ETV Bharat / sports

FIFA ଶ୍ରେଷ୍ଠ ପୁରୁଷ ଖେଳାଳି ହେଲେ ରୋବର୍ଟ ଲେୱାଣ୍ଡୋୱସ୍କି - FIFA ଶ୍ରେଷ୍ଠ ପୁରୁଷ ଖେଳାଳି

ଖ୍ରୀଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ ମେସିଙ୍କୁ ହରାଇ, ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ଜିତିଲେ ବେୟର୍ନ ମୁନୀଚ ତଥା ପୋଲାଣ୍ଡ ଷ୍ଟ୍ରାଇକର ରୋବର୍ଟ ଲେୱାଣ୍ଡୋୱସ୍କି ।

Robert Lewandowski clinches FIFA Best Men's Player award
FIFA ଶ୍ରେଷ୍ଠ ପୁରୁଷ ଖେଳାଳି ହେଲେ ରୋବର୍ଟ ଲେୱାଣ୍ଡୋୱସ୍କି
author img

By

Published : Dec 18, 2020, 9:03 PM IST

ଜୁରୀଚ: ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାରରେ ବାଜି ମାରିଲେ ବେୟର୍ନ ମୁନୀଚ ତଥା ପୋଲାଣ୍ଡ ଷ୍ଟ୍ରାଇକର ରୋବର୍ଟ ଲେୱାଣ୍ଡୋୱସ୍କି । ଖ୍ରୀଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ ମେସିଙ୍କୁ ହରାଇ ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ଜିତିଛନ୍ତି ଲେୱାଣ୍ଡୋୱସ୍କି ।

ସେହିପରି ମାଞ୍ଚେଷ୍ଟର ସିଟି ଓ ଇଂଲଣ୍ଡ ଡିଫେଣ୍ଡେର ଲୁସେ ବ୍ରୋଞ୍ଜ ଫିଫା ଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ଜିତିଛନ୍ତି । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ କାରଣରୁ ପୁରୁସ୍କାର ବିତରଣ ଉତ୍ସବ ଭର୍ଚୁଆଲ ମାଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଉଭୟ ଖେଳାଳି ନିଜର ଫୁଟବଲ କ୍ୟାରିୟରରେ ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ପୁରସ୍କାର ବିଜେତା ହୋଇଛନ୍ତି । ମହିଳା ବର୍ଗରେ ଆମେରିକାର କାର୍ଲି ଲୟଡଙ୍କ ପରେ ପ୍ରତି ବର୍ଷ ନୂଆ ଖେଳାଳି ପୁରସ୍କୃତ ହେଉଛନ୍ତି । ଏହିକ୍ରମରେ 5ମ ଖେଳାଳି ଭାବେ ବ୍ରୋଞ୍ଜ ଏହି ପୁରସ୍କାର ବିଜେତା ହୋଇଛନ୍ତି । ଅନ୍ୟପଟେ ରୋନାଲ୍ଡୋ, ମେସି ଓ ରିୟଲ ମାଦ୍ରିଦ ମିଡଫିଲ୍ଡର ଲୁକା ମୋଡ୍ରିକଙ୍କ ପରେ ଲେୱାଣ୍ଡୋୱସ୍କି ତୃତୀୟ ଖେଳାଳି ଭାବେ ଏହି ପୁରସ୍କାର ଜିତିଛନ୍ତି ।

ଏଥିସହ ଲିଭରପୁଲ ମ୍ୟାନେଜର ଜୁରଗେନ କ୍ଳୋପ ଶ୍ରେଷ୍ଠ ପୁରୁଷ କୋଚ, ନେଦରଲାଣ୍ଡ ଜାତୀୟ ଟିମର ବସ ସାରିନା ୱିଗମନ ଶ୍ରେଷ୍ଠ ମହିଳା କୋଚ ଆୱାର୍ଡ ବିଜେତା ହେଇଛନ୍ତି ।

ଲେୱାଣ୍ଡୋୱସ୍କିଙ୍କ ସାଥୀ ଖେଳାଳି ତଥା ବେୟର୍ନ ମୁନୀଚର ଗୋଲକିପର ମାନୁଏଲ ନେଉଏର ଶ୍ରେଷ୍ଠ ପୁରୁଷ ଗୋଲକିପର ଓ ଫ୍ରାନ୍ସର ସାରାହ ବାହୁହାଦି ଶ୍ରେଷ୍ଠ ମହିଳା ଗୋଲ କିପର ଆୱାର୍ଡ ଜିତିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.