ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ପୂର୍ବତନ କୋଚ ସୁଖବିନ୍ଦର ସିଂହ କହିଛନ୍ତି ଯେ ସୁନୀଲ ଛେତ୍ରୀ ତାଙ୍କର ପ୍ରଥମ ପସନ୍ଦ ନଥିଲେ ଏବଂ 2005 ରେ ପାକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ଯାଉଥିବା ତତ୍କାଳୀନ ଯୁବ ଷ୍ଟ୍ରାଇକରଙ୍କ ଉପରେ ତାଙ୍କର ସନ୍ଦେହ ଥିଲା ।
‘‘ଏହା ମୋ ପାଇଁ ଏକ ଦୁଃସ୍ବପ୍ନ ଭଳି ଥିଲା କାରଣ ବାଇଚୁଙ୍ଗ ଉପଲବ୍ଧ ନଥିଲେ । ମ୍ୟାଚ ପାକିସ୍ତାନରେ ଥିଲା ଏବଂ ମୁଁ ଜାଣିଥିଲି ଚାପ ପ୍ରଚୁର ରହିବ । ମୋର ଏପରି ଜଣେ ବ୍ୟକ୍ତି ଦରକାର ଥିଲା, ଯାହାର କୌଶଳ ଥିବ, ଭୟ ନଥିବ ଏବଂ ଯିଏ ତତ୍ପର ଥିବ,’’ ବୋଲି ସୁଖବିନ୍ଦର କହିଛନ୍ତି ।
ସୂଚନା ଯୋଗ୍ୟ ଯେ ଭାରତୀୟ ଫୁଟବଲ ଅଧିନାୟକ ତଥା ଦେଶର ଫୁଟବଲ ଆଇକନ ଛେତ୍ରୀ ତାଙ୍କ ସ୍ମରଣୀୟ କ୍ରିକେଟ କ୍ୟାରିୟରରେ ଆଉ ଏକ ଅଧ୍ୟାୟ ଯୋଡିବାକୁ ଯାଉଛନ୍ତି । ଛେତ୍ରୀ ଜୁନ୍ 12ରେ ଅନ୍ତର୍ଜାତୀୟ ଫୁଟବଲରେ 15 ବର୍ଷ ପୂରଣ କରିବେ ।
‘‘ସତ କହିବାକୁ ଗଲେ, ସୁନୀଲ ମୋ ମନରେ ଆଦୌ ନଥିଲେ। ସେ ମୋର ପ୍ରଥମ ବିକଳ୍ପ ନଥିଲେ । ମୁଁ ଚାରିଆଡ଼େ ଚାହିଁଲି ଏବଂ ଭାବିଲି ସେ ଶୂନ୍ୟସ୍ଥାନ ପୂରଣ କରିପାରିବେ । ସେତେବେଳେ ମୁଁ ତାଙ୍କ ବିଷୟରେ ଭାବିଥିଲି। କିନ୍ତୁ ମୋର ସନ୍ଦେହ ଥିଲା, ବୋଲି ସୁଖବିନ୍ଦର କହିଛନ୍ତି।
‘‘ତାଙ୍କର ଉଚ୍ଚତା କମ ଥିଲା ଏବଂ ଅନ୍ତର୍ଜାତୀୟ ସ୍ତରରେ ଶାରୀରିକ ଶକ୍ତ ଡିଫେଣ୍ଡରଙ୍କ ସାମ୍ନାରେ ସେ ତିଷ୍ଟି ପାରିବେ କି ?’’
ସେ ଆଗକୁ କହିଛନ୍ତି, ‘‘କିନ୍ତୁ ମୁଁ ତାଙ୍କୁ ଜାଣିଥିଲି। ସେ ଜେସିଟିରେ ମୋର କୋଚିଂ ଅଧୀନରେ ଖେଳିଥିଲେ ଏବଂ ସେ ପଡ଼ିଆରେ କଣ କରିପାରିବେ ତାହା ପ୍ରମାଣିତ କରି ଦେଇଥିଲେ । ତେଣୁ ମୁଁ ମୋର କୋଚିଂ ପ୍ରବୃତ୍ତିକୁ ସମର୍ଥନ କଲି ଏବଂ ତାଙ୍କୁ ଚିମକୁ ଆଣିଲି। ଆଉ ସେ ମତେ ନିରାଶ କରି ନଥିଲେ ।’’
ଏକ ବନ୍ଧୁତ୍ବପୂର୍ଣ୍ଣ ସିରିଜ ପାଇଁ ଜୁନ 2005 ରେ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିଥିଲା। ଛେତ୍ରୀଙ୍କୁ 20 ବର୍ଷ ହୋଇଥିଲା ଏବଂ ସେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ଯାଉଥିଲେ ।
ଓପନିଂ ମ୍ୟାଚ ପାଇଁ ଉଭୟ ଦଳ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ । ଆୟୁବ ଷ୍ଟାଡିୟମରେ ପ୍ରବଳ ଗ୍ରୀଷ୍ମରେ ମ୍ୟାଚ ଆରମ୍ଭ ହେଲା । 45 ମିନିଟ ପରେ ଡେଡଲକ ଭାଙ୍ଗି ଛେତ୍ରୀ ପ୍ରଥମ ଗୋଲ କରିଥିଲେ ।
‘‘ଗୋଲ ପରର ଦୃଶ୍ୟ ମୋର ଏବେ ବି ମନେ ଅଛି । ଏହା ଅବିସ୍ମରଣୀୟ ଥିଲା। ସୁନୀଲ ତ ଆଗରୁ ହିଁ ଦୁଷ୍ଟ ଥିଲେ, ମୁଁ କିନ୍ତୁ ତାଙ୍କ ଠାରୁ ଅଧିକ ଥିଲି,’’ ସେହି ମ୍ୟାଚର ଅଧିନାୟକ ଶାନମୁଗମ୍ ଭେଙ୍କଟେଶ କହିଛନ୍ତି ।
@IANS