ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସର ପ୍ରଭାବ ଏଯାବତ ବିଶ୍ବରେ କମ ହୋଇନାହିଁ । ମାତ୍ର କିଛି ଫୁଟବଲ କ୍ଳବ କଟକଣା ମଧ୍ୟରେ ଅଭ୍ୟାସ ଆରମ୍ଭ କରିବା ନେଇ ସୂଚନା ମିଳିଛି ।
ମେ 4 ରୁ ଘରୋଇ ଫୁଟବଲ ପ୍ରତିଯାଗିତା ସିରିଏ ଏ ଅଭ୍ୟାସକୁ ଫେରିବ । ଏନେଇ ଇଟାଲି ସରକାର ଅନୁମତି ଦେଇଛନ୍ତି । କୋରୋନା ଭାଇରସରେ ସର୍ବାଧିକ ପ୍ରଭାବିତ ଯୋଗୁଁ ଇଟାଲିରେ ଗତ ମାର୍ଚ୍ଚରୁ ସିରିଏ ଏ ବାତିଲ ହୋଇଥିଲା ।
ତେବେ ଇଟାଲି ପ୍ରଧାନମନ୍ତ୍ରୀ କୋରୋନା କଟକଣା କିଛି ମାତ୍ରାରେ କୋହଳ କରିବାକୁ ଘୋଷଣା କରିଛନ୍ତି । ତେବେ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ସାମାଜିକ ଦୂରତା ସହ ଫୁଟବଲ ଅଭ୍ୟାସ ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି ।
ରବିବାର ସୁଦ୍ଧା ଇଟାଲିରେ 1,97000ରୁ ଅଧିକ ଲୋକ କୋରୋନା ସଂକ୍ରମନିତ ଚିହ୍ନଟ ହୋଇଛନ୍ତି । 26000ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି ।