ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସ ସଚେତନତା ଯାତ୍ରା ପାଇଁ ପିଫା 28ଜଣ ବର୍ତ୍ତମାନ ଓ ପୂର୍ବତନ ଫୁଟବଲ ଖେଳାଳିଙ୍କୁ ଚୟନ କରିଛି । ଏହି ତାଲିକାରେ ରହିଛନ୍ତି ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ।
13 ଟି ଭାଷାରେ ପ୍ରକାଶିତ ହେବାକୁ ଥିବା ଏହି ଭିଡିଓ ଅଭିଯାନରେ ଜଡିତ ଥିବା 28 ଖେଳାଳିଙ୍କ ମଧ୍ୟରେ ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସି ଏବଂ ଫିଲିପ ଲାହମ, ଇକର କାସିଲାସ ଏବଂ କାରଲେସ ପୁୟୋଲ ଭଳି ବିଶ୍ୱକପ ବିଜେତା ସାମିଲ ରହିଛନ୍ତି । କୋରୋନା ସଚେତନତା ପାଇଁ ଆରମ୍ଭରୁ ଫିଫା ଏବଂ ଏହାର ରାଷ୍ଟ୍ରପତି ଜିଆନି ଇନଫାଣ୍ଟିନୋ ସକ୍ରିୟ ଭାବରେ ଜଡିତ ଅଛନ୍ତି ।