ନୂଆଦିଲ୍ଲୀ: ଜାରି ରହିବ ସୁନୀଲ ଛେତ୍ରୀଙ୍କ ଫୁଟବଲ ଯାତ୍ରା । ଭାରତୀୟ ଫୁଟବଲ ଟିମର କ୍ୟାପଟେନ ସୁନୀଲ ଛେତ୍ରୀ ନିଜ ଅବସର ଚର୍ଚ୍ଚା ନେଇ ଜବାବ ରଖିଛନ୍ତି । ଏବେ ଫୁଟବଲରୁ ଅବସର ନେଇ କୌଣସି ଯୋଜନା କରିନଥିବା ସ୍ପଷ୍ଟ କରିଛନ୍ତି ଛେତ୍ରୀ ।
ଛେତ୍ରୀ କହିଛନ୍ତି, ଅବସର ଚର୍ଚ୍ଚା ଇଣ୍ଟରନେଟରେ ହେଉଥିବା ପତ୍ନୀଙ୍କ ଠାରୁ ଜାଣିବାକୁ ପାଇଛନ୍ତି । ପତ୍ନୀ ଏନେଇ ପ୍ରଶ୍ନ କରିବା ପରେ, ଏବେ ଫିଟ ଅଛନ୍ତି ବୋଲି କହିଛନ୍ତି । 35 ବର୍ଷିୟ ଛେତ୍ରୀ ଇଣ୍ଡିଆନ ଫୁଟବଲ ଟିମ ଅଫିସିଆଲ ଫେସବୁକ ପେଜର ଲାଇଭ ସେସନରେ ଏହା କହିଛନ୍ତି ।
![Sunil Chhetri opens-up about retirement rumours](https://etvbharatimages.akamaized.net/etvbharat/prod-images/691163-sunil-chettri-pti_1206newsroom_1591936114_174.jpg)
ଛେତ୍ରୀ କହିଛନ୍ତି, ଫୁଟବଲର ଅଭିଜ୍ଞତାକୁ ନିଜର ପ୍ରଦର୍ଶନରେ ପ୍ରକାଶ କରିବାକୁ ଚାହାନ୍ତି । ଏଥିସହିତ ବର୍ତ୍ତମାନ ଫୁବଟଲକୁ ଉପଭୋଗ କରୁଛନ୍ତି ।
"ସୁନୀଲ ଛେତ୍ରୀ 41 ବର୍ଷ ପର୍ଯ୍ୟନ୍ତ ଫୁଟବଲ ଖେଳିପାରିବେ । ଦିନକୁ ଦିନ ଛେତ୍ରୀ ଯୁବକ ହେଉଛନ୍ତି ।" ପୂର୍ବରୁ ସାଥୀ ଖେଳାଳି ଗୁରପ୍ରୀତ ସିଂହ ସନ୍ଧୁ ପୂର୍ବରୁ ଛେତ୍ରୀଙ୍କ ଉଦ୍ଦେଶ୍ୟରେ ଏହା କହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ