ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସ ସଂମକ୍ରଣ ଭୟ ଯୋଗୁଁ ବିଶ୍ବକ୍ରୀଡାଜଗତ ପ୍ରଭାବିତ ହୋଇଛି । ଅନେକ ଫୁଟବଲ ପ୍ରିୟ ଦେଶ ଗୁଡିକରେ ସମସ୍ତ ପ୍ରକାର କ୍ରୀଡା ଇଭେଣ୍ଟ ବାତିଲ କିମ୍ବା ସ୍ଥଗିତ ରହିଛି ।
ସଦ୍ୟ ସୂଚନା ଅନୁଯାୟୀ କାଜିଖିସ୍ତାନରେ ଚଳିତ ସିଜିନର 10ମେ ପର୍ଯ୍ୟନ୍ତ ଫୁଟବଲ ବାତିଲ ଘୋଷଣା ହୋଇଛି । ସରକାରଙ୍କ ପକ୍ଷରୁ ସ୍କୁଲ, କଲେଜ ଦୁଇ ସପ୍ତାହ ପାଇଁ ବନ୍ଦ ହେବା ସହ କୋରୋନା କଟକଣା ଅଧିକ କଡା ହେବାରୁ ଏହି ନିଷ୍ପତି ନିଆଯାଇଛି । ଏନେଇ ତାଜିକ ଫୁଟବଲ ଫେଡେରେସନ ପକ୍ଷରୁ ସୂଚନା ମିଳିଛି ।