ETV Bharat / sports

ପର୍ତ୍ତୁଗାଲ ପ୍ରିମିୟର ଲିଗ ଟାଇଟଲ ହାତେଇଲା ସ୍ପୋର୍ଟିଂ ଲିସବନ

author img

By

Published : May 12, 2021, 11:01 PM IST

2002 ପରେ ପ୍ରଥମ ଥର ପାଇଁ ପର୍ତ୍ତୁଗାଲ ପ୍ରିମିୟର ଲିଗରେ ବିଜୟୀ ହେଲା ସ୍ପୋର୍ଟିଂ ଲିସବନ । ଫାଇନାଲ ମ୍ୟାଚରେ ବିଏବିସ୍ତାକୁ 1-0 ଗୋଲରେ ମାତ ଦେଇ ପର୍ତ୍ତୁଗାଲ ପ୍ରିମିୟର ଲିଗ୍ ଟାଇଟଲ ହାତେଇବାକୁ ସକ୍ଷମ ହୋଇଛି । ଅଧିକ ପଢ଼ନ୍ତୁ...

ପର୍ତ୍ତୁଗାଲ ପ୍ରିମିୟର ଲିଗ ଟାଇଟଲ ହାତେଇଲା ସ୍ପୋର୍ଟିଂ ଲିସବନ
ପର୍ତ୍ତୁଗାଲ ପ୍ରିମିୟର ଲିଗ ଟାଇଟଲ ହାତେଇଲା ସ୍ପୋର୍ଟିଂ ଲିସବନ

ନୂଆଦିଲ୍ଲୀ: 2002 ପରେ ପ୍ରଥମ ଥର ପାଇଁ ପର୍ତ୍ତୁଗାଲ ପ୍ରିମିୟର ଲିଗରେ ବିଜୟୀ ହେଲା ସ୍ପୋର୍ଟିଂ ଲିସବନ । ଫାଇନାଲ ମ୍ୟାଚରେ ବିଏବିସ୍ତାକୁ 1-0 ଗୋଲରେ ମାତ ଦେଇ ପର୍ତ୍ତୁଗାଲ ପ୍ରିମିୟର ଲିଗ୍ ଟାଇଟଲ ହାତେଇବାକୁ ସକ୍ଷମ ହୋଇଛି । ମ୍ୟାଚର 36ତମ ମିନିଟରେ ବିଏବିସ୍ତାକୁ ଏକ ଗୋଲ ଦେଇଥିଲା ସ୍ପୋର୍ଟିଂ ଲିସବନ ।

ମ୍ୟାଚ ଆରମ୍ଭରୁ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଉଭୟ ପକ୍ଷକୁ ବହୁଥର ପେନାଲ୍ଟି କର୍ଣ୍ଣର ଦେବାକୁ ମଧ୍ୟ ସୁଯୋଗ ମଳିଥିଲା । ଏହାରି ଭିତରେ ସ୍ପୋର୍ଟିଂ ଲିସବନ ଏକ ଗୋଲ କରିବାକୁ ସୁଯୋଗ ମିଳିଥିଲା । ଏହି ସୁଯୋଗ ହାତଛଡ଼ା କରିନଥିଲା ସ୍ପୋର୍ଟିଂ ଲିସବନ ।

ସ୍ପୋର୍ଟିଂ ଲିସବନ ଲିଗରେ ବର୍ତ୍ତମାନ ସୁଦ୍ଧା 19 ଥର ଚମ୍ପିଆନ ହୋଇ ସାରିଛି । ପ୍ରିମିୟର ଲିଗ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ରହିଥିବା କାବ୍ରିଜ ପୋଟରେଠାରୁ 8ଟି ଅଙ୍କ ଆଗୁଆ ରହିଛି । ଏହି ଦଳ ବର୍ତ୍ତମାନ ଆହୁରି ଦୁଇଟି ମ୍ୟାଚ ଖେଳିବାକୁ ବାକି ଅଛି । ଲିଭରପୁଲ ଓ ସଦରଲ୍ୟାଣ୍ଡର ପୂର୍ବତନ ଡିଫେଣ୍ଡର ସେବେଷ୍ଟିୟନ କୋଏଟସ ସ୍ପୋର୍ଟିଂ ଲିସବନ କ୍ଲବ ଗତବର୍ଷ ନଭେମ୍ବରରେ ଟପରେ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.