ମାଦ୍ରିଦ: ଶୁକ୍ରବାର ଲା ଲିଗା ଟାଇଟେଲ ବିଜେତା ହୋଇଛି ରିୟଲ ମାଦ୍ରିଦ । ଭିଲାରେଲକୁ 2-1ରେ ହରାଇବା ପରେ କ୍ଳବ ଟାଇଟେଲ ବିଜେତା ହୋଇଛି । ଏହାକୁ ମିଶାଇ ରିୟଲ ମାଦ୍ରିଦ 34ତମ ଲା ଲିଗା ଟାଇଟେଲ ହାତେଇଛି । ଅନ୍ୟତମ ପ୍ରତିଦ୍ବନ୍ଦ୍ବୀ ବାର୍ସେଲୋନା(26) ଠାରୁ 8ଟି ଅଧିକ ଟାଇଟେଲ ନିଜ ନାମରେ କରିଛି ।



ଭେଟେରାନ ଷ୍ଟ୍ରାଇକର କରିମ ବେଞ୍ଜେମା ମ୍ୟାଚର ପ୍ରଥମ ଅର୍ଦ୍ଧରେ ଗୋଲ କରିବା ସହ ରିୟଲ ମାଦ୍ରିଦକୁ ଆଗୁଆ କରିଥିଲେ । ପରେ ଦ୍ବିତୀୟ ଅର୍ଦ୍ଧରେ ପେନାଲିଟ ସୁଟରେ ଆଉଏକ ଗୋଲ କରି ଟିମକୁ ବିଜୟୀ କରାଇଥିଲେ । ଭିଲାରେଲ ପକ୍ଷରୁ ସମସ୍ତ ପ୍ରୟାସ କରାଯାଇଥିଲା । ଗୋଟିଏ ଗୋଲ କରିବା ପରେ, ସ୍କୋର ବରାବର ପାଇଁ ଏକାଧିକ ସୁଯୋଗ ମଧ୍ୟ ରହିଥିଲା । ମାତ୍ର ଏହା ଗୋଲ ସମ୍ଭବ ହୋଇନଥିଲା ।
2016-17 ସିଜିନ ପରଠାରୁ ରିୟଲ ମାଦ୍ରିଦର ଏହା ପ୍ରଥମ ଲିଗ ଟାଇଟେଲ ବିଜୟ । ଏହି ମ୍ୟାଚରେ ବିଜୟ ମଧ୍ୟ ରିୟଲ ମାଦ୍ରିଦର କ୍ରମାଗତ 10ତମ ବିଜୟ । ମହମାରୀ କୋରୋନା ଭାଇରସ ବ୍ରେକ ପରେ ଆରମ୍ଭ ହୋଇଥିବା ଲିଗରେ ପ୍ରାୟ ସମସ୍ତ ମ୍ୟାଚରେ ଅପରାଜେୟ ରହିଛି ରିୟଲ ମାଦ୍ରିଦ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ