୁଟବଲ ପରିଚାଳନା ପାଇଁ ଜାତୀୟ ଫୁଟବଲ ପରିଚାଳନା ବୋର୍ଡ, ଭାରତୀୟ ଫୁଟବଲ ଆସୋସିଏସନର ଗଠନମ ହୁଏ । ତେବେ ବର୍ଷ 1937ରେ ଏହା ଅଲଇଣ୍ଡିଆନ ଫୁଟବଲ ଫେଡେରେସନ ରୂପେ ନୂଆ ନାମକରଣ ହୁଏ । ପରେ ଅନେକ ଗୁଡିଏ ଲିଗ୍ ଭାରତରେ ଆରମ୍ଭ ହୁଏ ।

ଏହି ଲିଗ୍ ଗୁଡିକ ମଧ୍ୟର ଦୁରନ୍ତ କପ୍, ଆଇ ଲିଗ୍ ପରେ(NFl), ଫେଡେରେସନ କପ ଓ ରୋଭର୍ସ କପ ରହିଛି । ଏହି ଲିଗ ସବୁ ଭାରତରେ ଖେଳାଯାଉଥିବା ସମ୍ମାନଜନକ ଫୁଟବଲ ଲିଗ ମାନଙ୍କ ମଧ୍ୟରେ ଅନ୍ୟତମ । ତେବେ ଭାରତର ସର୍ବପୁରାତନ ଭାରତୀୟ ଲିଗ IFA ସିଲଡକୁ ବାଦ ଦିଆଯାଇଥିଲା ।

ତେବେ ନଜର ପକାନ୍ତୁ ଏହି ଲିଗ୍ ଗୁଡିକରେ ପ୍ରଭାବି ପ୍ରଦର୍ଶନ ଓ ସଫଳତା ଆଧାରରେ ଶ୍ରେଷ୍ଠ 5 ଭାରତୀୟ ଫୁଟବଲ କ୍ଳବ ଉପରେ...

Top 5: India's most successful football clubs
ଚର୍ଚ୍ଚିତ ବ୍ରଦର

5. ଚର୍ଚ୍ଚିତ ବ୍ରଦର, ଡେମ୍ପୋ ଏସସି ଓ ମହିନ୍ଦ୍ରା ୟୁନାଇଟେଡ-6ଟ୍ରଫି

ଗୋଆର ଚର୍ଚ୍ଚିତ ଫୁଟବଲ କ୍ଳବ ଚର୍ଚ୍ଚିଲ ବ୍ରଦର୍ସ ଓ ଡେମ୍ପୋ ସ୍ପୋର୍ଟ୍ସ କ୍ଳବ ଓ ବର୍ତ୍ତମାନର ମହିନ୍ଦ୍ରା ୟୁନାଇଟେଡ ପଞ୍ଚମ ସର୍ବାଧିକ ସଫଳ ଭାରତୀୟ ଫୁଟବଲ କ୍ଲବ । ପ୍ରତ୍ୟେକ 6ଟି ଲେଖାଏଁ ଟ୍ରଫି ବିଜେତା ରହିଛନ୍ତି ।

ଏସିଆର ସର୍ବପୁରାତନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁରନ୍ତ କପ 3ଥର ବିଜେତା ରହିଛି ଚର୍ଚ୍ଚିଲ । ଏଥିସହିତ ଆଇ-ଲିଗ ଦୁଇ ଥର ଓ ଫେଡେରେସନ କପ ଗୋଟିଏ ଥର ବିଜୟୀ ହୋଇଛି ।

ଅନ୍ୟପଟେ ଡେମ୍ପୋ ଆଇ-ଲିଗର ଅନ୍ୟତମ ସଫଳ ଫୁଟବଲ କ୍ଳବ ରହିଛି । 3ଟି ଆଇ-ଲିଗ, ଓ ଦୁଇଟି ନ୍ୟାସନାଲ ଫୁଟବଲ ଚମ୍ପିଆନସିପକୁ ମିଶାଇ ମୋଟ 5ଟି ନ୍ୟାସନାଲ ଚମ୍ପିଆନସିପ ବିଜୟୀ ରହିଛି । ବର୍ଷ 2004ରେ ପେଡେରେସନ କପ ବିଜେତା ରହିଥିଲା ଡେମ୍ପୋ ।

ମୁମ୍ବାଇର ମହିନ୍ଦ୍ରା ୟୁନାଇଟେଡ 1964ରେ ଆରମ୍ବ ହୋଇଥିଲା । 2010 ପରଠାରୁ ବନ୍ଦ ରହିଛି । ଏହି କ୍ଳବ ଫେଡେରେସନ କପ 2ଥର ବିଜେତା ରହିଛି । ଦୁରନ୍ତ କପ ଓ NFL ଥରେ ଲେଖାଏଁ ଜିତିପାରିଛି ।

ଜେସିଟି ଏଫସି

4. ଜେସିଟି ଏଫସି- 8 ଟ୍ରଫି

ପଞ୍ଜାବର ଶକ୍ତିଶାଳୀ ଫୁଟବଲ କ୍ଳବ ଜେସିଟି ଏଫସି । ଏହାର ପୁରାନାମ ଜଗଜିତ କଟନ ଓ ଟେକ୍ସଟାଇଲ ଏଫସି । ଏହାର ଆରମ୍ଭ 1971ରେ ହୁଏ । ତେବେ ପ୍ରଥମ ଟିମ ଭାବେ ବର୍ଷ 1996ରେ NFL ବିଜୟୀ ହୁଏ ଏହି ଫୁଟବଲ କ୍ଳବ ।

ଲୁଧିଆନାର ଏହି ଫୁଟବଲ କ୍ଳବ 5ଥର ଦୁରନ୍ତ କପ ଓ 3ଥର ଫେଡେରେସନ କପ ବିଜେତା ରହିଛି ।

ସାଲଗାଓକାର ଏଫସି

3. ସାଲଗାଓକାର ଏଫସି-9 ଟ୍ରଫି

ଭାରତୀୟ ଫୁଟବଲକୁ ଗୋଆର ଅବଦାନ ଅନେକ ରହିଛି । ଅନେକ ଫୁଟବଲ ସୁପରଷ୍ଟାର ଦେଶକୁ ଭେଟିଦେଇଛି ଗୋଆ । କ୍ଳବ ଫୁଟବଲରେ ଅନେତ ଟିମଙ୍କ ମଧ୍ୟରୁ ଜାତୀୟ ସ୍ତରରେ ସର୍ବାଧିକ ସଫଳ ରହିଛି ଗୋଆର ସାଲଗାଓକାର ଏଫସି ।

ଯୁବ ଖେଳାଳିଙ୍କୁ ଏକ ପ୍ରାରମ୍ଭିକ ସୁଯୋଗ ଦେବା ଲକ୍ଷ୍ୟ ନେଇ ବର୍ଷ 1965ରେ ଏହି କ୍ଳବର ଆରମ୍ଭ ହୁଏ ।

ଭାସ୍କୋଡାଗାମାର ଏହି କ୍ଳବ ନ୍ୟାସନାଲ ଲିଗ ଟାଇଟେଲ 2ଥର, ଫେଡେରେସନ କପ 4ଥର ଓ ଦୁରନ୍ତ କପ 3ଥର ବିଜେତା ରହିଛି ।

ଇଷ୍ଟ ବେଙ୍ଗଲ

2. ଇଷ୍ଟ ବେଙ୍ଗଲ-27 ଟ୍ରଫି

ଶହେ ବର୍ଷ ପୁରୁଣା କୋଲକାତାର ଶକ୍ତିଶାଳୀ କ୍ଳବ ଇଷ୍ଟବେଙ୍ଗଲ । ବର୍ତ୍ତମାନ ଏହା ବାଂଲାଦେଶରେ ରହିଛି । ଅଗଷ୍ଟ 1 1920ରେ କ୍ଳବର ଆରମ୍ଭ ହୋଇଥିଲା । ପ୍ରବାସୀ ଇଷ୍ଟ ବେଙ୍ଗଲଙ୍କୁ ଏହି ଫୁଟବଲ କ୍ଳବ ପ୍ରତିନିଧିତ୍ବ କରେ । ତେବେ ପ୍ରଥମ ଟ୍ରଫି ବିଜୟ ପାଇଁ ଏହି କ୍ଳବ 19 ବର୍ଷ ସମୟ ନେଇଥିଲା ।

ବର୍ଷ 1942ରେ IFA ସିଲଡ ଟ୍ରଫି ବିଜୟୀ ପରେ ସଫଳତାର ଶୀଖର ଆଡକୁ ଅଗ୍ରସର ହୋଇଥିଲା ଏହି ଫୁଟବଲ କ୍ଳବ । ବର୍ଷ 2000-01, 2002-03 ଓ 2003-04ରେ 3ଟି ନ୍ୟାସନାଲ ଲିଗ ଟାଇଟେଲ ବିଜୟୀ ହୁଏ । ପରେ ଦୁରନ୍ତ କପ ସର୍ବାଧିକ 16ଥର ଓ ଫେଡେରେସନ କପ 8ଥର ବିଜେତା ହୋଇଛି ।

ତେବେ ଇଷ୍ଟ ବେଙ୍ଗଲ ଫୁଟବଲ କ୍ଲବ IFA ସିଲଡ ରେକର୍ଡ 29 ଥର ଓ ରୋଭର୍ସ କପ 10ଥର ବିଜୟୀ ହୋଇଛି ।

ମୋହୁନ ବେଗାନ

1. ମୋହୁନ ବେଗାନ- 35 ଟ୍ରଫି

ଏହି ଫୁଟବଲ କ୍ଳବ ନିସନ୍ଦେହରେ ଭାରତବର୍ଷର ଶ୍ରେଷ୍ଠ ଓ ସର୍ବାଧିକ ସଫଳ ଫୁଟବଲ କ୍ଳବ । ଚଳିତ ବର୍ଷ 2019-20 ଆଇଲିଗ ଚମ୍ପିଆନ ମଧ୍ୟ ହୋଇଛି ଏହି କ୍ଳବ । ଇଂଲଣ୍ଡର ଇଷ୍ଟ ୟର୍କସାୟର ରେଜିମେଣ୍ଟ ବିପକ୍ଷକୁ 2-1ରେ ହରାଇ ବର୍ଷ 1911ରେ ଐତିହାସିକ IFA ସିଲଡ ବିଜୟୀ ହୋଇଥିଲା କୋଲକାତାର ଏହି ଫୁଟବଲ କ୍ଳବ । 131 ବର୍ଷର ଏହି କ୍ଳବ ଏଯାବତ 253ଟି ଟାଇଟେଲ ବିଜେତା ରହିସାରିଛି । ସେଥିମଧ୍ୟରୁ ଅନେକ ଜାତୀୟ, ଅନ୍ତର୍ଜାତୀୟ ଓ ଘରୋଇ ଟାଇଟେଲ ରହିଛି ।

ମୋହୁନ ବେଗାନ ଆଇ-ଲିଗ ଟାଇଟେଲର ରେକର୍ଡ ସର୍ବାଧିକ ଥର ବିଜେତା ରହିଛି । 16ଟି ଦୁରନ୍ତ କପ, 14ଟି ଫେଡେରେସନ କପ ମଧ୍ୟ ରେକର୍ଡ ବିଜୟ ରହିଛି । ନିକଟରେ ATK ସହ ଏହି ଫୁଟବଲ କ୍ଳବର ବୁଝାମଣା ହୋଇଛି । ଫଳରେ ଇଣ୍ଡିଆନ ସୁପର ଲିଗରେ ଏହି ଟିମ ପ୍ରବେଶ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 3, 2020, 6:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.